ETV Bharat / bharat

The Kerala Story: ପଶ୍ଚିମବଙ୍ଗରେ ହେଲା ବ୍ୟାନ, ମମତା କହିଲେ ବିକୃତ ସିନେମା

author img

By

Published : May 8, 2023, 6:16 PM IST

ପଶ୍ଚିମବଙ୍ଗରେ ବ୍ୟାନ ହେଲା କେରଳ ଷ୍ଟୋରୀ । ଘୋଷଣା କରିବା ସହ ବର୍ଷିଲେ ମମତା ବାନାର୍ଜୀ । କହିଲେ ଏହା ଏକ ବକୃତ କାହାଣୀ । ଅଧିକ ପଢନ୍ତୁ

The Kerala Story: ପଶ୍ଚିମବଙ୍ଗରେ ହେଲା ବ୍ୟାନ

କୋଲକାତା: ଗତ ସପ୍ତାହରେ ପରଦାକୁ ଆସିଥିବା ଚର୍ଚ୍ଚିତ ତଥା ବିବାଦୀୟ ଚଳଚିତ୍ର ‘ଦି କେରଳ ଷ୍ଟୋରୀ’କୁ ପଶ୍ଚିମବଙ୍ଗରେ ବ୍ୟାନ କରିଛି ମମତା ସରକାର । ବ୍ୟାନ କରିବା ସହ ଏହି ଚଳଚିତ୍ରକୁ ନେଇ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ରାଜ୍ୟ ସଚିବାଳୟ ‘ନବାନ୍ନ’ରେ ମମତା ଏହି ଘୋଷଣା କରିବା ସହ ଏହା କେରଳ ଷ୍ଟୋରୀ ନୁହେଁ ବରଂ ଏକ ବିକୃତ ସିନେମା ବୋଲି କହିଛନ୍ତି ।

  • #WATCH | "Their (opposition) face is getting exposed, they're doing appeasement and vote bank politics. By banning the film (The Kerala Story), West Bengal is committing injustice. Recently only, a girl was raped & murdered in Bengal...what are you ( Mamata Banerjee) getting by… pic.twitter.com/D7ctBVXReJ

    — ANI (@ANI) May 8, 2023 " class="align-text-top noRightClick twitterSection" data=" ">

ଏହି ଫିଲ୍ମ ଗତ ଶୁକ୍ରବାର ରିଲିଜ୍‌ ହେବା ପରେ ଦେଶବ୍ୟାପି ସ୍କ୍ରିନିଂ ଜାରି ରହିଛି । ପଶ୍ଚିମବଙ୍ଗରେ ଏହାର ସ୍କ୍ରିନିଂ ବନ୍ଦ କରିବାକୁ ମମତା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ସାମ୍ପ୍ରଦାୟିକ ଅସ୍ଥିରତା ସୃଷ୍ଟିକୁ ରୋକିବା ଓ ରାଜ୍ୟରେ କୌଣସି ହିଂସାକୁ ଏଡାଇବା ସହ ଶାନ୍ତି ବଜାୟ ରଖିବା ପାଇଁ ଏହାକୁ ବ୍ୟାନ କରାଯିବା ଜରୁରୀ ବୋଲି ମମତା କହିଛନ୍ତି । ସେହିପରି ସେ ‘ଦି କାଶ୍ମୀର ଫାଇଲ୍ସ’ ମୁଭି ସହ ‘ଦି କେରଳ ଷ୍ଟୋରୀ’ ଫିଲ୍ମକୁ ତୂଳନା କରିଛନ୍ତି ।

  • What is "The Kashmir Files"? it is to humiliate one section. What is "The Kerala Story"?... It is a distorted story: West Bengal CM Mamata Banerjee pic.twitter.com/yRFwhlumum

    — ANI (@ANI) May 8, 2023 " class="align-text-top noRightClick twitterSection" data="

What is "The Kashmir Files"? it is to humiliate one section. What is "The Kerala Story"?... It is a distorted story: West Bengal CM Mamata Banerjee pic.twitter.com/yRFwhlumum

— ANI (@ANI) May 8, 2023 ">

କାଶ୍ମୀର ଫାଇଲ୍ସ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଅପମାନିତ କରିଥିଲା । କେରଳ ଷ୍ଟୋରୀ ମଧ୍ୟ ଏକ ବିକୃତ ଚଳଚିତ୍ର । ଏହାର ସ୍କ୍ରିନି ଉପରେ ରୋକ ଲଗାଯିବା ଜରୁରୀ ବୋଲି ମମତା କହିଛନ୍ତି । ଏହା ପୂର୍ବରୁ ଏହାରୁ ତାମିଲନାଡୁ ସରକାର ମଧ୍ୟ ବ୍ୟାନ କରିସାରିଛି । ହେଲେ ମଧ୍ୟ ପ୍ରଦେଶରେ ଏହାକୁ ଟାକ୍ସ-ଫ୍ରି କରାଯାଇଛି । ମମତାଙ୍କ ବ୍ୟାନ ନିଷେଧକୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସମାଲୋଚନା କରିଛନ୍ତି । ଏହି ଚଳଚିତ୍ର ସେମାନଙ୍କ ମୁଖା ଖୋଲିଦେଇଛି । ତେଣୁ ସେମାନେ ଭୟଭୀତ ବୋଲି ଅନୁରାଗ କହିଛନ୍ତି ।

ଧର୍ମାନ୍ତରୀକରଣ, ଲଭ ହିହାଦ ଓ ଆତଙ୍କବାଦ କାହାଣୀ ଆଧାରିତ ସୁଦୀପ୍ତ ସେନଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଚଳଚିତ୍ର ‘ଦ କେରଳ ଷ୍ଟୋରୀ’ କୁ ନେଇ ଉଭୟ ଚର୍ଚ୍ଚା ଓ ବିବାଦ ଲାଗି ରହିଛି । ଶୁକ୍ରବାର ପରଦାକୁ ଆସିଥିବା ଏହି ଚଳଚିତ୍ରକୁ ମଧ୍ୟ ପ୍ରଦେଶରେ ଟ୍ୟାକ୍ସ-ଫ୍ରୀ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜେ ଏକ ଭିଡିଓ ଟ୍ବିଟ୍‌ ମାଧ୍ୟମରେ ଏହା ଘୋଷଣା କରିବା ସହ ଚଳଚ୍ଚିତ୍ରକୁ ପ୍ରଶଂସା କରିଥିଲେ । ବିଜେପି ଏହାକୁ ପ୍ରଶଂସା କରୁଥିବା ବେଳେ କିଛି ବିରୋଧୀ ରାଜନୈତିକ ଦଳ ଚଳଚିତ୍ରର କଥାବସ୍ତୁକୁ ମିଥ୍ୟା ଓ ମନଗଢ଼ା ବୋଲି ଅଭିଯୋଗ କରୁଛନ୍ତି । ଗୋଟିଏ ପରେ ଗୋଟିଏ ଅଣ ବିଜେପି ଶାସିତ ରାଜ୍ୟରେ ଏହା ସ୍କ୍ରିନିଂ ବ୍ୟାନ ହେବାରେ ଲାଗିଛି ।

ଏହି କାହାଣୀ କେରଳର କିଛି ହିନ୍ଦୁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରାଇ ଇସଲାମ ଧର୍ମ ଗ୍ରହଣ କରାଇବା ଓ ପରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ରେ ସାମିଲ କରିବା ପାଇଁ ଇରାକ ଓ ସିରିଆ ଆଦି ଦେଶକୁ ପଠାଇବା ପାଇଁ ହେଉଥିବା ଷଡ଼ଯନ୍ତ୍ର ଉପରେ ଆଧାରିତ । ଏହି ଧର୍ମ ପରିବର୍ତ୍ତନ ଷଡଯନ୍ତ୍ରରେ କେରଳରେ ପ୍ରାୟ 32 ହଜାର ହିନ୍ଦୁ ଯୁବତୀ ଓ ମହିଳା ଶିକାର ହୋଇଥିବା ଦର୍ଶାଯାଇଛି । ଏହାକୁ ବିପୁଲ ଅମୃତଲାଲ ସାହା ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ୍‌ ।

ଏହା ଗତ ଶୁକ୍ରବାର ପରଦାକୁ ଆସିଥିଲା । ଏହି ଚଳଚିତ୍ରକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିବା ବେଳେ ମାମଲା କେରଳ ହାଇକୋର୍ଟରେ ମଧ୍ୟ ପହଞ୍ଚିଥିଲା । ହେଲେ ଏହାର ରିଲିଜ୍‌ ଉପରେ ରୋକ୍‌ ଲଗାଇବାକୁ କୋର୍ଟ ମନା କରି ଦେଇଥିଲେ । ଏବେ ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ବିବାଦ ମଧ୍ୟରେ ଏହାର ସ୍କ୍ରିନିଂ ଏକାଧିକ ବିଶ୍ବବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନରେ ମଧ୍ୟ ହୋଇସାରିଲାଣି । କିଛି ଦକ୍ଷିଣପନ୍ଥୀ ଛାତ୍ର ଗୋଷ୍ଠୀ ଏହାକୁ ଶୁଳ୍କ ମୁକ୍ତ କରିବା ପାଇଁ ଦାବି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.