ETV Bharat / bharat

କୋରୋନା କଟକଣା ଜାରି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନିର୍ଦ୍ଦେଶ

author img

By

Published : Apr 18, 2021, 11:11 AM IST

ପଶ୍ଚିମବଙ୍ଗରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଯାହାକୁ ନେଇ ରାଜ୍ୟପାଳ ମୁଖ୍ୟଶାସନ ସଚିବଙ୍କୁ ରାଜ୍ୟରେ କଟକଣା ଜାରୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

West Bengal Governor seeks update on compliance of directives to sensitise people regarding COVID-19
କୋରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଳେ ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା: କୋରୋନାକୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଅପିଲ କଲେ ରାଜ୍ୟପାଳ ଜଗଦୀପ ଧନକୋର। ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଯାହାକୁ ନେଇ ରାଜ୍ୟପାଳ ମୁଖ୍ୟଶାସନ ସଚିବଙ୍କୁ ରାଜ୍ୟରେ କଟକଣା ଜାରୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଅଫିସ ତରଫକୁ କୁହାଯାଇଛି ଯେ ବର୍ତ୍ତମାନ କୋରୋନା ପରିସ୍ଥିତି ଭୟାନକ ରହିଛି ଏବଂ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକତା ରହିଛି । ଏହି ଚ୍ୟାଲେଞ୍ଜକୁ ସମସ୍ତେ ଗ୍ରହଣ କରି ଲୋକଙ୍କ ମଧ୍ୟରେ ସଚେତନତା କରାଯିବାର ଆବଶ୍ୟକତା ରହିଛି । ସମାଜରେ ଲୋକଙ୍କ ମଧ୍ୟରେ ସଚେତନା କରବା ସହ ମାସ୍କ ସାନିଟାଇଜର ସାମାଜିକ ଦୂରତାକୁ ପାଇଁ ବିଭିନ୍ନ ସ୍ତରରେ କରାଯାଉଛି ।

ରାଜ୍ୟରେ କୋରୋନ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟପାଳ କଥାବାର୍ତ୍ତା କରିଛନ୍ତି । ଏହା ସହ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ଘରୋଇ ବିଶ୍ବବିଦ୍ୟାଳୟ , ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ର ସହ ଭର୍ଚ୍ଚୁଆଲରେ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଥାଉକି ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ଚାଲିଛି ନିର୍ବାଚନ । ବର୍ତ୍ତମାନ ପର୍ଯ୍ୟନ୍ତି ପାଞ୍ଚଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ବାକି ରହିଛି 3 ଟି ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ପାଇଁ ନିର୍ବାଚନ ରାଲି ସହ ପ୍ରଚାର ପ୍ରସାର, ରୋଡ ଶୋ ଜୋରଦାର ଚାଲିଛି । ରାଜ୍ୟରେ କୋରୋନା ସ୍ଥିତି ମଧ୍ୟ ବିଗିଡିବାରେ ଲାଗିଛି । ଶନିବାର ଦିନ ପଶ୍ଚିମବଙ୍ଗରେ 7713 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 651508 ମାମଲାରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.