ETV Bharat / bharat

ତୁଟିଲା ବିବାଦ ! ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟିଲେ ମମତା ବାନାର୍ଜୀ - ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଶେଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖର ମଧ୍ୟରେ ଚାଲିଥିବା ବିବାଦ ଏକ ପ୍ରକାରର ସମାଧାନ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜଭବନରେ ରାଜ୍ୟପାଳ ଓ ତାଙ୍କ ସ୍ତ୍ରୀଙ୍କୁ ଯାଇ ସାକ୍ଷାତ କରିଛନ୍ତି । ଅଧିକ ପଢନ୍ତୁ

ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

author img

By

Published : Mar 7, 2022, 6:31 PM IST

କୋଲକାତା: ଶେଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖର ମଧ୍ୟରେ ଚାଲିଥିବା ବିବାଦ ଏକ ପ୍ରକାରର ସମାଧାନ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜଭବନରେ ରାଜ୍ୟପାଳ ଓ ତାଙ୍କ ସ୍ତ୍ରୀଙ୍କୁ ଯାଇ ସାକ୍ଷାତ କରିଛନ୍ତି । ତେବେ ଏହା ପୂର୍ବରୁ ରାଜ୍ୟପାଳ ଜଗଦୀପ ଧନଖର ମମତାଙ୍କୁ ସାକ୍ଷାତ କରିବା ପାଇଁ ଡାକିଥିଲେ ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ବିଧାନସଭାରେ ପ୍ରଥମ ଦିନ ବଜେଟ୍ ଅଧିବେଶନରେ ମମତା ଓ ରାଜ୍ୟପାଳଙ୍କ ମଧ୍ୟରେ ଏହି ବିବାଦ ଲାଗି ରହିଥିଲା । ଏହି ବଜେଟ୍‌ ଅଧିବେଶନ ଦିନ ବିଜେପି ବିଧାୟକଙ୍କ ପକ୍ଷରୁ ସଦନ ମଧ୍ୟରେ ହୋହାଲ୍ଲା କରାଯାଇଥିଲା । ତେବେ ପଶ୍ଚିମବଙ୍ଗରେ ପୌର ନିର୍ବାଚନରେ ହୋଇଥିବା ହିଂସାକୁ ବିରୋଧ କରି ବିଜେପି ପକ୍ଷରୁ ସଦନରେ ହୋହାଲ୍ଲା କରା ଯାଇଥିଲା ।

ଅନ୍ୟପଟେ ସେହି ଦିନ ଠାରୁ ମମତା ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ମାତ୍ର ଆଜିର ଏହି ସୌହାର୍ଦ୍ଧ୍ୟପୂର୍ଣ୍ଣ ସାକ୍ଷାତକାର ପରେ ବିବାଦ ସମାଧାନ ହୋଇ ପାରେ ବୋଲି ଜଣାପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.