ETV Bharat / bharat

ଦିଦିଙ୍କୁ ନିର୍ବାଚନ ଆୟୋଗଙ୍କ ଛାଟ, 24 ଘଣ୍ଟା ପ୍ରଚାର ମନା - ନିର୍ବାଚନ ଆୟୋଗ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପଡିଛି ନିର୍ବାଚନ ଆୟୋଗଙ୍କ ଛାଟ । 24 ଘଣ୍ଟା ପର୍ଯ୍ୟନ୍ତ ଦିଦିଙ୍କୁ ପ୍ରଚାର ମନା । ଅଧିକ ପଢନ୍ତୁ...

ଦିଦିଙ୍କୁ ନିର୍ବାଚନ ଆୟୋଗଙ୍କ ଛାଟ, 24 ଘଣ୍ଟା ପ୍ରଚାର ମନା

author img

By

Published : Apr 12, 2021, 8:37 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ସାମ୍ନାକୁ ଆସିଛି ବଡ ଖବର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପଡିଛି ନିର୍ବାଚନ ଆୟୋଗଙ୍କ ଛାଟ । 24 ଘଣ୍ଟା ପର୍ଯ୍ୟନ୍ତ ଦିଦିଙ୍କୁ ପ୍ରଚାର ମନା ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାର ଉପରେ 24 ଘଣ୍ଟା ପର୍ଯ୍ୟନ୍ତ ରୋକ ଲଗାଇ ଦେଇଛନ୍ତି ନିର୍ବାଚନ ଆୟୋଗ । ସୋମବାର ରାତି 8ଟାରୁ ଲାଗୁ ହେବ ଏହି ପ୍ରତିବନ୍ଧକ । ସୂଚନା ଅନୁଯାୟୀ, ମମତାଙ୍କ ହିନ୍ଦୁ-ମସଲିମ ବୟାନକୁ ନେଇ ନିର୍ବାଚନ କମିଶନ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି ।

ନିର୍ବାଚନ ଆୟୋଗ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ଭାଷଣ ଜନ ପ୍ରତିନିଧୀ ଆଇନ ଏବଂ ଆଚରଣ ବିଧି ଉଲ୍ଲଂଘନ କରିଛି । ବର୍ତ୍ତମାନ ନିର୍ବାଚନ ଆୟୋଗ ଦିଦିଙ୍କ ପ୍ରଚାର ଅଭିଯାନ ଉପରେ ସୋମବାର ରାତି 8ଟାରୁ ମଙ୍ଗଳବାର ରାତି 8ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି ।

ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ସରିଛି । ଏପ୍ରିଲ 17ରେ ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହେବ । ଏହାପୂର୍ବରୁ ନିର୍ବାଚନ ଆୟୋଗ ମମତାଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇବା ଟିଏମସି ପାଇଁ ବଡ ଝଟକାଠୁ କମ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.