ETV Bharat / bharat

ଗୋଆରେ ପହଞ୍ଚିଲେ ମମତା

author img

By

Published : Dec 12, 2021, 10:00 PM IST

ଗୋଆରେ ପହଞ୍ଚିଲେ TMC ମୁଖ୍ୟ ମମତା ବାନାର୍ଜୀ । ନିର୍ବାଚନୀ ରଣନୀତି ନେଇ ଗୋଆ TMC ୟୁନିଟ ସହ କରିବେ ବୈଠକ । ଅଧିକ ପଢନ୍ତୁ

ଗୋଆରେ ପହଞ୍ଚିଲେ ମମତା
ଗୋଆରେ ପହଞ୍ଚିଲେ ମମତା

ପାନଜୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀ ଆଜି (ରବିବାର) ସନ୍ଧ୍ୟାରେ ଗୋଆରେ ପହଞ୍ଚିଛନ୍ତି । ତିନି ଦିନିଆ ଗୋଆ ଗସ୍ତରେ ଥିବା ବାନାର୍ଜୀ ଗୋଆ ବିମାନବନ୍ଦରରେ ପହଞ୍ଚିଛନ୍ତି । ସେ ଗୋଆରେ ରହିବା ନେଇ ତାଙ୍କ ଦଳ ପକ୍ଷରୁ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ମମତା ଦଳର ଗୋଆ ୟୁନିଟର ନେତାଙ୍କ ସହ ଏକ ବୈଠକ କରିବେ । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନ୍ହୋ ଫାଲେରୋ TMC ରେ ସାମିଲ ହେବା ପରେ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାରକୁ ମଧ୍ୟ ବ୍ୟାପକ କରାଯିବାରେ ଲାଗିଛି । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନ୍ହୋ ଫାଲେରୋ ଦଳ ଛାଡିବା ପରେ TMC ନେତା ତଥା ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ । ସେ TMCରେ ସାମିଲ ହେବା ପରେ ଚଳିତ ବିଧାନସଭା ନିର୍ବାଚନରେ ମମତାଙ୍କ ଦଳକୁ ପୂର୍ବାପେକ୍ଷା ଭଲ ଫଳାଫଳ ମିଳିପାରେ ବୋଲି ଆଶା କରାଯାଉଛି ।

2022ର ପ୍ରାରମ୍ଭରେ ଗୋଆ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଗୋଆ ବିଧାନସଭାରେ ମୋଟ 40ଜଣ ସଦସ୍ୟଙ୍କ ମଧ୍ୟରୁ ବର୍ତ୍ତମାନ ବିଜେପିରେ 17 ଜଣ ବିଧାୟକ ଅଛନ୍ତି ଏବଂ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (MGP), ଗୋଆ ଫରୱାର୍ଡ ପାର୍ଟିର ବିଜୟ ସର୍ଦ୍ଦାର ଏବଂ ୩ଜଣ ସ୍ବାଧୀନ ସଦସ୍ୟଙ୍କ ସମର୍ଥନରେ ବିଜେପି କ୍ଷମତାରେ ରହିଛି ।

ଅନ୍ୟପକ୍ଷରେ କଂଗ୍ରେସରେ 15 ଜଣ ବିଧାୟକ ଅଛନ୍ତି । ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ସମସ୍ତେ ଅଙ୍କ କଷିବା ଆରମ୍ଭ କରିସାରିଲେଣି । ଆଜି TMC ମୁଖ୍ୟ ମମତା ବାନାର୍ଜୀ ଗୋଆ ଗସ୍ତ କରିଥିବା ବେଳେ ନିକଟ ଅତୀତରେ AAP ମୁଖ୍ୟ କେଜ୍ରିଓ୍ବାଲ ମଧ୍ୟ ଗୋଆ ଗସ୍ତ କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିସାରିଲେଣି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.