ETV Bharat / bharat

ବଦଳିଲେ ବଙ୍ଗ BJP ମୁଖ୍ୟ; ମଜୁମଦାର ଧରିବେ ମଙ୍ଗ, ଦିଲୀପଙ୍କୁ ଗୁରୁ ଦାୟିତ୍ବ

author img

By

Published : Sep 20, 2021, 10:35 PM IST

ଦିଲୀପ ଘୋଷଙ୍କ ସ୍ଥାନରେ ଡାକ୍ତର ସୁକାନ୍ତ ମଜୁମଦାର ହେବେ ନୂଆ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି । ନିକଟରେ ପଶ୍ଚିମବଙ୍ଗରେ ପରାଜୟ ପରେ ବିଜେପି ରାଜ୍ୟ ସଙ୍ଗଠନିକସ୍ତରରେ ହଲଚଲ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ବଦଳିଲେ ବଙ୍ଗ ବିଜେପି ମୁଖ୍ୟ; ମଜୁମଦାର ଧରିବେ ମଙ୍ଗ, ଦିଲୀପଙ୍କୁ ଗୁରୁ ଦାୟିତ୍ବ

କୋଲକାତା: ପଶ୍ଚିମବଙ୍ଗ ବିଜେପି ନେତୃତ୍ବରେ ବଡ ଅଦଳବଦଳ । ଦିଲୀପ ଘୋଷଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇଛି ବିଜେପି । ଦିଲୀପ ଘୋଷଙ୍କ ସ୍ଥାନରେ ଡାକ୍ତର ସୁକାନ୍ତ ମଜୁମଦାର ହେବେ ନୂଆ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି । ନିକଟରେ ପଶ୍ଚିମବଙ୍ଗରେ ପରାଜୟ ପରେ ବିଜେପି ରାଜ୍ୟ ସଙ୍ଗଠନିକସ୍ତରରେ ହଲଚଲ ଦେଖିବାକୁ ମିଳିଥିଲା ।

ସେପଟେ ବେବି ରାନୀ ମୌର୍ଯ୍ୟଙ୍କୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ନିଯୁକ୍ତ କରାଯାଇଛି । ନିକଟରେ ଉତ୍ତରାଖଣ୍ଡ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ବେବି ରାନୀ ମୌର୍ଯ୍ୟ । ବିଜେପି ସାଙ୍ଗଠନିକ ନେତୃତ୍ବରେ ପରିବର୍ତ୍ତନ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ।

ଦଳର ନିଷ୍ପତ୍ତି ପରେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଦିଲୀପ ଘୋଷ ମଜୁମଦାରଙ୍କୁ ଟ୍ବିଟ କରି ଜଣାଇଛନ୍ତି ଶୁଭେଚ୍ଛା । ଉଭୟ ଦଳକୁ ମଜବୁତ କରିବାରେ ନିଜର ସର୍ବଶ୍ରେଷ୍ଠ ଯୋଗଦାନ ଦେବା ନେଇ ବିଶ୍ବାସ ଥିବା କହିଛନ୍ତି ଶୁଭେନ୍ଦୁ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବିଜେପିର 4 ବିଧାୟକ ଓ ଜଣେ ସାଂସଦ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ସାମିଲ ହୋଇଯାଇଛନ୍ତି । ଶନିବାର ଟିଏମସିରେ ସାମିଲ ହୋଇଥିବା ବାବୁଲ ସୁପ୍ରିୟୋ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ନେଇ ଦିଲୀପ ଘୋଷଙ୍କ ଦାୟୀ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.