ETV Bharat / bharat

ବେଙ୍ଗଲରେ ଭୋଟ ଗଣତି ଜାରି, ଖେଲା ହୋବେ ନା ହେବ ପରିବର୍ତ୍ତନ

author img

By

Published : May 2, 2021, 8:55 AM IST

ଆଜିର ଜନାଦେଶକୁ ନେଇ ସାରାଦେଶର ନଜରରେ ରହିଛି ବେଙ୍ଗଲ । କିଏ ଦଖଲ କରିବ ପଶ୍ଚିମବଙ୍ଗ । ଖେଲା ହେବ ନା ହେବ ପରିବର୍ତ୍ତନ । ଅସ୍ପଷ୍ଟ ରହିଛି ବେଙ୍ଗଲ ଚିତ୍ର । ଅଧିକ ପଢନ୍ତୁ..

ବେଙ୍ଗଲରେ ଭୋଟ ଗଣତି ଜାରି,  ଖେଲା ହୋବେ ନା ହେବ ପରିବର୍ତ୍ତନ
ବେଙ୍ଗଲରେ ଭୋଟ ଗଣତି ଜାରି, ଖେଲା ହୋବେ ନା ହେବ ପରିବର୍ତ୍ତନ

କୋଲକତା: ଚାଲିଛି ଭୋଟ ଗଣତି । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆସିବ ! ଆଜିର ଜନାଦେଶକୁ ନେଇ ଉତ୍କଣ୍ଠିତ ଥିବା ଦେଶବାସୀଙ୍କ ନଜରରେ ରହିଛି ବେଙ୍ଗଲ । କିଏ ଦଖଲ କରିବ ପଶ୍ଚିମବଙ୍ଗ । ଖେଲା ହେବ ନା ହେବ ପରିବର୍ତ୍ତନ । ଅସ୍ପଷ୍ଟ ରହିଛି ବେଙ୍ଗଲ ଚିତ୍ର ।

ଏଥର କୋରୋନା ଭାଇରସ ପ୍ରକୋପ ଯୋଗୁଁ ମତଗଣନା କେନ୍ଦ୍ର ସଂଖ୍ୟା 200 ପ୍ରତିଶତ ବୃଦ୍ଧି ହୋଇଛି । ପଶ୍ଚିମବଙ୍ଗରେ ସବୁଠୁ ଅଧିକ 1,113 ମତଗଣନା କେନ୍ଦ୍ର କରାଯାଇଛି । ମତଗଣନା କେନ୍ଦ୍ର ସଂଖ୍ୟା ବୃଦ୍ଧି ପଛରେ ଆଉ ଏକ କାରଣ ହେଲା ବିଧାନସଭା ନିର୍ବାଚନରେ ବ୍ୟବହାର କରାଯାଉଥିବା ଡାକ ମତପତ୍ର ସଂଖ୍ୟା ବଢାଇବା ବି ରହିଛି ।

ଏଥର ସମସ୍ତଙ୍କ ନଜର ପଶ୍ଚିମବଙ୍ଗ ନିର୍ବାଚନ ଉପରେ ରହିଛି । କାରଣ ଏହି ନିର୍ବାଚନରେ ଶାସକ ଦଳ ଟିଏମସି ଓ ଭାଜପା ମଧ୍ୟରେ କଡା ଟକ୍କର ହେବା ଆଶା ରହିଛି । ପଶ୍ଚିମବଙ୍ଗରେ ମାର୍ଚ୍ଚ 27 ରୁ ଏପ୍ରିଲ 29 ଯାଏଁ ସବୁଠୁ ଅଧିକ 8ଟି ପର୍ଯ୍ୟାୟରେ ମତଦାନ ସମ୍ପର୍ଣ୍ଣ ହୋଇଛି ।

ପଶ୍ଚିମବଙ୍ଗରେ ସମସ୍ତ 294 ସିଟ ଉପରେ ମତଦାନ ହେବାକୁ ଥିବା ବେଳେ 2 ସିଟର ଆଶାୟୀ ପ୍ରାର୍ଥୀଙ୍କ ନିଧନ ଯୋଗୁଁ 292 ସିଟରେ ମତଦାନ ହୋଇଛି । 294 ସିଟ ଥିବା ପଶ୍ଚିମବଙ୍ଗ ବିଧାନସଭାରେ ବହୁମତ ସଂଖ୍ୟା 148 ରହିଛି । ହେଲେ ଏଥର 292 ସିଟରେ ମତଦାନ ହୋଇଛି । ଏଭଳି ସ୍ଥିତିରେ ବହୁମତ ସଂଖ୍ୟା 147 ରହିବ ।

ପଦ୍ମ ଫୁଟାଇବାକୁ ଭାଜପାର ଦାବି

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସାମ୍ନାରେ ରହିଛି ହ୍ୟାଟ୍ରିକ ମାରିବାର ମଉକା । ଏପଟେ ଦିଦିଙ୍କୁ କଡା ଚ୍ୟାଲେଞ୍ଜ ଦେଇଛି ବିଜେପି । ଏଣୁ ନିର୍ବାଚନ ପ୍ରଚାର ସମୟରେ ବିଜେପି ସମ୍ପୂର୍ଣ୍ଣ ବଳ-କୌଶଳ ଲଗାଇଥିଲା । ପିଏମ ମୋଦିଙ୍କ ଠାରୁ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ତମାମ ବଡ ଚେହେରା ମଇଦାନକୁ ଓହ୍ଲାଇଥିଲେ ।

ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ନିର୍ବାଚନ ପ୍ରଚାର ସମୟରେ ଭାଜପାର ପ୍ରତିଟି ଜବାବର ଓଲଟା ଆକ୍ରମଣ କରିଛନ୍ତି । ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ଓ ପ୍ରଚାର ସମୟରେ ପରସ୍ପର ଆରୋପ ପ୍ରତ୍ୟାରୋପର ଜାରି ରହିଥିଲା । ଏଥର ମଧ୍ୟ ପଶ୍ଚିମବଙ୍ଗ ନିର୍ବାଚନ ହିଂସାରୁ ଓହରିନି ।

2016 ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ 211 ସିଟରେ ବିଜୟ ହାସଲ କରି ଆସନ ଅକ୍ତିଆର କରିଥିବା ବେଳେ କଂଗ୍ରେସ 44 ଓ ବିଜେପି କେବଳ 3ଟି ସିଟ ପାଇଥିଲା ।

ଏଣୁ କିଛି ସର୍ଭେର ଦିଦି ପୁଣି କ୍ଷମତାସୀନ ହୋଇପାରନ୍ତି ବୋଲି ଆକଳନ କରିଥିବା ବେଳେ ବିଜେପି ସପକ୍ଷରେ ଜନମତ ଯାଇଥିବା ଦର୍ଶାଯାଉଛି । ପୁଣି କିଛି ସର୍ଭେର ଝୁଲା ସରକାର ହେବା ଆକଳନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.