ETV Bharat / bharat

ହାଇଦ୍ରାବାଦରେ ଶାହ, ଡିଟରଜେଣ୍ଟ ପାଉଡର ପୋଷ୍ଟରରେ ସ୍ବାଗତ କଲା BRS - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ହାଇଦ୍ରାବାଦରେ ଶାହଙ୍କୁ କଟାକ୍ଷ କରି ଲାଗିଛି ଡିଟରଜେଣ୍ଟ ପାଉଡର ପୋଷ୍ଟର । ଏକାଧିକ ବିଜେପି ନେତାଙ୍କ ଫଟୋ ସହ ଉଲ୍ଲେଖ ରହିଛି ‘‘ଓ୍ବେଲକମ ଟୁ ଶାହ ’’। ଅଧିକ ପଢନ୍ତୁ

ହାଇଦ୍ରାବାଦରେ ଶାହ, ଡିଟରଜେଣ୍ଟ ପାଉଡର ପୋଷ୍ଟରରେ ସ୍ବାଗତ କଲା BRS

author img

By

Published : Mar 12, 2023, 8:13 PM IST

ହାଇଦ୍ରାବାଦ: ସିଆଇଏସଏଫ ରାଇଜିଂ ଡେ କାର୍ଯ୍ୟକ୍ରମରେ ହାଇଦ୍ରାବାଦ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ନେଇ ପୋଷ୍ଟର କଟାକ୍ଷ ଦେଖିବାକୁ ମିଳିଛି । ଡିଟରଜେଣ୍ଟ ପାଉଡର ପୋଷ୍ଟର ଲଗାଯାଇ ଶାହଙ୍କୁ ସ୍ବାଗତ ବୋଲି ଲେଖାଯାଇଛି । ହାଇଦ୍ରାବାଦର ଜେବିଏସ ଜଙ୍କସନରେ ଏହି କଟାକ୍ଷପୂର୍ଣ୍ଣ ପୋଷ୍ଟର ଦେଖିବାକୁ ମିଳିଛି । ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଘରେ ଏବେ ଦୁର୍ନୀତି ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ଜାରି ରହିଛି । ଏହାକୁ ନେଇ ବିରୋଧୀ ଦଳମାନେ ବିଜେପିକୁ ମଧ୍ୟ ପାଲଟା ଟାର୍ଗେଟ କରିବାରେ ଲାଗିଛନ୍ତି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଝିଅ କବିତାଙ୍କୁ ଏବେ ପ୍ରବର୍ତ୍ତନ(ଇଡି) ସ୍କାନରରେ ରଖିଛି । ଭାରତ ରାଷ୍ଟ୍ର ସମିତି ଏପରି ପୋଷ୍ଟର ଲଗାଇ ବିଜେପିକୁ କଟାକ୍ଷ କରିଥିବା ଅନୁମାନ କରାଯାଉଛି । ଗତକାଲି ମଧ୍ୟ ଭାରତୀୟ ଜନତା ପାର୍ଟିକୁ ଏକ ରେଡ ଡିଟରଜେଣ୍ଟ ପାଉଡର ବୋଲି ଦର୍ଶାଯାଇ ପୋଷ୍ଟର ଲଗାଯାଇଥିଲା । ହାଇଦ୍ରାବାଦର ଅନ୍ୟ ଏକ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାବଣ ଭାବେ ଚିତ୍ରଣ କରି ପୋଷ୍ଟର ଦେଖିବାକୁ ମିଳିଥିଲା । ନରେନ୍ଦ୍ର ମୋଦି ସିବିଆଇ, ଇଡି, ନାର୍କୋଟିକ ବ୍ୟୁରୋ, ଗୁଇନ୍ଦା ସଂସ୍ଥା ପରି ଏକାଧିକ କେନ୍ଦ୍ରୀୟ ଏଜେନ୍ସିର 10 ମୁଣ୍ଡ ଧାରଣ କରି ସାମ୍ବିଧାନିକ ମୂଲ୍ୟବୋଧକୁ ନଷ୍ଟ କରିଥିବା ଉକ୍ତ ପୋଷ୍ଟରରେ ଦର୍ଶାଯାଇଥିଲା । ଆଜି ଶାହଙ୍କ ଗସ୍ତ ସମୟରେ ମଧ୍ୟ ସେପିରି କଟାକ୍ଷପୂର୍ଣ୍ଣ ପୋଷ୍ଟର ଦେଖିବାକୁ ମିଳିଛି । ହେଲେ ଏହି ପୋଷ୍ଟରକୁ କେଉଁ ଦଳ ଲଗାଇଛି ସେ ନେଇ କିଛି ନିର୍ଦ୍ଦିଷ୍ଟ ଭାବେ ପୋଷ୍ଟରରେ ଉଲ୍ଲେଖ କରାଯାଇନାହିଁ ।

ଏହା ବି ପଢ଼ନ୍ତୁ: ତେଲେଙ୍ଗାନାରେ ପୋଷ୍ଟର କଟାକ୍ଷ: ବିଜେପି ରେଡ୍ ଓ୍ବାସିଂ ପାଉଡର, ମୋଦି ରାବଣ

ଆଜି ହାଇଦ୍ରାବାଦରେ ପ୍ରଥମ ଥର ପାଇଁ ସିଆଇଏସଏଫର 54ତମ ସ୍ଥାପନା ଦିବସ କାର୍ଯ୍ୟକ୍ରମ ପାଳନ ହୋଇଛି । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି । 53 ବର୍ଷ ଧରି ଦେଶର ଆର୍ଥିକ ପ୍ରଗତିରେ ସିଆଇଏସଏଫର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ସମାରୋହରେ ଶାହ କହିଥିଲେ । ଆଗାମୀ ଦିନରେ ସିଆଇଏସଏଫର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ 5 ମିଲିୟନ ଡଲାର ଅର୍ଥନୈତିକ ଲକ୍ଷ୍ୟ ରଖିଛନ୍ତି । ସେହି ଲକ୍ଷ୍ୟ ପୂରଣ କରିବାକୁ ହେଲେ ଆମ ରେଳସେବା, ବନ୍ଦର, ମେଟ୍ରୋ ଆଦିର ସୁରକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ । ଏହି ଦିଗରେ ସିଆଇଏସଏଫ ସମସ୍ତ ଚ୍ୟାଲେଞ୍ଜର ମୁକାବିଲା କରିବ ବୋଲି ଶାହ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.