ETV Bharat / bharat

କେମିତି କଟିବ ଆପଣଙ୍କ ଚଳିତ ସପ୍ତାହ ? ନଜର ପକାନ୍ତୁ ସାପ୍ତାହିକ ରାଶିଫଳ ଉପରେ

କେମିତି କଟିବ ଏଥରର ସପ୍ତାହ ? କଣ ଘଟିବ ଆପଣ ସହ? ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡ଼ିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

weekly horoscope
weekly horoscope
author img

By ETV Bharat Odisha Team

Published : Oct 29, 2023, 6:30 AM IST

ମେଷ: କିଛି ନୂତନ ଆଶା ସହିତ ଏହି ସପ୍ତାହ ଆରମ୍ଭ ହେବ । ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଆପଣ ଚିନ୍ତିତ ରହିବେ । ବୈବାହିକ ଜୀବନରେ ଲାଗି ରହିଥିବା ଅଶାନ୍ତି, ଆପଣଙ୍କ ପାଇଁ ସମସ୍ୟା ଗୁଡିକର କାରଣ ହୋଇପାରେ । ଆପଣ ନିଜର ସନ୍ତାନମାନଙ୍କ ଠାରୁ ଆନନ୍ଦ ପାଇବେ କିନ୍ତୁ ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ସମସ୍ୟାପୂର୍ଣ୍ଣ ହୋଇପାରେ । ଏହି ସଂପର୍କକୁ ଉନ୍ନତ କରିବା ପାଇଁ ଚେଷ୍ଟା କରନ୍ତୁ । ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନେ ସମ୍ପର୍କର ସୁନ୍ଦରତାକୁ ଉପଭୋଗ କରିବେ । ଆପଣମାନଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ ପାଇବ ଏବଂ ଆପଣମାନେ ପରସ୍ପରକୁ ପୂର୍ବାପେକ୍ଷା ଆହୁରି ଭଲ ଭାବରେ ବୁଝିବା ପାଇଁ ସକ୍ଷମ ହେବେ । ଭଲ କାମ କରିବା ଦ୍ଵାରା ଆପଣ ନିଜ ପାଇଁ ଗୋଟିଏ ଭଲ ସ୍ଥାନ ପ୍ରସ୍ତୁତ କରିବେ। ବ୍ୟବସାୟ କରୁଥିବା ଲୋକମାନଙ୍କୁ ପ୍ରବଳ ମାନସିକ ଚାପ ମଧ୍ୟରେ କାମ କରିବାକୁ ପଡିବ। ଆପଣ କିଛି ଉତ୍ତମ କାମ କରିବା ପାଇଁ ଗୋଟିଏ ସୁଯୋଗ ପାଇବେ। ବିଦ୍ୟାର୍ଥୀମାନେ ସେମାନଙ୍କ ଅଧ୍ୟୟନରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେବେ ଏବଂ ସେମାନଙ୍କର ଧ୍ୟାନ ମଧ୍ୟ ବୃଦ୍ଧି ପାଇବ । ଯଦି କୌଣସି ଭ୍ରମଣରେ ଯିବାକୁ ଥାଏ, ତେବେ ସପ୍ତାହର ମଧ୍ୟ ଭାଗ ଉତ୍ତମ ହେବ।

ବୃଷ: ଏହି ସପ୍ତାହରେ ମାନସିକ ଚାପ ବୃଦ୍ଧି ହେବାର ସମ୍ଭାବନା ଅଛି। ସପ୍ତାହ ଆରମ୍ଭରେ ଆପଣ ଚାପରେ ରହିବେ। ଏଥିରୁ ମୁକୁଳିବା ପାଇଁ ଆପଣଙ୍କୁ ସପ୍ତାହର ମଧ୍ୟଭାଗ ପର୍ଯ୍ୟନ୍ତ ସମୟ ଲାଗିଯିବ। ଯଦି ଆପଣ ନିଜର ଖର୍ଚ୍ଚ ଉପରେ ଧ୍ୟାନ ଦେବେ, ତେବେ ସବୁ କିଛି ଠିକ ଚାଲିବ। ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ କିଛି ସମସ୍ୟାର ଅନୁଭବ କରିବେ ଏବଂ ଜୀବନସାଥୀଙ୍କ ସହିତ ଆପଣଙ୍କର ଭଲ ପଡିବ ନାହିଁ। ଯାହା ସମସ୍ୟାଗୁଡ଼ିକର କାରଣ ହୋଇପାରେ କିନ୍ତୁ ଧୈର୍ଯ୍ୟ ଧରନ୍ତୁ । ଆସିବାକୁ ଥିବା ସମୟ ପୂର୍ବାପେକ୍ଷା ଭଲ ହେବ। ପ୍ରେମ ଜୀବନ ପାଇଁ ସମୟ ଉତ୍ତମ ଅଟେ। ନିଜର ସଂପର୍କକୁ ଆଗକୁ ନେବା ପାଇଁ ଆପଣଙ୍କୁ ଟିକେ ସାହାସ ପ୍ରଦର୍ଶନ କରିବାକୁ ପଡିବ। ବିନା କାରଣରେ ଆପଣ ନିଜର ପାଖରେ ଥିବା ଟଙ୍କା କାହାକୁ ଦିଅନ୍ତୁ ନାହିଁ। ଚାକିରି କରୁଥିବା ଲୋକମାନଙ୍କ ପାଇଁ ଏହି ସପ୍ତାହଟି ଶୁଭ ହେବ।

ମିଥୁନ: ସପ୍ତାହଟି ଆପଣଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରିବ କିନ୍ତୁ ଆପଣଙ୍କ ମାର୍ଗରେ ଅନେକ ବାଧାବିଘ୍ନ ଆସିବ। ଯାହା ଆପଣଙ୍କ ମାର୍ଗକୁ ଅବରୋଧ କରିବ କିନ୍ତୁ ଧୈର୍ଯ୍ୟ ଧରନ୍ତୁ ଏବଂ ଧୀରସ୍ଥିର ଭାବେ ଏଥିରୁ ମୁକୁଳିବା ପାଇଁ ଚେଷ୍ଟା କରନ୍ତୁ। ଆୟରେ ପ୍ରଚୁର ବୃଦ୍ଧି ହେବ, ଯାହା ଆପଣଙ୍କ ଆତ୍ମବିଶ୍ଵାସକୁ ପୂର୍ବାପେକ୍ଷା ଆହୁରି ଦୃଢ କରିବ କିନ୍ତୁ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ଏକ ଜରୁରୀ କାମ ହେବ। ଚାକିରି କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ହେବ। ବ୍ୟବସାୟ ପାଇଁ ସମୟ ଶୁଭ ହେବ। ଅର୍ଥ ବିନିଯୋଗରୁ ଆପଣ ଲାଭବାନ ହେବେ। ଆପଣ ଅତିତରେ କରିଥିବା ଅର୍ଥ ନିବେଶରୁ ଲାଭବାନ ହେବେ। ସରକାରୀ ବିଭାଗର ଯେକୌଣସି ଯୋଜନାର ଲାଭ ଉଠାଇବାରେ ଆପଣ ସଫଳ ହେବାର ସମ୍ଭାବନା ଅଛି। ଘରର ପରିବେଶ ଆମୋଦଦାୟକ ହେବ। ବନ୍ଧୁମାନଙ୍କ ସହିତ ଭଲ ସମୟ ବିତାଇବା ପାଇଁ ଆପଣ ଗୋଟିଏ ସୁଯୋଗ ପାଇବେ। ଆପଣଙ୍କର ପ୍ରିୟତମ/ପ୍ରିୟତମାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ। ବିବାହିତ ଜୀବନ ଅତିବାହିତ କରୁଥିବା ଲୋକମାନେ ଖୁସି ଦେଖାଯିବେ ଏବଂ ଗୃହସ୍ଥ ଜୀବନ ଆନନ୍ଦମୟ ହେବ। ସପ୍ତାହର ଅନ୍ତିମ ଦୁଇ ଦିନ ଭ୍ରମଣ ପାଇଁ ଶୁଭ ହେବ ।

କର୍କଟ: ଏହି ସପ୍ତାହରେ ଆପଣ ଶୁଭ ଖବର ପାଇବେ । ଆପଣଙ୍କ କର୍ମସ୍ଥଳୀରେ ପରିବର୍ତ୍ତନ ହେବ, ଆପଣ ଚାକିରି ପରିବର୍ତ୍ତନ କରିବା କଥା ଚିନ୍ତା କରିବେ କିମ୍ବା ଆପଣଙ୍କର ବଦଳି ହେବାର ସମ୍ଭାବନା ରହିଛି। କାମ ସମ୍ବନ୍ଧିତ ବ୍ୟସ୍ତତା ବୃଦ୍ଧି ପାଇବ। ଆପଣ ପରିବାର ପାଇଁ କମ୍ ସମୟ ଦେବାରେ ସକ୍ଷମ ହେବେ। ପରିବାରରେ ଅଶାନ୍ତି ବୃଦ୍ଧି ହେବାର ସମ୍ଭାବନା ଅଛି । ପରସ୍ପରକୁ ଦୋଷାରୋପ କରିବା ଭଳି ପରିସ୍ଥିତି ଦେଖାଦେଇପାରେ। ତେଣୁ ସତର୍କ ରୁହନ୍ତୁ। ବ୍ୟବସାୟ ପାଇଁ ଏହି ସମୟ ଅନୁକୂଳ ହେବ। ଏଥିରୁ ଆପଣ ଲାଭବାନ ହେବେ। ଚାକିରୀ କରୁଥିବା ଲୋକମାନେ କଠିନ ପରିଶ୍ରମ ଆଧାରରେ ଭଲ ପ୍ରଦର୍ଶନ କରିବେ କିନ୍ତୁ କିଛି ସମସ୍ୟା ସେମାନଙ୍କୁ ଅସୁବିଧାରେ ପକାଇପାରେ। ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ଖୁସିରେ ଥିବା ଭଳି ଜଣା ପଡିବେ ଏବଂ ଜୀବନସାଥୀ ସହିତ ସେମାନଙ୍କର ତାଳମେଳ ଉନ୍ନତ ହେବ । ପ୍ରେମ ଜୀବନ ପାଇଁ ସମୟ ମଧ୍ୟମ ରହିବ। ପରିବାର ସଦସ୍ୟମାନଙ୍କ ଠାରୁ ଅନୁମତି ନେବା ପରେ ଆପଣ ନିଜର ସଂପର୍କରେ ଆଗକୁ ବଢିବା ଉଚିତ୍ । ଭ୍ରମଣ ପାଇଁ ସମୟ ଅନୁକୂଳ ହେବ ।

ସିଂହ: ଏହି ସପ୍ତାହରେ ଆପଣ ମିଶ୍ରିତ ଫଳ ପାଇବେ । ସପ୍ତାହର ଆରମ୍ଭରେ ଆପଣ ଦୂର ଯାତ୍ରା କରିବାର ସମ୍ଭାବନା ଅଛି। ଯାହା ଦ୍ଵାରା ଆପଣଙ୍କର ବହୁତ ଖର୍ଚ୍ଚ ହେବ କିନ୍ତୁ ତଥାପି ଆପଣ କିଛି ନୂଆ ଲୋକଙ୍କୁ ଭେଟିବାର ଏକ ସୁଯୋଗ ପାଇବେ। ଯେଉଁମାନେ ଭବିଷ୍ୟତରେ ଆପଣଙ୍କର ବହୁତ କାମରେ ଆସିବେ। ଚାକିରୀ କ୍ଷେତ୍ରରେ ପରିସ୍ଥିତି ଭଲ ରହିବ। ବ୍ୟବସାୟ କରୁଥିବା ଲୋକମାନେ କିଛି ନୂଆ ଓ ଅଲଗା ଚିନ୍ତା କରିବା ଆବଶ୍ୟକ। ଏହି ସପ୍ତାହରେ ଆପଣଙ୍କର ଆୟ ସାଧାରଣ ହେବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ପ୍ରେମ ଜୀବନ ପାଇଁ ଏହି ସପ୍ତାହ ଶୁଭ ଅଟେ। ଆପଣ ନିଜ ସମ୍ପର୍କରେ ଦୃଢ ଥିବା ଜଣା ପଡିବେ । ଭ୍ରମଣ ପାଇଁ ସପ୍ତାହର ଆରମ୍ଭ ଦିନଗୁଡିକ ଶୁଭ ହେବ । ବିଦ୍ୟାର୍ଥୀମାନେ ଅଧ୍ୟୟନରେ ମନନିବେଶ କରିବାରେ କିଛି ଅସୁବିଧାର ସମ୍ମୁଖୀନ ହେବେ ।

କନ୍ୟା: ସପ୍ତାହର ଆରମ୍ଭ ଦିନଗୁଡିକରେ ଅତ୍ୟନ୍ତ ବିବ୍ରତ ହେବାର ସମ୍ଭାବନା ଅଛି। ଯେଉଁ କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାର ସମ୍ଭାବନା ଅଛି । ଏହି ସବୁଥିରୁ ମୁକୁଳିବା ପାଇଁ ଆପଣ ଉଭୟ ସୁଯୋଗ ଓ ଆତ୍ମବିଶ୍ଵାସ ଲାଭ କରିବେ । କିଛି ନୂଆ କାମ ଉପରେ ଆପଣ ଧ୍ୟାନ ଦେବା ଆବଶ୍ୟକ ହୋଇପାରେ । ଚାକିରୀ କରୁଥିବା ଲୋକମାନଙ୍କ ପାଇଁ ସମୟ ଅନୁକୂଳ ହେବ । ଆପଣଙ୍କର ଉଦ୍ୟମ ଏବଂ କାମ କରିବାର ବେଗ ଉଭୟ ଭଲ ଥିବା କାରଣରୁ ଆପଣ ଚାକିରୀରେ ନିଜକୁ ଗୋଟିଏ ଭଲ ଥିବା ଦେଖିବାକୁ ପାଇବେ । ବିବାହିତ ଲୋକମାନେ ବହୁ ମାତ୍ରାରେ ଗୃହସ୍ଥ ଜୀବନର ଶାନ୍ତିରୁ ମୁକ୍ତ ଥିବା ଦେଖାଯିବେ ଏବଂ ସେମାନେ ଜୀବନସାଥୀଙ୍କ ସହିତ ନିଜର ତଥା ଜୀବନସାଥୀଙ୍କ ପରିବାର ଲୋକଙ୍କ ସହିତ ସନ୍ତୁଳନକୁ ଉନ୍ନତ କରିବା ପାଇଁ ଚେଷ୍ଟା କରୁଥିବା ଦେଖାଯିବେ । ଆପଣ ନିଜର ପ୍ରେମୀ/ପ୍ରେମିକାଙ୍କ ପାଇଁ କିଛି ବଡ କରିବା ପାଇଁ ଯୋଜନା କରିବାର ସମ୍ଭାବନା ଅଛି । ଭ୍ରମଣ ପାଇଁ ସପ୍ତାହର ମଧ୍ୟ ଭାଗ ଶୁଭ ହେବ । ସଫଳତାର ଏକ ସୁନିଶ୍ଚିତ ସମ୍ଭାବନା ଅଛି, ତେଣୁ ଏହି ସମୟର ସଂପୂର୍ଣ୍ଣ ସଦୁପଯୋଗ କରିବା ସହିତ କଠିନ ପରିଶ୍ରମ କରନ୍ତୁ ।

ତୁଳା: ଏହି ସପ୍ତାହରେ ଆପଣ ମଧ୍ୟମ ଫଳ ପାଇବେ । ଆପଣଙ୍କୁ ନିଜର ତଥା ଆପଣଙ୍କ ଜୀବନସାଥୀଙ୍କ ସ୍ଵାସ୍ଥ୍ୟର ମଧ୍ୟ ଯତ୍ନ ନେବାକୁ ହେବ ଅନ୍ୟଥା ଆପଣ ଦୁଇ ଜଣଙ୍କ ମଧ୍ୟରୁ କାହାର ଜଣକର ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ। ଯଦିଓ ଆପଣଙ୍କର ଆୟ ଭଲ ହେଉଥିବ ତଥାପି ମଧ୍ୟ ଖର୍ଚ୍ଚ ବୃଦ୍ଧି ହେବ । ଆପଣଙ୍କର ଯୋଜନାଗୁଡିକ ସଫଳତାର ସିଢି ଚଢିବାକୁ ଲାଗିବେ । ଆପଣ ବ୍ୟବସାୟରେ ସଫଳତା ପାଇବେ । ନିଜର ଜୀବନସାଥୀଙ୍କ ସହିତ ଝଗଡା ହେବାର ସମ୍ଭାବନା ଦେଖାଦେଇପାରେ। ଚାକିରୀ କ୍ଷେତ୍ରରେ ସମୟ ଉତଥାନ ପତନରେ ପରିପୂର୍ଣ୍ଣ ହେବ। ଆପଣ ନିଜ କାମ ଉପରେ ଧ୍ୟାନ ଦେବାରେ ସକ୍ଷମ ହେବେ ନାହିଁ, କାମରେ ସମସ୍ୟାଗୁଡ଼ିକର ସମ୍ମୁଖୀନ ହୋଇପାରନ୍ତି। ଆପଣ ପରିବାର ସଦସ୍ୟମାନଙ୍କ ଠାରୁ ସହାୟତା ପାଇବେ । ଆପଣ ଆଗକୁ ବଢିବା ପାଇଁ ଚେଷ୍ଟା କରିବେ ଏବଂ ବିବାହ ପାଇଁ ପ୍ରସ୍ତୁତ ହେବା ଆରମ୍ଭ କରିବାର ସମ୍ଭାବନା ଅଛି । ବିବାହିତ ଲୋକମାନେ ଜୀବନରେ ସମସ୍ୟାଗୁଡ଼ିକର ଅନୁଭବ କରିବେ । ବର୍ତ୍ତମାନ ଠାରୁ ସମୟ ଅନୁକୂଳ ହେବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ବିଛା: ଏହି ସପ୍ତାହରେ ଆପଣ ମଧ୍ୟମ ଫଳ ପାଇବେ । ଖର୍ଚ୍ଚଗୁଡିକ ଏତେ ମାତ୍ରାରେ ବୃଦ୍ଧି ପାଇବ। ଆପଣଙ୍କୁ ସେଥିପ୍ରତି ଧ୍ୟାନ ଦେବାକୁ ହେବ, ଅନ୍ୟଥା ଆର୍ଥିକ ଅବସ୍ଥା ଖରାପ ହେବାର ସମ୍ଭାବନା ଅଛି । ଆପଣ କରିଥିବା କିଛି ସଞ୍ଚୟ ମଧ୍ୟ ଖର୍ଚ୍ଚ ହୋଇଯିବ କିନ୍ତୁ ଦମ୍ଭ ହରାନ୍ତୁ ନାହିଁ । ଭ୍ରମଣ କରିବା ଦ୍ଵାରା ଆପଣ କ୍ଳାନ୍ତ କିମ୍ବା ଅସୁସ୍ଥ ହେବାର ସମ୍ଭାବନା ଅଛି, ତେଣୁ ସତର୍କ ରୁହନ୍ତୁ । ପାକସ୍ଥଳୀ ସମ୍ବନ୍ଧିତ ସମସ୍ୟାଗୁଡ଼ିକ ମଧ୍ୟ ଅସୁବିଧାର କାରଣ ହୋଇପାରେ । ବିଶୁଦ୍ଧ ପାଣି ସହିତ ଉତ୍ତମ ଖାଦ୍ୟ ଗ୍ରହଣ କରିବା ଜରୁରୀ ହେବ । ଘରୋଇ ଖାଦ୍ୟ ଖାଆନ୍ତୁ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ସାଧାରଣ ହେବ । ବିବାହିତ ଲୋକମାନେ ଗୃହସ୍ଥ ଜୀବନରେ ଅଶାନ୍ତି ଅନୁଭବ କରିବେ ଏବଂ ଅଯଥା ଚିନ୍ତାଗୁଡିକ ଆପଣଙ୍କ ସଂପର୍କକୁ ଦୁର୍ବଳ କରିପାରେ । ପ୍ରେମ ଜୀବନ ଅତିବାହିତ ଲୋକମାନଙ୍କ ପାଇଁ ସପ୍ତାହଟି ମାଧ୍ୟମ ହେବ । ଆପଣ ନିଜର ପ୍ରେମୀ/ପ୍ରେମିକାଙ୍କ ଯେକୌଣସି ଇଚ୍ଛାକୁ ପୂରଣ କରିବା ପାଇଁ ଚେଷ୍ଟା କରିବାର ସମ୍ଭାବନା ଅଛି । ଭ୍ରମଣ ପାଇଁ ସପ୍ତାହର ଆରମ୍ଭ ଦିନଗୁଡିକ ଅନୁକୂଳ ହେବ । ବିଦ୍ୟାର୍ଥୀମାନେ ଅଧ୍ୟୟନ ଉପରେ କମ୍ ଧ୍ୟାନ ଦେବେ ।

ଧନୁ: ଏହି ସପ୍ତାହ ଆପଣଙ୍କୁ ଆପଣଙ୍କ ବିରୋଧୀମାନଙ୍କ ଠାରୁ ବହୁତ ଆଗରେ ରଖିବ। ବ୍ୟବସାୟରେ ପରିସ୍ଥିତି ଖୁବ ଶୀଘ୍ର ଆଗକୁ ବଢିବ । ଆପଣ ଆପଣେଇ ଥିବା କୌଶଳ ଆପଣଙ୍କୁ ବ୍ୟବସାୟରେ ଆଗକୁ ନେବ ଏବଂ ଆପଣ ପ୍ରଚୁର ମାତ୍ରାରେ ଲାଭବାନ ହେବେ। ସରକାରୀ କ୍ଷେତ୍ରରୁ ମଧ୍ୟ କିଛି ବଡ ଲାଭ ପାଇବାର ସମ୍ଭାବନା ଦେଖାଦେଇପାରେ। ଚାକିରୀ ବୃତ୍ତି ଥିବା ଲୋକମାନେ ସରକାରୀ ଯୋଜନାରୁ ଲାଭ ଉଠାଇବେ। ଆପଣ ନିଜ କାମରେ ଅତି ନିପୁଣ ହେବେ ଏବଂ ଆପଣଙ୍କ କାମ ଆପଣଙ୍କ ପାଇଁ ସୁଫଳ ଆଣିଦେବ । ସ୍ୱାସ୍ଥ୍ୟହାନୀ ହେବା ଦ୍ଵାରା ଆପଣ ଚିନ୍ତିତ ହେବାର ସମ୍ଭାବନା ଅଛି । ଆପଣ ପରିବାର ସଦସ୍ୟମାନଙ୍କର ଦାୟିତ୍ଵଗୁଡିକୁ ତୁଲାଇବେ ଏବଂ ଆପଣ ସେମାନଙ୍କ ଠାରୁ ସହାୟତା ପାଇବେ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ସୁଖୀ ଥିବା ଦେଖାଯିବେ। ଆପଣ ଆପଣଙ୍କ ଜୀବନସାଥୀଙ୍କ କାରଣରୁ ବଡ ମାତ୍ରାରେ କିଛି ଲାଭ ପାଇବେ । ପ୍ରେମ ପାଇଁ ସମୟ ଦୁର୍ବଳ ରହିବ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟ ସହଭାଗୀଙ୍କ କାରଣରୁ ପ୍ରଚୁର ଲାଭ ପାଇବାରେ ସକ୍ଷମ ହେବେ । ଭ୍ରମଣ ପାଇଁ ସପ୍ତାହର ପ୍ରଥମ ଦିନ ଶୁଭ ହେବ ।

ମକର: ସପ୍ତାହଟି ଆପଣଙ୍କ ପାଇଁ ଶୁଭ ହେବ । ସପ୍ତାହର ଆରମ୍ଭରେ ସନ୍ତାନମାନଙ୍କ ଠାରୁ କିଛି ଶୁଭ ଖବର ପାଇବାର ସମ୍ଭାବନା ଅଛି । ବିବାହିତ ଜୀବନ ପାଇଁ ସପ୍ତାହତି ଶୁଭ ଅଟେ । ଜୀବନସାଥୀ ଆପଣଙ୍କ ସହିତ ସ୍ନେହପୂର୍ଣ୍ଣ କଥା ହେବେ । ଶ୍ଵଶୁର ଘର ଲୋକଙ୍କ ସହିତ ସମ୍ପର୍କ ପୂର୍ବ ଭଳି ଦୃଢ ରହିବ । ପ୍ରେମ ଜୀବନ ପାଇଁ ସପ୍ତାହର ଆରମ୍ଭ ଦିନଗୁଡିକ ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ଆପଣଙ୍କର ପ୍ରେମୀ/ପ୍ରେମିକା ତାଙ୍କ ମନର କିଛି କଥା ଆପଣଙ୍କୁ ଖୋଲି କହିବେ। ଯାହା ଆପଣଙ୍କର ବହୁତ ପସନ୍ଦ ହେବ ଏବଂ ଆପଣଙ୍କର ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହରେ କିଛି ସ୍ଵତନ୍ତ୍ର ଥିବାର ସୂଚନା ମିଳୁଛି । ଦରମାରେ ଇନକ୍ରିମେଣ୍ଟ ପାଇବାର ମଧ୍ୟ ସୁଯୋଗ ଆସିବ । ଅତି ଆତ୍ମବିଶ୍ଵାସୀ ହୋଇ କୌଣସି ଭୁଲ କାମ କରନ୍ତୁ ନାହିଁ। ବାପାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ତାଙ୍କର ୟତ୍ନ ନିଅନ୍ତୁ । ଆପଣଙ୍କ ସ୍ଵାସ୍ଥ୍ୟରେ ମଧ୍ୟ ଉତଥାନ ପତନ ଲାଗି ରହିପାରେ ।

କୁମ୍ଭ: ଏହି ସପ୍ତାହରେ ଆପଣ ଶୁଭ ଫଳ ପାଇବେ । ସପ୍ତାହର ଆରମ୍ଭ ଦିନଗୁଡିକରେ ଆପଣଙ୍କ ଘରକି କିଛି ଅତିଥି ଆସିବାର ସମ୍ଭାବନା ଅଛି, ଯେଉଁମାନଙ୍କୁ ଭେଟି ଆପଣ ଉପଭୋଗ ମଧ୍ୟ କରିବେ। ଭାଗ୍ୟ ବଳରେ ଆପଣ ବ୍ୟବସାୟରେ ସୁଫଳ ପାଇପାରନ୍ତି ଏବଂ ଆପଣଙ୍କ କର୍ପୋରେସନ୍ ବଢିବ। ଆପଣ ସମାଜରେ ସମ୍ମାନ ଲାଭ କରିବେ। କର୍ମ କ୍ଷେତ୍ରରେ ପରିସ୍ଥିତି ଧିରେ ଧୀରେ ନିୟନ୍ତ୍ରଣକୁ ଆସିବ ଏବଂ ଆପଣ ନିଜ କାମ ଉପରେ ମଧ୍ୟ ଭଲ ଭାବେ ଧ୍ୟାନ ଦେବାରେ ସକ୍ଷମ ହେବେ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ସୁଖୀ ଥିବା ଜଣାପଡିବେ ଏବଂ ସେମାନଙ୍କ ଜୀବନସାଥିଙ୍କ ସହିତ କୌଣସି ଏକ ସ୍ଥାନକୁ ବୁଲି ଯିବା ପାଇଁ ଯୋଜନା କରିପାରନ୍ତି । ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ହେବ । କୌଣସି କଥାକୁ ମନରେ ଲୁଚାଇ ରଖନ୍ତୁ ନାହିଁ ଏବଂ ନିଜର ପ୍ରେମୀ/ପ୍ରେମିକାଙ୍କ ନିକଟରେ ସବୁକିଛି ପ୍ରକାଶ କରନ୍ତୁ। ଏହା ଦ୍ଵାରା ପରସ୍ପର ମଧ୍ୟରେ ବିଶ୍ଵାସ କରିବା ଭାବନା ବୃଦ୍ଧି ପାଇବ। ବନ୍ଧୁମାନଙ୍କର ସହଯୋଗ ଦ୍ଵାରା ଆପଣ କାମରେ ସଫଳତା ପାଇବେ। ବିଦ୍ୟାର୍ଥୀମାନକ ପାଇଁ ମଧ୍ୟ ସମୟ ଅନୁକୂଳ ଅଟେ। ବର୍ତ୍ତମାନ ଆପଣ କଠିନ ପରିଶ୍ରମର ଫଳ ପାଇବେ।

ମୀନ: ଏହି ସପ୍ତାହରେ ଆପଣ ମଧ୍ୟମ ଫଳ ପାଇବେ। ସପ୍ତାହର ଆରମ୍ଭ ଦିନଗୁଡିକରେ ଆପଣ ବହୁତ କମ୍ ଅର୍ଥ ବିନିଯୋଗ କରିବା ଉଚିତ୍ କାରଣ ଏହି ସମୟରେ ଆର୍ଥିକ ଅବସ୍ଥା ସାମାନ୍ୟ ଦୁର୍ବଳ ରହିବାର ସମ୍ଭାବନା ଅଛି । ସପ୍ତାହର ମଧ୍ୟ ଭାଗ ଶୁଭ ରହିବ । ଖର୍ଚ୍ଚଗୁଡିକ ହ୍ରାସ ପାଇବ ଏବଂ ଆୟ ସୁଦୃଢ ହେବ । ସପ୍ତାହର ଅନ୍ତିମ ଦିନଗୁଡିକରେ ଆପଣ ନିଜର ବ୍ୟାଙ୍କ ବାଲାନ୍ସ ବୃଦ୍ଧି କରିବାରେ ସକ୍ଷମ ହେବେ। ପାରିବାରିକ ଜୀବନ ସୁଖମୟ ହେବ ଏବଂ ଗୃହସ୍ଥ ଜୀବନ ଅତିବାହିତ କରୁଥିବା ଲୋକମାନେ ସାମାନ୍ୟ ଭୁଲ ବୁଝାମଣାର ସମ୍ମୁଖୀନ ହୋଇପାରନ୍ତି। କିନ୍ତୁ ଏହା ସତ୍ତ୍ୱେ ଆପଣଙ୍କର ସମ୍ପର୍କ ପୂର୍ବ ଭଳି ଭଲ ରହିବ । ଯଦି ଆପଣ କାହାକୁ ଭଲ ପାଉଥାନ୍ତି, ତେବେ ନିଜର ସମ୍ପର୍କକୁ ନେଇ ଦୃଢ ମନୋଭାବ ରଖନ୍ତୁ ଏବଂ ନିଜର ପ୍ରିୟତମ/ପ୍ରିୟତମାଙ୍କ ମନକୁ ଜିତିବା ପାଇଁ ଚେଷ୍ଟା କରନ୍ତୁ । ସେହି କାମକୁ ଆନ୍ତରିକତାର ସହ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ସଫଳତା ପାଇବେ । ଯଦି ଆପଣ ଅଧ୍ୟୟନ କରୁଛନ୍ତି, ତେବେ ଆପଣ ଅଧ୍ୟୟନ ପାଇଁ କରିଥିବା କଠିନ ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ । ସପ୍ତାହର ଅନ୍ତିମ ଦିନଗୁଡିକ ଭ୍ରମଣ ପାଇଁ ଶୁଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.