ଶ୍ରୀନଗର: ଜମ୍ମୁକାଶ୍ମୀରରେ ଧୀରେ ଧୀରେ କୋରୋନା ସଂକ୍ରମଣ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର 13ଟି ଜିଲ୍ଲାରେ ସପ୍ତାହନ୍ତ ଲକଡାଉନକୁ ହଟାଇ ଦେଇଛନ୍ତି । କିନ୍ତୁ ଏଠାରେ ପୂର୍ବରୁ ଜାରି ହୋଇ ଆସୁଥିବା ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସରକାର ଘୋଷଣା କରିଛନ୍ତି ।
- " class="align-text-top noRightClick twitterSection" data="
">
ରାତ୍ରିକାଳୀନ କର୍ଫ୍ୟୁ ରାତି 8ଟାରୁ ସକାଳ 7ଟା ପର୍ଯ୍ୟନ୍ତ ଜାରି ରହିବ । 13 ଜିଲ୍ଲା ଜମ୍ମୁ, କାଠୁଆ, ସାମ୍ବା, ପୁଞ୍ଚ, ରାଜୌରୀ, ଉଧମପୁର, ଅନନ୍ତନାଗ, ବନ୍ଦିପୁରା, ବାରମୁଲ୍ଲା, ବୁଦଗମ, ଗନ୍ଦେରବାଲ, ପୁଲୱାମା ଓ ଶୋଫିଆନରେ ସପ୍ତାହନ୍ତ ଲକଡାଉନକୁ ହଟାଇ ଦିଆଯାଇଛି । ଦୋକାନ ବଜାର ସକାଳ 7ଟାରୁ ରାତି 7ଟା ପର୍ଯ୍ୟନ୍ତ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଏହି ଜିଲ୍ଲା ଗୁଡିକରେ ଥିବା ସପିଂ ମଲକୁ କେବଳ ଟିକା ନେଇସାରିଥିବା ଗ୍ରାହକ ଓ 48 ଘଣ୍ଟାର ନେଗେଟିଭ ରିପୋର୍ଟ ଥିବା ଗ୍ରାହକମାନେ ଯାଇପାରିବେ ବୋଲି ସରକାର ଗାଇଡଲାଇନରେ ନିର୍ଦ୍ଦେଶ ଦେଇଛନ୍ତି ।
ରେସ୍ତାେରାଁ ଓ ବାରଗୁଡିକ 50 ପ୍ରତିଶତ ଲୋକଙ୍କୁ ନେଇ ଖୋଲିବାକୁ ଥିବାବେଳେ ସୁଇମିଂ ପୁଲ ପୂର୍ବପରି ବନ୍ଦ ରହିବ ବୋଲି ସୂଚନା ମିଳିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ବର୍ତ୍ତମାନ ଜମ୍ମୁକାଶ୍ମୀରରେ 4048ଟି ସକ୍ରିୟ ମାମଲା ରହିଛି । ଗତ 24 ଘଣ୍ଟାରେ 3 ଲକ୍ଷ 8 ହଜାର 246 ଜଣ ସୁସ୍ଥ ହୋଇଥିବାବେଳେ 4335 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ଏଠାରେ 47 ଲକ୍ଷ 61 ହଜାର 579 ଜଣଙ୍କୁ ଟିକା ଦିଆଯାଇଥିବା ବେଳେ 40 ଲକ୍ଷ 14 ହଜାର 703 ଜଣ ପ୍ରଥମ ଡୋଜ ଓ 7 ଲକ୍ଷ 46 ହଜାର 876 ଜଣଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଛି ।
@ANI