ETV Bharat / bharat

ବିବାହ ବନ୍ଧନରେ ବାନ୍ଧି ହେଲେ କାଲୁ ଓ ଭୁରି, ରୋଷଣିରେ ଆସିଲେ ୫୦୦ ବରଯାତ୍ରୀ

author img

By

Published : Jun 6, 2022, 7:57 PM IST

ଉତ୍ତରପ୍ରଦେଶ ସୁମେରପୁରର ଭାରୁଆ ଗ୍ରାମରେ ନିଆରା ବିବାହ। ହୋମ ନିଆଁକୁ ସାକ୍ଷୀରଖି ହିନ୍ଦୁ ରୀତିନୀତି ଅନୁସାରେ ବିବାହ କଲେ ଦୁଇ ପୋଷା କୁକୁର । ଅଧିକ ପଢନ୍ତୁ

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ପୋଷା କୁକୁର

ଲକ୍ଷ୍ନୌ: ବାଜା ବାଜିଲା, ରୋଷଣି ବି ଆସିଲା ବେଦିରେ ବର କନିଆଁ ମଧ୍ୟ ବସିଲେ, ହୋମ ନିଆଁକୁ ସାକ୍ଷୀରଖି ହିନ୍ଦୁ ରୀତିନୀତି ଅନୁସାରେ ବିବାହ ମଧ୍ୟ ହେଲା । ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ଏଠାରେ ବରକନ୍ୟା ମଣିଷ ନୁହଁ ବରଂ ଦୁଇ ପୋଷା କୁକୁର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉତ୍ତରପ୍ରଦେଶ ସୁମେରପୁରର ଭାରୁଆ ଗ୍ରାମରେ ରବିବାର ଦେଖିବାକୁ ମିଳିଥିଲା ଏହି ନିଆରା ବିବାହ। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ମନ୍ଦିରରେ ପୂଜକ ଥିବା ଦୁଇ ସାଧୁ ସେମାନଙ୍କ ୨ ଗୃହପାଳିତ ପୋଷା କୁକୁରଙ୍କୁ ବିବାହ କରାଇଛନ୍ତି । ମନ୍ଦିରର ମହନ୍ତ ସ୍ୱାମୀ ଦ୍ବାରିକା ଦାସ ମହାରାଜ ତାଙ୍କ ପୋଷା କୁକୁର କାଲୁ ସହ ଅର୍ଜୁନ ଦାସ ମହାରାଜଙ୍କ ଗୃହପାଳିତ ପଶୁ ଭୁରିଙ୍କ ସହିତ ବିବାହ କରାଇଛନ୍ତି ।

ବଜରଙ୍ଗବାଲୀ ମନ୍ଦିର ମହନ୍ତ ଅର୍ଜୁନ ଦାସଙ୍କ ପୋଷା କୁକୁର ବର ବେଶରେ ସଜେଇ ହୋଇଥିବାବେଳେ ବାଜା ବଜାଇ ବାଣଫୁଟାଇ ପ୍ରାୟ ୫୦୦ଶହ ବରଯାତ୍ରୀଙ୍କୁ ନେଇ କନିଆଁ ଘରେ ପହଞ୍ଚିଥିଲେ। ସେଠାରେ କନିଆଁ ନୂଆ ଜାମା ପିନ୍ଧିବା ସହ ସୁନା ଗହଣାରେ ସଜେଇ ହୋଇ ଭୁରିକୁ ଅପେକ୍ଷା କରିଥିଲେ । ବରଯାତ୍ରୀ ପହଞ୍ଚିବା ପରେ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.