ETV Bharat / bharat

ରାତିରେ ହେବନି ଏୟାରଲିଫ୍ଟ: ଆସନ୍ତାକାଲିକୁ ଅପେକ୍ଷା, ଟନେଲ ଭିତରେ ଅସ୍ଥାୟୀ ହସ୍ପିଟାଲ

author img

By ETV Bharat Odisha Team

Published : Nov 28, 2023, 7:52 PM IST

ରାତିରେ ହେବନି ଏୟାରଲିଫ୍ଟ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆସନ୍ତାକାଲିକୁ ଅପେକ୍ଷା କରିପାରେ ପଡିପାରେ । ଟନେଲ ମଧ୍ୟରେ ଅସ୍ଥାୟୀ ହସ୍ପିଟାଲ ସହ ପ୍ରସ୍ତୁତ ରହିଛନ୍ତି ଡାକ୍ତରୀ ଟିମ୍‌ । ଅଧିକ ପଢନ୍ତୁ

ରାତିରେ ହେବନି ଏୟାରଲିଫ୍ଟ: ଆସନ୍ତାକାଲିକୁ ଅପେକ୍ଷା, ଟନେଲ ମଧ୍ୟରେ ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ

ଡେରାଡୁନ: ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳତା ମିଳନି । ଆଜି ସଂଧ୍ୟା ସୁଦ୍ଧା ଅପରେସନ ଶେଷ ହେବା ନେଇ ଯେଉଁ ଆଶା କରାଯାଉଥିଲା ସେପରି କିଛି ସଫଳତା ମିଳିନି । ଅନ୍ୟପଟେ ଘଟଣାସ୍ଥଳରୁ 30 କି.ମି ଦୂରରେ ହେଲିକପ୍ଟର ପ୍ରସ୍ତୁତ ରଖାଯାଇଥିଲେ ସୁଦ୍ଧା ରାତିରେ ଏୟାରଲିଫ୍ଟ ହେବନାହିଁ ବୋଲି ଜଣାପଡିଛି । ଅନ୍ୟପଟେ ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଟନେଲ ମଧ୍ୟରେ ଏକାଧିକ ଆମ୍ବୁଲାନ୍ସ ଏମରଜେନ୍ସି ମୋଡରେ ରଖାଯିବା ସହ ଏକ 10 ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ହସ୍ପିଟାଲ ବ୍ୟବସ୍ଥା କରାଯାଇଛି । ସେଠାରେ ଏକ ଡାକ୍ତରୀ ଟିମ ସମସ୍ତ ସରଞ୍ଜାମ ସହ ପ୍ରସ୍ତୁତ ରହିଛନ୍ତି ।

ଅନ୍ଯପଟେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ସଏଦ ଅତା ହାସନାୟିନଙ୍କ ସୂଚନା ଅନୁସାରେ, ଏବେ ଉଦ୍ଧାରକାରୀ ଟିମ୍‌ ବେଶ ନିକଟତର ହୋଇସାରିଛନ୍ତି । ଖୋଳା କାମ ଜାରି ରହିଛି । ସଂଧ୍ୟା ସାଢେ 4ଟା ପରେ ଏୟାରଲିଫ୍ଟକୁ ବନ୍ଦ ରଖାଯିବା ନିଷ୍ପତ୍ତି ନିଆଯାଇଥିଲା । ହେଲେ ଟନେଲ ନିକଟରେ 10ଟି ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ହସ୍ପିଟାଲ, ଡାକ୍ତରୀ ଟିମ୍‌ ଓ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି । ଉତ୍ତରକାଶୀ ଜିଲ୍ଲା ହସ୍ପିଟାଲରେ ମଧ୍ୟ 30ରୁ ଅଧିକ ଶଯ୍ୟା ସମସ୍ତ ଉପକରଣ ସହ ପ୍ରସ୍ତୁତ ରଖାଯାଇଛି । ଯଦି କୌଣସି ପରିସ୍ଥିତିରେ ରାତିରେ ଆବଶ୍ୟକ ପଡେ ତେବେ ଶ୍ରମିକଙ୍କ ସମସ୍ତ ମେଡିକାଲ ସୁବିଧା ପ୍ରଦାନ କରାଯାଇ ପାରିବ । ଆବଶ୍ୟକସ୍ଥଳେ ଜିଲ୍ଲା ହସ୍ପିଟାଲକୁ ମଧ୍ୟ ଆମ୍ବୁଲାନ୍ସରେ ସ୍ଥାନାନ୍ତରଣ କରାଯାଇପାରିବ ।

ଏହା ମଧ୍ୟ ପଢନ୍ତୁ :- ଏୟାରଲିଫ୍ଟ ହେବେ ଶ୍ରମିକ: ପହଞ୍ଚିଲା ବାୟୁସେନାର ଚିନୁକ ହେଲିକପ୍ଟର, ସନ୍ଧ୍ୟା ସୁଦ୍ଧା ସରିବ ମିଶନ

ଅନ୍ଯପଟେ ଆଜି ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଡେରାଡୁନ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଋଷିକେଶରେ ଥିବା ଏମ୍ସରେ ମଧ୍ୟ ଆବଶ୍ୟକ ଜରୁରୀ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାତିରେ ଉଦ୍ଧାର କାର୍ଯ୍ୟ ଜାରି ରହିବାକୁ ଥିବା ବେଳେ ଶ୍ରମିକଙ୍କୁ ଉଦ୍ଧାର ମଧ୍ୟ କରାଯାଇପାରେ । ମାତ୍ର ସେମାନଙ୍କୁ ଆସନ୍ତାକାଲି ସକାଳେ ହିଁ ସ୍ଥାନାନ୍ତରିତ କରାଯିବାର ସର୍ବାଧିକ ସମ୍ଭାବନା ରହିଛି । ଆଜି ସଂଧ୍ୟା ସୁଦ୍ଧା ଅପରେସନ ଶେଷ ହେବା ନେଇ ଅନୁମାନ କରାଯାଉଥିଲା । ମାତ୍ର ବିଳମ୍ବ ହେବା କାରଣରୁ ଉଦ୍ଧାର ଅପରେସନ ଶେଷ ହୋଇପାରିନି । ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ଏହୁତ ଏଥିରେ ପୂର୍ଣ୍ଣ ସଫଳତା ମିଳବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.