ETV Bharat / bharat

ନାଇଜେରିଆ ଜେଲ୍‌ରୁ ମୁକ୍ତ ହୋଇ ଫେରିଲେ କେରଳ ନାବିକ, ବଖାଣିଲେ ନିର୍ଯାତନାର କାହାଣୀ - ନାଇଜେରିଆରୁ ମୁକ୍ତ ହେଲେ କେରଳ ନାବିକ

10 ମାସ ପରେ ନାଇଜେରିଆ ଜେଲରୁ ମୁକ୍ତ ହେଲେ କେରଳର 3 ନାବିକ । ବଖାଣିଲେ ନିର୍ଯାତନାର କାହାଣୀ । ଜଳ ସୀମା ଅତିକ୍ରମଣ ମାମଲାରେ ହୋଇଥିଲେ ଗିରଫ । ପଢନ୍ତୁ ଅଧିକ

ନାଇଜେରିଆରୁ ମୁକ୍ତ ହେଲେ ବନ୍ଦୀ କେରଳ ନାବିକ, କହିଲେ ନିର୍ଯାତନାର କାହାଣୀ

author img

By

Published : Jun 11, 2023, 9:04 PM IST

ଥିରୁଅନନ୍ତପୁରମ: ପ୍ରାୟ 10 ମାସ ନାଇଜେରିଆ ଜେଲରେ ବନ୍ଦୀ ଜୀବନ କାଟିବା ପରେ ମୁକ୍ତ ହୋଇଥିବା କେରଳର 3 ନାବିକ ଆଜି ସେମାନଙ୍କ ଘରେ ପହଞ୍ଚିଛନ୍ତି । ସେମାନେ ଘରେ ପହଞ୍ଚିବା ପରେ ସେମାନଙ୍କୁ ସେଠାରେ ଦିଆଯାଇଥିବା ନିର୍ଯାତନା ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ସେ ମୁହଁ ଖୋଲିଛନ୍ତି । ସେମାନଙ୍କୁ ସେଠାକାର ଜେଲ୍‌ରେ ଅକଥନୀୟ ଅତ୍ୟାଚାର କରାଯାଉଥିବା ବେଳେ ଠିକ ଭାବେ ଖାଇବା ପାଇଁ ଦିଆଯାଉନଥିଲା । ସେମାନେ ଶୌଚାଳୟ ପାଣି ପିଇବାକୁ ବାଧ୍ୟ ହେଉଥିଲେ । ସେମାନେ କେବେ ଭାରତ ଫେରିବେ, ସେମାନଙ୍କ ପରିବାର ସହ ଦେଖାହେବା ନେଇ ଆଶା ମଧ୍ୟ ରଖିନଥିଲେ । ଆଜି ସ୍ବଦେଶ ଫେରିବା ପରେ ସେମାନେ ଖୁସିବ୍ୟକ୍ତ କରିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଉଦ୍ଧାର ପାଇଥିବା ଏହି 3 କେରଳ ନାବିକଙ୍କ ମଧ୍ୟରେ କୋଚିର ସାନୁ ଜୋସେଫ, କୋଲାମର ଭି.ବିଜିତ ଓ ମିଲଟନ ଡି.କଚ ରହିଥିଲେ । ଜୋସେଫ ଜାହାଜର ମୁଖ୍ୟ ଅଧିକାରୀ ଭାବେ ଦାୟିତ୍ବରେ ଥିଲେ । ପ୍ରଥମେ ଜଳସୀମା ଅତିକ୍ରମ କରିବା ଅଭିଯୋଗରେ ଇକ୍ବେଟୋରିଆଲ ଗ୍ୟୁନିଆରେ ଏମାନଙ୍କ ଜାହାଜ ଜବତ ହେବା ସହ ସମସ୍ତଙ୍କୁ ଗିରଫ କରାଯାଇଥିଲା । ସେଠାରେ ସେମାନଙ୍କୁ ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରିବା ଅଭିଯୋଗରେ 3 ମାସ ଜେଲରେ ରଖାଯାଇଥିଲା ।

ତେବେ ସେମାନେ ସିପିଂ କମ୍ପାନୀକୁ ଅବଗତ କରିଥିଲେ । ହେଲେ ସେମାନଙ୍କୁ ଗ୍ୟୁନିଆ ସରକାର ଛାଡ଼ିବା ପୂର୍ବରୁ ନାଇଜେରିଆ ଏକ ଭିନ୍ନ ତଥା ସଙ୍ଗୀନ ଅଭିଯୋଗରେ ସେମାନଙ୍କୁ ଗିରଫ କରିଥିଲା । ସେମାନେ ନାଇଜେରିଆର ଟ୍ୟାଙ୍କର ଜାହାଜରୁ ତେଲ ତସ୍କରୀ କରୁଥିବା ଅଭିଯୋଗରେ ସେମାନଙ୍କୁ ନାଇଜେରିଆ ଜେଲ୍‌ରେ ରଖିଥିଲା । ସେମାନେ ସେଠାରେ ପ୍ରାୟ 8 ମାସରୁ ଅଧିକ ଜେଲ୍‌ରେ ରହିଥିଲେ । ଜେଲ୍‌ରେ ସେମାନଙ୍କୁ ନାନା ଅକଥନୀୟ ନିର୍ଯାତନାର ଶିକାର ହେବାକୁ ପଡିଥିଲା । ସେମାନଙ୍କୁ ଖାଦ୍ୟ ମିଳୁନଥିଲା ବେଳେ ଶୌଚାଳୟ ପାଣି ପିଇବା ପାଇଁ ବାଧ୍ୟ ମଧ୍ୟ ହେଉଥିଲେ । ସେଠାରେ ସେମାନେ ରୋଗାକ୍ରାନ୍ତ ହେବା ସହ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଥିଲା । ସେମାନଙ୍କୁ କୌଣସି ଆଇନଗତ ସୁବିଧା ନଥିବାରୁ ସେମାନେ ମୁକ୍ତ ହୋଇପାରିବା ନେଇ ମଧ୍ୟ ଅନିଶ୍ଚିତତା ମଧ୍ୟରେ ଥିଲେ ।

ଏପଟେ ଏମାନଙ୍କ ପରିବାର ସଦସ୍ୟ ରାଜ୍ୟ ସରକାର ଓ ଭାରତ ସରକାରଙ୍କ ହସ୍ତକ୍ଷପ ପାଇଁ ନିବେଦନ କରିଥିଲେ । ବିଦେଶ ମନ୍ତ୍ରଣାଳୟ ମଧ୍ୟ ଏମାନଙ୍କ ମୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ କରିଥିଲା । ଭାରତ ପକ୍ଷରୁ ନାଇଜେରିଆ ସହ ଯୋଗାଯୋଗ କରାଯାଇ ବାରମ୍ବାର ଚାପ ପକାଯିବା ସହ ଭାରତୀୟ ନାଗରିକଙ୍କ ମୁକ୍ତି ପ୍ରକ୍ରିୟା ନିଶ୍ଚିତ ହୋଇଥିଲା । ସେମାନେ ଗତକାଲି କେରଳରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.