ETV Bharat / bharat

କୋଭିଡ ନିୟମ ପାଳନ ନେଇ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ

ରାଜ୍ୟରେ ବାକି ଥିବା ଆଉ ଚାରୋଟି ନିର୍ବାଚନରେ କୋଭିଡ ନିୟମ କଡାକଡି କରିବାକୁ ଆସନ୍ତାକାଲି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ କମିଶନ । ଅଧିକ ପଢନ୍ତୁ...

author img

By

Published : Apr 15, 2021, 12:35 PM IST

ନିର୍ବାଚନ କମିଶନ
ନିର୍ବାଚନ କମିଶନ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ କମିଶନ ଆରିଜ ଅଫତାଫ କୋଲକାତା ହାଇର୍କୋଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନେଇ ଶୁକ୍ରବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ରାଜ୍ୟରେ ବାକି ଥିବା ଆଉ ଚାରୋଟି ନିର୍ବାଚନରେ କୋଭିଡ ନିୟମ କଡାକଡି କରିବାକୁ ବୈଠକରେ ନିଷ୍ପତ୍ତି ହେବ ।

ରାଜ୍ୟର ପ୍ରତି ରାଜନୈତିକ ଦଳରୁ କେବଳ ଜଣେ ସଦ୍ୟସ ଉପସ୍ଥିତ ରହିବେ । ବୈଠକରେ ବାକି ଥିବା ଚାରୋଟି ନିର୍ବାଚନ ପ୍ରଚାର ବିଷୟରେ ଆଲୋଚନା ହେବ । କୋରୋନାର ସବୁ ନିୟମ ମାସ୍କ ବ୍ୟବହାର କରିବା ସାମାଜିକ ଦୂରତା ରକ୍ଷା କରିବା ଆଦି ଦିଗ ଉପରେ ଆଲୋଚନା କରାଯିବା ନେଇ ସୂଚନା ମିଳିଛି ।

ବୈଠକରେ ରାଜ୍ୟ ଅତିରିକ୍ତ ମହାନିର୍ଦେଶକ ପୋଲିସ ଜଗ ମୋହନ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏନ ଏସ ନିଗମ ମଧ୍ୟ ଉପସ୍ଥିତ ରହିବେ । କୋରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାରରେ ଗାଇଡଲାଇନ ମାନିବାକୁ କୋଲକାତା ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ।

ବାକି ଥିବା ନିର୍ବାଚନ ପାଇଁ ସବି ବଡ ରାଲିକୁ ବାତିଲ କରାଯାଇଛି । ଛୋଟ ଦଳ ସହିତ ଡୋର ଟୁ ଡୋର ପ୍ରଚାର କରିବାକୁ ଅନୁମତି ମିଳିଛି । କେବଳ ଛୋଟ ରାଲି କରି ଦଳୀୟ ପ୍ରର୍ଥୀଙ୍କ ପାଇଁ ଭୋଟ ମାଗିବୁ ବୋଲି କହିଛନ୍ତି ସିପିଆଇ ଏମର ସଦ୍ୟସ ଏମଡି ସଲିମ । ସେ ଆହୁରି କହିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋରୋନା ସ୍ଥିତି ଲୋକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି । କୋରୋନା ନିୟମକୁ ନେଇ ରାଜନୀତି ନ କରାଯାଉ ବୋଲି କହିଛନ୍ତି ସିପିଆଇ ଏମର ସଦ୍ୟସ ଏମଡି ସଲିମ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଏପ୍ରିସ 17ରେ ଭୋଟ ଗ୍ରହଣ ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.