ETV Bharat / bharat

ହ୍ବିଲ ଚେୟାରରେ ରୋଡ ଶୋ’ କରିବେ ମମତା - ପଶ୍ଚିମବଙ୍ଗ ନିର୍ବାଚନ

ଦୁର୍ଘଟଣାର ଶିକାର ହେବା ପରେ ଆଜି ପ୍ରଥମ ଥର ରାଲି କରିବେ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ । ହ୍ବିଲ ଚେୟାରରେ କରିବେ ରୋଡ ଶୋ’ । ଅଧିକ ପଢନ୍ତୁ ...

ହ୍ବିଲ ଚେୟାରରେ ରୋଡ ଶୋ’ କରିବେ ମମତା
ହ୍ବିଲ ଚେୟାରରେ ରୋଡ ଶୋ’ କରିବେ ମମତା
author img

By

Published : Mar 14, 2021, 11:36 AM IST

କୋଲକାତା : ଦୁର୍ଘଟଣାର ଶିକାର ହେବା ପରେ ଆଜି ପ୍ରଥମ ଥର ରାଲି କରିବେ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ । ହ୍ବିଲ ଚେୟାରରେ କରିବେ ରୋଡ ଶୋ’ । ଗାନ୍ଧୀ ମୂର୍ତ୍ତି ଠାରୁ ହାଜରା ପର୍ଯ୍ୟନ୍ତ କରିବେ ରୋଡ ଶୋ’ । ଅପରାହ୍ନରେ ହଜାର ଏକ ଜନସଭାକୁ ସମ୍ବୋଧିତ କରିବେ ।

ସୋମବାର ହ୍ବିଲ ଚେୟାରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ଦିଦି । ଏହା ସହିତ ଆଜି ଟିଏମସି ତାର ନିର୍ବାଚନୀ ଇସ୍ତାହାର ଘୋଷଣା ପତ୍ର ଜାରି କରିପାରେ । ମାର୍ଚ୍ଚ 10 ତାରିଖରେ ଦିଦି ନନ୍ଦିଗ୍ରାମ ପ୍ରାର୍ଥୀ ପତ୍ର ଦାଖଲ ପରେ କାର ପାଖରେ ଛିଡା ହୋଇ ଜନତାଙ୍କୁ ଅଭିବାଦନ ଜଣାଉଥିଲେ କରିଥିଲେ । ଏହି ସମୟରେ ଭିଡ ଜମିବା ସହ ଠେଲା ପେଲାରେ ମୁଖ୍ୟମନ୍ତ୍ରୀଙ୍କ ଗୋଡରେ ଆଘାତ ଲାଗିଥିଲା । ଏହା ପରେ ତାଙ୍କୁ ତୁରନ୍ତ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଗୋଡ ସମେତ କାନ୍ଧ ଓ ବେକରେ ଆଘାତ ଲାଗିଛି । ଶୁକ୍ରବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସୁଧାର ଆସିଛି ବୋଲି ହସ୍ପିଟାଲର ଡାକ୍ତର କହିଛନ୍ତି ।

ସେପଟେ, ମୁଖ୍ୟମନ୍ତ୍ରୀଙ୍କୁ ଆଟାକ କରାଯାଇଥିବା ନେଇ ତୃଣମୂଳ କଂଗ୍ରେସ ଅଭିଯୋଗ ଆଣିଥିଲା । ଏନେଇ ଟିଏମସିର 6 ଜଣିଆ ପ୍ରତିନିଧି ମଣ୍ଡଳ ଦିଲ୍ଲୀ ଯାଇ ନିର୍ବାଚନୀ ଆୟୋଗକୁ ଭେଟ କରିଥିଲେ । ଏହା ସହ ଏହି ଷଡଯନ୍ତ୍ରରେ ପଛରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.