ETV Bharat / bharat

Delhi: ପୁଣି ବିପଦ ସଙ୍କେତ ଡେଇଁଲା ଯମୁନା, ବଢିଲା ରାଜଧାନୀବାସୀଙ୍କ ଚିନ୍ତା - ଯମୁନାରେ ବଢିଲା ଜଳସ୍ତର

ପୁଣି ଦିଲ୍ଲୀକୁ ଡରାଇଲା ଯମୁନା । ବିପଦ ସଙ୍କେତ ଡେଇଁଲା । ଅପରାହ୍ନ 3ଟା ସୁଦ୍ଧା 206.26 ମିଟର ସହିତ ବିପଦ ସଙ୍କେତ ଟପିଲା । ଅଧିକ ପଢନ୍ତୁ

Delhi: ବିପଦ ସଙ୍କେତ ଡେଇଁଲା ପୁଣି ଯମୁନା, ବଢିଲା ରାଜଧାନୀବାସୀଙ୍କ ଚିନ୍ତା

author img

By

Published : Jul 23, 2023, 6:18 PM IST

ନୂଆଦିଲ୍ଲୀ: ପୁଣି ଫୁଲିବାରେ ଲାଗିଛି ଯମୁନା । ଉପରମୁଣ୍ଡରେ ବର୍ଷା ହେବା ପରେ ଦିଲ୍ଲୀରେ ଯମୁନା ନଦୀ ପୁଣି ଥରେ ବିପଦ ସଙ୍କେତ ଅତିକ୍ରମ କରିଛି । ଯମୁନାର ଜଳସ୍ତର ସକାଳ 7ଟାରେ ରେ 205.81 ମିଟର ରେକର୍ଡ କରାଯାଇଥିଲା । ଆଜି ସନ୍ଧ୍ୟା ସୁଦ୍ଧା ଯମୁନାର ଜଳସ୍ତର 206.7 ମିଟରରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବା ବେଳେ ଅପରାହ୍ନ 3ଟା ସୁଦ୍ଧା ଏହା 206.26 ମିଟରରେ ପହଞ୍ଚିଛି । ଗତକାଲି ହରିୟାଣାର ହଥିନିକୁଣ୍ଡ ବ୍ୟାରେଜରୁ ବିପୁଳ ପରିମାଣର ଜଳ ନିସ୍କାସିତ ହୋଇଥିଲା । ଯାହା ପରେ ଆଜି ଯମୁନାର ଜଳସ୍ତର ବଢ଼ିବାରେ ଲାଗିଛି ।

ଗତକାଲି(ଶନିବାର) ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶି କହିଥିଲେ, ହଥିନୀକୁଣ୍ଡ ବ୍ୟାରେଜରୁ ଯମୁନା ନଦୀରେ ଦୁଇ ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ଛଡ଼ାଯାଇଛି । ଏହି କାରଣରୁ ଦିଲ୍ଲୀ ଉପକଣ୍ଠରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଦିଲ୍ଲୀ ସରକାର ସତର୍କ ଅଛନ୍ତି । ଯଦି ନଦୀର ଜଳସ୍ତର 206.7 ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଏ, ତେବେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିବ । ତେବେ ସରକାର ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ କରିସାରିଛନ୍ତି । ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯିବ । ତେବେ ଅପରାହ୍ନ 3ଟା ସୁଦ୍ଧା ଦିଲ୍ଲୀର ଲୋହାପୋଲ ନିକଟରେ ଯମୁନା ବିପଦ ସଙ୍କେତ ଅତିକ୍ରମ କରିଛି । ଏବେ ଯମୁନାରେ ଜଳସ୍ତର 206.26 ମିଟର ପାର କରିସାରିଛି । କେନ୍ଦ୍ରୀୟ ଜଳ ଆୟୋଗ (cwc) ତଥ୍ୟ ଅନୁଯାୟୀ, ହଥିନୀକୁଣ୍ଡ ବ୍ୟାରେଜରେ ଜଳପ୍ରବାହ ହାର ସକାଳ 10ଟାରୁ 4ଟା ମଧ୍ୟରେ 2 ଲକ୍ଷରୁ 2.5 ଲକ୍ଷ କ୍ୟୁସେକ୍ ମଧ୍ୟରେ ରହିଛି ।

ଏହା ମଧ୍ୟ ପଢନ୍ତୁ:- Delhi Flood Update: ଖସୁଛି ଯମୁନା ଜଳସ୍ତର, ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଉପରାଜ୍ୟପାଳ

ଗତ ପ୍ରାୟ ସପ୍ତାହ ତଳେ ବନ୍ୟାରେ ଉବୁଟୁବୁ ହୋଇଥିଲା ରାଜଧାନୀ । ଯମୁନାର ଜଳସ୍ତର ସର୍ବକାଳୀନ ରେକର୍ଡ ଅତିକ୍ରିମ କରିଥିଲା । 45 ବର୍ଷର ରେକର୍ଡ ଭାଙ୍ଗି ଯମୁନା ଜଳସ୍ତର ଚଳିତବର୍ଷ 207.55 ମିଟର ଛୁଇଁ ବିପଦ ସଙ୍କେତ ପାର୍ କରିଥିଲା । ଏହା ପୂର୍ବରୁ 1978 ମହିହାରେ ଯମୁନାର ଜଳସ୍ତର 207.49 ମିଟର ଛୁଇଁଥିଲା । ଯମୁନା ନଦୀ ଜଳସ୍ତର ବୃଦ୍ଧି ଦିଲ୍ଲୀବାସୀଙ୍କୁ ସଙ୍କଟକୁ ବଢ଼ାଇବା ସହ ଦେଶର ରାଜଧାନୀ ଦିଲ୍ଲୀର ତଳିଆ ଅଞ୍ଚଳକୁ ବୁଡ଼ାଇ ଦେଇଥିଲା । ତେବେ ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଥିବା ବେଳେ ପୁଣି ଯମୁନା ବିପଦ ସଙ୍କେତ ଟପିବା ପରେ ଏବେ ରାଜଧାନୀବାସୀଙ୍କ ଚିନ୍ତା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.