ETV Bharat / bharat

କାମାକ୍ଷୀ ଦେବୀଙ୍କ ଅଲୌକିକ ନୀତି, ଡହ ଡହ ଗରମ ତେଲରୁ ପ୍ରସାଦ ବାହାର କରନ୍ତି ବ୍ରତଧାରୀ - ଭକ୍ତଙ୍କ ଅଦ୍ଭୁତ ବିଶ୍ବାସ

କର୍ଣ୍ଣାଟକରେ ଉତ୍ତର କନ୍ନଡ ଜିଲ୍ଲାରେ ରହିଛି ଦେବୀ କାମାକ୍ଷୀଙ୍କ ମନ୍ଦିର । ଯେଉଁଠି ଗରମ ତେଲରୁ ମା'ଙ୍କ ନିକଟରେ ଲାଗି ହେଉଥିବା ପ୍ରସାଦ 'ବଡା' କାଢିଥାନ୍ତି ଭକ୍ତ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଗରମ ତେଲରେ ହାତ ପୁରାଇଥିଲେ ମଧ୍ୟ ସେମାନଙ୍କ ହାତରେ ଲାଗିନଥାଏ କୌଣସି ଆଘାତ । ଅଧିକ ପଢନ୍ତୁ...

କାମାକ୍ଷୀ ଦେବୀଙ୍କ ଅଲୌକିକ ନୀତି, ଡହ ଡହ ଗରମ ତେଲରୁ ପ୍ରସାଦ ବାହାର କରନ୍ତି ବ୍ରତଧାରୀ

author img

By

Published : Oct 21, 2021, 7:13 PM IST

ବେଙ୍ଗାଲୁରୁ: ଭାରତରେ ବିଭିନ୍ନ ଧର୍ମାଲମ୍ବୀ ଲୋକ ରହୁଥିବାବେଳେ ସେମାନଙ୍କ ପରମ୍ପରା, ରୀତିନୀତି ମଧ୍ୟ ସ୍ବତନ୍ତ୍ର ହୋଇଥାଏ । କିଛି ମନ୍ଦିରରେ ରୀତିନୀତି ସାଧାରଣ ହୋଇଥିବାବେଳେ ଆଉ କିଛି ରୀତିନୀତିରେ ସମ୍ପୂର୍ଣ୍ଣ ଅଲୌକିକତା ଭରି ରହିଥାଏ । ଏଭଳି କିଛି ଅଲୌକିଭରା ପରମ୍ପରା କର୍ଣ୍ଣାଟକ ଉତ୍ତର କନ୍ନଡ ଜିଲ୍ଲାର କାମାକ୍ଷୀ ଦେବୀ ମନ୍ଦିରରେ ଦେଖିବାକୁ ମିଳିଛି । ଯେଉଁ ପରମ୍ପରା ମୁତାବକ ଶ୍ରଦ୍ଧାଳୁମାନେ ଗରମ ତେଲ କଢେଇରୁ ଖାଲି ହାତରେ ବାହାର କରିଥାନ୍ତି ମା'ଙ୍କ ନିକଟରେ ଲାଗି ହେଉଥିବା ପ୍ରସାଦ 'ବଡ଼ା' । ମନ୍ଦିରର ଏହି ରୀତିନୀତିକୁ କୁହାଯାଏ "ବଡା ହନ୍ନିମ ଯାଥ୍ରେ" ।

କାମାକ୍ଷୀ ଦେବୀଙ୍କ ଅଲୌକିକ ନୀତି, ଡହ ଡହ ଗରମ ତେଲରୁ ପ୍ରସାଦ ବାହାର କରନ୍ତି ବ୍ରତଧାରୀ

ଏହି ପର୍ବଟି ମନ୍ଦିରରେ ପ୍ରତିବର୍ଷ ୧୫ ଦିନ ଧରି ପାଳନ ହୋଇଥାଏ । ଏହି ରୀତିନୀତିର ଶେଷ ଦିନ ତଥା ଆଶ୍ବିନ ମାସର ପୂର୍ଣ୍ଣିମା ଦିନ "ବଡା ହନ୍ନିମ ଯାଥ୍ରେ" ନୀତିଟି ପାଳନ କରାଯାଏ । ଶେଷ ଦିନ ଶ୍ରଦ୍ଧାଳୁମାନେ ମାନସିକ କରି ଏହି ନୀତିରେ ଅଂଶଗ୍ରହଣ କରନ୍ତି । ଗରମ କଢେଇରୁ ଶ୍ରଦ୍ଧାଳୁମାନେ ବଡା ବାହାର କରିବା ପରେ ତାହାକୁ ମା'ଙ୍କ ନିକଟରେ ଭୋଗ ଲଗାଯାଏ । ତେବେ ଏପରି କଲେ ଭକ୍ତଙ୍କ ମନଇଚ୍ଛା ପୂରଣ ହୁଏ ବୋଲି ରହିଛି ବିଶ୍ବାସ ।

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଭକ୍ତମାନେ ଏପରି ଦୁଃସାହାସିକ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ହାତରେ କୌଣସି ଆଘାତ ଲାଗିନଥାଏ । ଏଭଳି ଅଲୌକିକ ଭରା ନୀତିକୁ ଦେଖିବା ପାଇଁ ମନ୍ଦିରରେ ଉକ୍ତ ଦିନ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ଗୋଆ, ମହାରାଷ୍ଟ୍ର ଆଦି ଅଞ୍ଚଳରୁ ମଧ୍ୟ ଭକ୍ତମାନେ ଆସିଥାନ୍ତି । କିନ୍ତୁ ଏହି ନୀତିଟିକୁ ପାଳୁଥିବା ଭକ୍ତକୁ କିଛି ନିର୍ଦ୍ଦିଷ୍ଟ ନିୟମ ମାନିବାକୁ ପଡିଥାଏ । ଭକ୍ତମାନେ ୩ ଦିନ ପୂର୍ବରୁ ଆମିଷ ଭୋଜନ ବର୍ଜନ କରିଥିବା ବେଳେ ନୀତିଟିକୁ କରୁଥିବା ଶ୍ରଦ୍ଧାଳୁକୁ ମନ୍ଦିର ପରିସରରେ ବୁଡ ପକାଇବାକୁ ପଡିଥାଏ ।

ତେବେ ପୂର୍ବବର୍ଷ କୋରୋନା ମହାମାରୀ ଯୋଗୁଁ ଏହି ପରମ୍ପରାକୁ ଅତି ସାଧାରଣ ଢଙ୍ଗରେ ପାଳନ କରାଯାଇଥିଲା । ବିଶେଷ ଭକ୍ତଙ୍କୁ ଏଥିରେ ସାମିଲ କରାଯାଇନଥିଲା । କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ସହିତ ଅନେକ ଶ୍ରଦ୍ଧାଳୁ ଏହି ଅସାଧାରଣ ପର୍ବରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.