ETV Bharat / bharat

ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲା ନକ୍ସଲ ବୁଦ୍ଧେଶ୍ବର - ନକ୍ସଲ ବୁଦ୍ଧେଶ୍ବର

ସୁରକ୍ଷା ବାହିନୀଙ୍କ ନକ୍ସଲ ନିପାତ ଅଭିଯାନ । ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲା ନକ୍ସଲ ବୁଦ୍ଧେଶ୍ବର । ଅଧିକ ପଢନ୍ତୁ...

Wanted Naxal killed by security forces in Jharkhand's forest area
ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲା ନକ୍ସଲ ବୁଦ୍ଧେଶ୍ବର
author img

By

Published : Jul 16, 2021, 1:30 PM IST

ରାଞ୍ଚି: ସୁରକ୍ଷା ବାହିନୀଙ୍କ ନକ୍ସଲ ନିପାତ ଅଭିଯାନ । ଝାଡଖଣ୍ତର କ୍ରୁରମଗ୍ରା ଜଙ୍ଗଲ ଅଞ୍ଚଳରେ 209 ତମ ବାଟାଲିୟନର କୋବ୍ରା ଟିମ ଓ ଝାଡଖଣ୍ତ ପୋଲିସର ମିଳିତ ଅପରେସନରେ ସଫା ହୋଇଛି ଟପ ନକ୍ସଲ ବୁଦ୍ଧେଶ୍ବର ଓରାନ । ଯାହାଙ୍କ ମୁଣ୍ତ ଉପରେ ରହିଥିଲା 15 ଲକ୍ଷ ଟଙ୍କାର ପୁରସ୍କାର ରାଶି ।

ସୂଚନା ଅନୁସାରେ, କ୍ରୁରମଗ୍ରା ଜଙ୍ଗଲ ଅଞ୍ଚଳରେ ନକ୍ସଲ ବୁଦ୍ଧେଶ୍ବର ଓରାନ ସହ ତାର ସହଯୋଗୀ ଲୁଚି ରହିଥିବାର ଖବର ପାଇଥିଲେ ସୁରକ୍ଷା ବାହିନୀ । ପରେ ଆରମ୍ଭ ହୋଇଥିଲା ଅପରେସନ । ପୁରା ଅଞ୍ଚଳକୁ ଘେରାବନ୍ଧୀ କରି ନେଇଥିଲେ କୋବ୍ରା ବାହିନୀ ସହ ପୋଲିସ । ନକ୍ସଲଙ୍କ ପକ୍ଷରୁ ସୁରକ୍ଷା ବାହିନୀଙ୍କ ଆଡକୁ ଗୁଳି ବର୍ଷଣ ଆରମ୍ଭ ହୋଇଥିଲା । ଯାହାର ପ୍ରତି ଜବାବ ଦେଇଥିଲେ ସୁରକ୍ଷା ବାହିନୀ । ପରେ ଛତ୍ରଭଙ୍ଗ ଦେଇଥିଲେ ବୁଦ୍ଧେଶ୍ବରର ସହଯୋଗୀ । ଆଉ ଅପରେସନରେ ଟଳି ପଡିଥିଲା ଟପ ନକ୍ସଲ ବୁଦ୍ଧେଶ୍ବର ।

ବୁଦ୍ଧେଶ୍ବରରଙ୍କ ନାମରେ ବିଭିନ୍ନ ଥାନାରେ ରହିଛି ଏକାଧିକ ଅପରାଧିକ ମାମଲା ରହିଛି । 53 ଟି ଅପରାଧିକ ମାମଲା ରହିଥିବା ବେଳେ 20ଟି ମର୍ଡର କେସ ତାଙ୍କ ନାଁରେ ରହିଛି । ଏହାଛଡା 12ରୁ ଅଧିକ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା ମଧ୍ୟ ରହିଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଥିଲେ ଝାଡଖଣ୍ତ ସରକାର । ବୁଦ୍ଧେଶ୍ବରଙ୍କୁ ଧରିବା ପାଇଁ 15 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ରାଜ୍ୟ ସରକାର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.