ETV Bharat / bharat

Demise Of UAE President: ସମବେଦନା ଜଣାଇବାକୁ UAE ଯିବେ ଉପରାଷ୍ଟ୍ରପତି

author img

By

Published : May 15, 2022, 12:15 PM IST

UAEର ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍ ଜାଏଦ୍‌ ଅଲ ନାହୟନ୍‌ଙ୍କ ଦେହାନ୍ତରେ ଭାର ପକ୍ଷରୁ ସମବେଦନା ଜଣାଇବା ପାଇଁ ଆଜି ଆଜି ୟୁନାଇଟେଡ୍‌ ଆରବ ଏମିରେଟ୍ସ(UAE) ଗସ୍ତ କରିବେ ଉପରାଷ୍ଟ୍ରପତି । ଅଧିକ ପଢନ୍ତୁ

Demise Of UAE President: ସମବେଦନା ଜଣାଇବାକୁ ଆଜି UAE ଯିବେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ୟୁନାଇଟେଡ୍‌ ଆରବ ଏମିରେଟ୍ସ(UAE) ଗସ୍ତ କରିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । UAEର ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍ ଜାଏଦ୍‌ ଅଲ ନାହୟନ୍‌ଙ୍କ(HH Sheikh Khalifa bin Zayed) ଦେହାନ୍ତ ପରେ ଭାରତ ସରକାରଙ୍କ ତରଫରୁ ସମବେଦନା ଜଣାଇବାକୁ ଯିବେ ଉପରାଷ୍ଟ୍ରପତି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି । UAEର ରାଷ୍ଟ୍ରପତିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Demise Of UAE President: ଭରତରେ ଏକଦିବସୀୟ ଶୋକ, ଅର୍ଦ୍ଧନମିତ ରହିଲା ତ୍ରୀରଙ୍ଗା

ଶେଖ୍‌ ଖଲିଫା ବିନ୍ ଜାଏଦ୍‌ ଅଲ ନାହୟନ୍‌ଙ୍କ ଦେହାନ୍ତରେ ଭାରତରେ ଗତକାଲି ଗୋଟି ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଥିଲା । ସଂସଦ ଭବନରେ ଲାଗିଥିବା ତ୍ରୀରଙ୍ଗା ପତାକା ଅର୍ଦ୍ଧନମିତ ରହିଥିଲା । ଗତକାଲି ସମବେଦନା ଜଣାଇବା ପାଇଁ ନୂଆଦିଲ୍ଲୀରେ ଥିବା UAEର ଦୂତାବାସ ପରିଦର୍ଶନ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ । ସେଠାରେ ଏକ ପୁସ୍ତକରେ ଦସ୍ତଖତ କରି ଗଭୀର ସମବେଦନା ଜଣାଇଛନ୍ତି । ଏନେଇ ଜୟଶଙ୍କର ମଧ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଗତ ଶୁକ୍ରବାର ଦିନ UAEର ରାଷ୍ଟ୍ରପତିଙ୍କ ଦେହାନ୍ତ ହୋଇଥିଲା । 1948 ମସିହାରେ ଜନ୍ମିତ ଶେଖ ଖଲିଫା ସଂଯୁକ୍ତ ଆରବ ଏମିରେଟର ରାଷ୍ଟ୍ରପତି ଭାବେ ନଭେମ୍ବର 2004 ରୁ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଥିଲେ ୟୁଏଇର ଦ୍ୱିତୀୟ ରାଷ୍ଟ୍ରପତି ତଥା ଆବୁଧାବିର 16ତମ ଶାସକ ।

ଏହା ମଧ୍ୟ ପଢନ୍ତୁ:-New President of UAE: ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହିନ ହେଲେ UAEର ନୂଆ ରାଷ୍ଟ୍ରପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.