ETV Bharat / bharat

ମଧ୍ୟପ୍ରଦେଶ ଉପନିର୍ବାଚନ: 28 ବିଧାନସଭା ଆସନ ପାଇଁ ମତଦାନ ଜାରି - ମଧ୍ୟପ୍ରଦେଶ ଉପନିର୍ବାଚନ ଅପଡେଟ୍‌

ମଧ୍ୟପ୍ରଦେଶରେ 28ଟି ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଜାରି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ଉପନିର୍ବାଚନ
ମଧ୍ୟପ୍ରଦେଶ ଉପନିର୍ବାଚନ
author img

By

Published : Nov 3, 2020, 10:17 AM IST

ଭୋପାଳ: ମଧ୍ୟପ୍ରଦେଶର 19 ଜିଲ୍ଲାରେ 28 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଜାରି । ସକାଳ 7ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ସନ୍ଧ୍ୟା 6ଟା ଯାଏଁ ମତଦାନ ଚାଲିବ ବୋଲି ସୂଚନା ମିଳିଛି । ଏହି ନିର୍ବାଚନ ଶିବରାଜ ସିଂ ଚୌହାନ ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ସମସ୍ତ ବୁଥରେ ପ୍ରଥମେ ଥର୍ମାଲ ସ୍କ୍ରିଂନି କରିବା ପରେ ଭୋଟ ଦେବାକୁ ଛଡାଯାଉଛି । କୋଭିଡ୍‌ କଟକଣା ଅନୁସାରେ ଭୋଟ ଗ୍ରହଣ ହେଉଥିବା ଜଣାପଡିଛି । ସମସ୍ତ ବୁଥକୁ ପ୍ରଥମେ ବିଶୋଧନ କରାଯାଇ ପରେ ମତଦାନ ହେଉଛି । 28ଟି ଆସନରେ 12 ମନ୍ତ୍ରୀଙ୍କ ସମେତ 355 ପ୍ରାର୍ଥୀ ରହିଛନ୍ତି ।

28ଟି ଆସନ ପାଇଁ ହେଉଥିବା ଉପନିର୍ବାଚନରେ ପାଖାପାଖି 33 ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ସମୁଦାୟ 9361ଟି ବୁଥ ମଧ୍ୟରୁ 3,038ଟି ବୁଥ ସମ୍ବେଦନଶୀଳ ବୋଲି ଚିହ୍ନଟ ହୋଇଛି ।

ତେବେ ଆଜି ଭୋଟ ହେଉଥିବାବେଳେ ନଭେମ୍ବର 10 ତାରିଖରେ ଗଣତି ହେବ । ସୂଚନାଥାଉକି, 25 ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ଯେଉଁଥିପାଇଁ କଂଗ୍ରେସ ସରକାର ଭାଙ୍ଗିବା ସହ ବିଜେପି ସରକାର ମଧ୍ୟପ୍ରଦେଶରେ ଆସିଥିଲା । 25 ବିଧାୟକଙ୍କ ଇସ୍ତଫା ପରେ ମୋଟ 28ଟି ଆସନ ଖାଲି ପଡିଥିଲା । ଯେଉଁଥିରେ ଉପନିର୍ବାଚନ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.