ETV Bharat / bharat

କଂଗ୍ରେସକୁ ଭୋଟ ଦେଲେ ଡଷ୍ଟବିନକୁ ଯିବ, ଗୁଜୁରାଟରେ ଲାଗୁ ହେବ ଦିଲ୍ଲୀ ପଲିସି, ଆମେ କରିବୁ ସରକାର: କେଜ୍ରିଓ୍ୱାଲ - ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ କେଜ୍ରିଓ୍ବାଲ ଓ ଦଳର ଗୁଜୁରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭୀ । କେଜ୍ରିଓ୍ବାଲ କହିଲେ ସରକାର କରିବୁ । କଂଗ୍ରେସକୁ ଭୋଟ ଦେଲେ ଡଷ୍ଟବିନରେ ପଡିବ । ଗୁଜୁରାଟରେ ମଧ୍ୟ ଲାଗୁ ହେବ ଦିଲ୍ଲୀ ପଲିସି । ଅଧିକ ପଢନ୍ତୁ

କଂଗ୍ରେସକୁ ଭୋଟ ଦେଲେ ଡଷ୍ଟବିନକୁ ଯିବ, ଗୁଜୁରାଟରେ ଆମେ କରିବୁ ସରକାର: କେଜ୍ରିଓ୍ବାଲ

author img

By

Published : Nov 15, 2022, 10:26 PM IST

Updated : Nov 15, 2022, 10:58 PM IST

ଗାନ୍ଧୀନଗର: ବହୁଚର୍ଚ୍ଚିତ ଗୁଜୁରାଟ ବିଧାନସଭା ପାଇଁ ଜାରି ରହିଛି ପ୍ରଚାର । ଶାସକ ଭାରତୀୟ ଜନତା ପାର୍ଟି ଓ ବିରୋଧୀ କଂଗ୍ରେସ ମଧ୍ୟରେ ପାରମ୍ପାରିକ ଲଢେଇ ଦେଖିବାକୁ ମିଳୁଥିବା ବେଳେ ଚଳିତ ଥର ଏହି ନିର୍ବାଚନୀ ମୈଦାନରେ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି । ଏହାରି ମଧ୍ୟରେ ବହୁ ସଂଖ୍ୟାରେ ଜନମତ ପାଇ ତାଙ୍କ ଦଳ ସରକାର ଗଠନ କରିବାକୁ ଯାଉଥିବା ଦମ୍ଭ ଦେଖାଇଛନ୍ତି କେଜ୍ରିଓ୍ବାଲ । କେଜ୍ରିଓ୍ବଲ ଓ ଗୁଜୁରାଟ ବିଧାନସଭା ନିର୍ବାଚନରେ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା ଇସୁଦାନ ଗଡଭୀଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ଗୁଜୁରାଟ ବ୍ୟୁରୋ ଚିଫ୍ ।

କଂଗ୍ରେସକୁ ଭୋଟ ଦେଲେ ଡଷ୍ଟବିନକୁ ଯିବ, ଗୁଜୁରାଟରେ ଲାଗୁ ହେବ ଦିଲ୍ଲୀ ପଲିସି, ଆମେ କରିବୁ ସରକାର: କେଜ୍ରିଓ୍ୱାଲ

ଦଳ କେତେ ଆସନ ଜିତିବାକୁ ଆଶା ରଖିଛି ପ୍ରଶ୍ନରେ କେଜ୍ରିଓ୍ବାଲ କହିଛନ୍ତି, "ଆମେ ସରକାର ଗଠନ କରିବୁ । ପ୍ରଥମ ଥର କୌଣସି ଦଳ ଦରଦାମ ବୃଦ୍ଧିକୁ ଅନ୍ତ କରିବା ପ୍ରତିଶୃତି ସହ ନିର୍ବାଚନକୁ ଓହ୍ଲାଇଛି । ସ୍ଥିତି ଏମିତି ଯେ, ମାସ ଶେଷକୁ ଲୋକଙ୍କ ପକେଟରେ ଦରମା ରହୁ ନାହିଁ । ଦରଦାମ ଅହେତୁକ ବୃଦ୍ଧି ବର୍ତ୍ତମାନ ସାଧାରଣ ଜନତାଙ୍କ ପାଇଁ ସବୁଠୁ ବଡ ଉଦବେଗର ବିଷୟ । ଯଦି ଆମେ ସରକାର ଗଠନ କରୁଛୁ, ତେବେ ଗୁଜୁରାଟରେ ବିଜୁଳି ଦେୟମୁକ୍ତ ହେବ । ଲୋକମାନେ ବିଜୁଳିରେ ଖର୍ଚ୍ଚ କରୁଥିବା ରାଶି ସଞ୍ଚୟ କରିପାରିବେ । ଆମେ ଏହା ଦିଲ୍ଲୀରେ କରି ଦେଖାଇଛୁ, ଲୋକେ ଆମ କଥାକୁ ଗୁଜୁରାଟରେ ମଧ୍ୟ ବିଶ୍ବାସକୁ ନେବେ ।"

ସେହିପରି ଦିଲ୍ଲୀର ଶିକ୍ଷାଦାନ ବ୍ୟବସ୍ଥାରେ ପାରଦର୍ଶିତା ଆସିଥିବା କହି ଦିଲ୍ଲୀ ସ୍କୁଲର ଉଦାହରଣ ଦେଇଛନ୍ତି କେଜ୍ରିଓ୍ବାଲ । ଏବେ ଦିଲ୍ଲୀର ସ୍କୁଲ ଘରୋଇ ସ୍କଲ ଠାରୁ ମଧ୍ୟ ଅଧିକ ଗୁଣବତ୍ତାର ଶିକ୍ଷା ପ୍ରଦାନ କରୁଛି । ଆମେ ସେହି ନୀତି ଗୁଜୁରାଟରେ ମଧ୍ୟ ଲାଗୁ କରିବୁ । ଗୁଜୁରାଟର ଶିଶୁଙ୍କୁ ଦେୟମୁକ୍ତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଆମର କାର୍ଯ୍ୟ ହେବ । ସେହିପରି ସ୍ବାସ୍ଥ୍ୟସେବାରେ ମଧ୍ୟ ଦିଲ୍ଲୀ ଢାଞ୍ଚା ଗୁଜୁରାଟରେ କାର୍ଯ୍ୟକାରୀ ହେବ । ରାଜଧାନୀ ପରି ମୋହଲା କ୍ଲିନିକରେ ମୁକ୍ତ ତଥା ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । ଦିଲ୍ଲୀରେ ତାଙ୍କ ସରକାର 12 ଲକ୍ଷ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଗୁଜୁରାଟରେ ମଧ୍ୟ ନିଯୁକ୍ତି ଉପରେ ତାଙ୍କ ସରକାର ପ୍ରାଧାନ୍ୟ ଦେବା ନେଇ କେଜ୍ରିଓ୍ବାଲ କହିଛନ୍ତି ।

କେତେ ଆସନ ଜିତିବ ଆପ୍ ?

ତେବେ ତାଙ୍କ ଦଳ କେତେ ଆସନ ଜିତିବ ଓ କିଏ ସରକାର କରିବାକୁ ଯାଉଛି ବୋଲି ପ୍ରଶ୍ନରେ କେଜ୍ରିଓ୍ବାଲ କହିଛନ୍ତି । "ଜନତା ଜନାର୍ଦ୍ଦନ ହିଁ କ୍ଷମତାର ମୁଖ୍ୟ ।" ଆମ ଆଦମୀ ପାର୍ଟି ନିର୍ବାଚନରେ ବହୁମତ ପାଇ ସରକାର ଗଠନ କରିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି କେଜ୍ରିଓ୍ବାଲ । ସେହିପରି ଦକ୍ଷିଣ ଗୁଜୁରାଟ ଓ ସୌରାଷ୍ଟ୍ର ମଧ୍ୟରେ କେଉଁ ଜୋନରେ ତାଙ୍କର ପ୍ରଦର୍ଶନ ଭଲ ରହିବ ପ୍ରଶ୍ନରେ କେଜ୍ରିଓ୍ବାଲ କହିଥିଲେ, "ସମଗ୍ର ଗୁଜୁରାଟ ଭୋଟ ଦେବ । କୌଣସି ନିର୍ଦ୍ଦିଷ୍ଟ ବେଲ୍ଟ ନୁହେଁ ବରଂ ତାଙ୍କ ଦଳକୁ ସମ୍ପୂର୍ଣ୍ଣ ରାଜ୍ୟରୁ ଭୋଟ ଆସିବ ।" ସେହିପରି ତାଙ୍କ ଦଳ ସରକାର ଗଠନ କଲେ ରାଜ୍ୟରେ ରାଜ୍ୟରେ ଗୋଟିଏ ମାସ ମଧ୍ୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ନିୟମ କାର୍ଯ୍ୟକାରୀ ହେବ ।

ପଞ୍ଜାବ ଓ ଗୁଜୁରାଟ ନିର୍ବାଚନ ମଧ୍ୟରେ ପ୍ରାର୍ଥକ୍ୟ କଣ ?

ତେବେ ପଞ୍ଜାବ ଓ ଗୁଜୁରାଟ ନିର୍ବାଚନ ମଧ୍ୟରେ କଣ ପ୍ରାର୍ଥକ୍ୟ ରହିଛି ପ୍ରଶ୍ନରେ ସେ କହିଥିଲେ, ଉଭୟ ରାଜ୍ୟରେ ଲୋକଙ୍କ ସମସ୍ୟା ସମାନ । ଦରଦାମ ସମସ୍ତଙ୍କୁ ସମସ୍ୟାରେ ପକାଇଛି । ଆମ ସରକାର ଏହି ଦିଗରେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରିବ । ସ୍ବାସ୍ଥ୍ୟ ଶିକ୍ଷା, ବେରୋଜଗାରୀ, ନିଯୁକ୍ତି ଆଦି ପ୍ରସଙ୍ଗରେ ତାଙ୍କ ସରକାର କାର୍ଯ୍ୟ କରିବା ନେଇ ସେ ପ୍ରତିକ୍ରିୟା ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 15, 2022, 10:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.