ETV Bharat / bharat

କେରଳରେ କିଏ ଗଢିବ ସରକାର ? ଆଜି ଆସିବ ଜନାଦେଶ

author img

By

Published : May 2, 2021, 7:59 AM IST

ଆଜି ସ୍ପଷ୍ଟ ହେବ କେରଳ ଗାଦିର ପ୍ରକୃତ ନାୟକ କିଏ ? ରାଜ୍ୟବାସୀ କାହାକୁ ବାଛିଛନ୍ତି ନିଜ ସରକାର ଭାବରେ ? କିଏ ପିନ୍ଧିବ ବିଜୟ ମୁକୁଟ ? ଆଗାମୀ 5 ବର୍ଷ ପାଇଁ ରାଜ୍ୟରେ କିଏ କରିବ ରାଜ ? ତେବେ ଆଜି(ରବିବାର) ସକାଳ 8ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇବା ଅପେକ୍ଷାରେ ରାଜ୍ୟବାସୀଙ୍କ ସମେତ ସାରା ଦେଶ । ଅଧିକ ପଢନ୍ତୁ...

ଆଜି ଭୋଟ ଗଣତି ପ୍ରକ୍ରିୟା: ସ୍ପଷ୍ଟ ହେବ କେରଳ କାହାର ?

ଥିରୁଅନନ୍ତପୁରମ: ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଭୋଟ ଗଣତି ପ୍ରକ୍ରିୟା । କେରଳ ବିଧାନସଭାର 140ଟି ଆସନ ପାଇଁ ଚାଲିଥିବା ନିର୍ବାଚନର ଆଜି ଆସିବ ଫଳ । କେରଳରେ କେଉଁ ସରକାର ଶାସନ ଭାର ଗ୍ରହଣ କରିବ ଆଉ କିଛି ସମୟ ପରେ ତାହା ସ୍ପଷ୍ଟ ହେବାକୁ ଯାଉଛି । ଯାହାକୁ ନେଇ ଉତ୍କଣ୍ଠାରେ ଚାହିଁ ବସିଛନ୍ତି ଉଭୟ ପ୍ରାର୍ଥୀ ଓ ରାଜ୍ୟବାସୀ । ତେବେ ଗତ ଏପ୍ରିଲ 6 ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିବା ବେଳେ ଆଜି(ରବିବାର) ଫଳାଫଳ ଆସିବାକୁ ଯାଉଛି ।

ରାଜ୍ୟରେ ସିପିଏମ ନେତୃତ୍ବାଧୀନ LDFର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଓ କଂଗ୍ରେସର ସି.ରଘୁନାଥ, ବିଜେପିର ସି.କେ ପଦ୍ମନାଭନ, ସିପିଏମର କେ.କେ ଶୈଳଜା ଓ କେ,ଟି ଜଲିଲ୍, କଂଗ୍ରେସର ଉମେନ ଚାଣ୍ଡି ଓ ରମେଶ ଚେନ୍ନିଥାଲା ଓ ବିଜେପିର ଇ. ଶ୍ରୀଧରନ ଓ କେ.ସୁରେନ୍ଦ୍ରନ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କଡା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ତେବେ ପ୍ରୀ-ପୋଲ ଓ ପୋଷ୍ଟ-ପୋଲ ଫଳାଫଳ ଅନୁସାରେ ସିପିଏମ ନେତୃତ୍ବାଧୀନ ଏଲଡ଼ିଏଫ ଦ୍ବିତୀୟ ଥର ଐତିହାସିକ ବିଜୟ ଲାଭ କରିବାକୁ ଯାଉଛି । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏଲଡିଏଫ ନିଶ୍ଚିତ ଭାବେ ଦ୍ବିତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିବ ବୋଲି କହିଥିବା ବେଳେ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିବାକୁ ସେ କହିଥିଲେ ।

ସେପଟେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ଏକ୍ସିଟ ପୋଲକୁ ଭୁଲ ଦର୍ଶାଇଥିବା ବେଳେ ସେ ପୁନର୍ବାର ଗାଦିକୁ ଫେରିବେ ବୋଲି ଦୃଢୋକ୍ତି ଦେଇଛି । ରାଜ୍ୟରେ ଏକ୍ସିଟ ପୋଲ ସଠିକ ଆସେ ନାହିଁ ବୋଲି ଐତିହାସିକ ରେକର୍ଡ ରହିଛି ବୋଲି କଂଗ୍ରେସ ନେତା ରମେଶ ଚେନ୍ନିଥାଲା କହିଛନ୍ତି । ଅନ୍ୟପଟେ ବିଜେପି ନେତୃତ୍ବାଧୀନ ଏନଡିଏ ଚଳିତ ନିର୍ବାଚନରେ ବିଜୟୀ ଲାଭ କରିବ ବୋଲି ମଧ୍ୟ ଆଶା ରଖିଛି ।

‘ଇଟିଭି ଭାରତ’ ପ୍ରୋଜେକସନ ଅନୁସାରେ ଶାସକ ସିପିଏମ ନେତୃତ୍ବାଧୀନ ଏଲଡିଏଫ ଐତିହାସିକ ଭାବେ ଲଗାତର ଦ୍ବିତୀୟ ଥର କ୍ଷମତାକୁ ଆସିବ । ଏଲଡିଏଫକୁ ୮୨ ଆସନ ମିଳିପାରେ । ସରକାର ବିରୋଧୀ ହାୱା ଏଥର ନାହିଁ ବୋଲି ସଂକେତ ମିଳିଛି । କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ୫୬ ଆସନରେ ସନ୍ତୁଷ୍ଟ ହୋଇପାରେ । ଏନଡିଏକୁ କେବଳ ଗୋଟିଏ ହିଁ ଆସନ ମିଳିବ ।

ସୂଚନା ଥାଉ କି, ଗତ 2016 ବିଧାନସଭା ନିର୍ବାଚନରେ ଏଲଡିଏଫ 91ଟି ଆସନ ହାତେଇଥିବା ବେଳେ ୟୁଡିଏଫ 47ଟି ଓ ଏନଡିଏ ଗୋଟିଏ ଆସନ ଜିତିଥିଲା । ସାବରିମାଳା ମନ୍ଦିର ପ୍ରବେଶ, ରାଜ୍ୟ ସରକାରଙ୍କ ବିରୋଧରେ ଅନୁଗ୍ରହ, ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତି ଅଭିଯୋଗ ଓ ସାମାଜିକ କଲ୍ୟାଣ ପଦକ୍ଷେପ ଓ ନିପା, ବନ୍ୟା ଓ କୋରୋନା ମହାମାରୀବେଳେ ଦୃଢ ନେତୃତ୍ବ ପ୍ରସଙ୍ଗ ଏଥର କେରଳ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.