ଅମରାବତୀ: ଥମ୍ବ ଇମ୍ପ୍ରେସନ୍ ଆଳରେ ସମ୍ପତ୍ତି ଚୋରି କରି ନେଇଗଲେ ସ୍ବେଚ୍ଛାସେବୀ । ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ କାକିନଡା ବ୍ଲକର ଗଙ୍ଗାନପାଲିରେ ଏହି ଘଟଣା ଦେଖିବାକୁ ମିଳିଛି । ତେବେ ଜଣେ ବୃଦ୍ଧ ମହିଳା ମଙ୍ଗାୟାମ (୭୫)ଙ୍କ ଥମ୍ବ ଇମ୍ପ୍ରେସନ୍ ନେଇ ସ୍ବେଚ୍ଛାସେବୀ ଜଣଙ୍କ ସମ୍ପତ୍ତି ଚୋରି କରି ନେଇଛନ୍ତି ।
ସେହିପରି ଗତ ଜାନୁଆରୀ ମାସରେ ରବି କୁମାର ନାମକ ଜଣେ ସ୍ବେଚ୍ଛାସେବୀ ମଙ୍ଗାୟାମଙ୍କୁ ଦେଖା କରିବା ସହ ତାଙ୍କୁ ମିଳୁଥିବା ପେନସନ ରାଶି ବୃଦ୍ଧି ପାଇଛି ବୋଲି କହିଥିଲେ । ଏଥିପାଇଁ ଥମ୍ବ ଇମ୍ପ୍ରେସନ ଦେବାକୁ ପଡିବ ବୋଲି ମଙ୍ଗାୟାମଙ୍କୁ କହିଥିଲେ ରବି କୁମାର । ମାତ୍ର ମଙ୍ଗାୟାମଙ୍କ ଠାରୁ ଥମ୍ବ ଇମ୍ପ୍ରେସନ ନେବା ପରେ ତାଙ୍କର ସବୁ ସମ୍ପତ୍ତି ଚୋରି କରି ନେଇ ଯାଇଥିବା ସେ ପରେ ଜାଣିବାକୁ ପାଇଥିଲେ ।
ସେହିଭଳି ଘଟଣା ସମ୍ପର୍କ ଜାଣିବା ପରେ ମଙ୍ଗାୟାମ ଓ ତାଙ୍କ ପୁଅ ଆଶ୍ଚର୍ଯ୍ୟ ହୋଇଥିଲେ । ଏପଟେ ମହିଳାଙ୍କ ପୁଅ ବିଶ୍ବନାଥମ୍ କହିବା ଅନୁଯାୟୀ, ତାଙ୍କ ପତ୍ନୀ ଏହି ସବୁ ସ୍ବେଚ୍ଛାସେବୀଙ୍କ ଜରିଆରରେ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ବିଶ୍ବନାଥ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିବାରୁ ସେ ଅଲଗା ରହୁଛନ୍ତି ।
ମାତ୍ର ସ୍ବେଚ୍ଛାସେବୀଙ୍କ ସହୟାତରେ ଏହି କାର୍ଯ୍ୟ କରିଛନ୍ତି । ଏଥିସହ ସେ ଏହି ସମ୍ପତ୍ତିର ମାଲିକ ହେବା ଏହା କରିଛନ୍ତି ବୋଲି ବିଶ୍ବନାଥମ୍ କହିଛନ୍ତି । ଏଥିସହ ବିଶ୍ବନାଥଙ୍କ କହିବା ଅନୁସାରେ, ତାଙ୍କ ପତ୍ନୀ YSRCP ପକ୍ଷରୁ MPTC ଜିତିଛନ୍ତି ।
ଅନ୍ୟପଟେ ସେ ତାଙ୍କର ପଦର ଦୂରପଯୋଗ କରି ଏଭଳି କରିଛନ୍ତି ବୋଲି ବିଶ୍ବନାଥମ୍ କହିଛନ୍ତି । ଏପଟେ ସ୍ବେଚ୍ଛାସେବୀ ରବି କୁମାର କହିଛନ୍ତି, ମୁଁ କେବଳ ଜାତି ପ୍ରମାଣପତ୍ର ପାଇଁ ଥମ୍ବ ଇମ୍ପ୍ରେସନ ନେଇଥିବା ବେଳେ ଏହି ଘଟଣା ସମ୍ପର୍କରେ କିଛି ଜାଣି ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ