ଲକ୍ଷ୍ନୌ : ଦିନକୁ ଦିନ ତେଜିବାରେ ଲାଗିଛି ଚାଷୀଙ୍କ ଆନ୍ଦୋଳନ । ନୂତନ କୃଷି ବିଲକୁ ବିରୋଧ କରି ସିଙ୍ଘୁ ବର୍ଡର ସମେତ ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନ ବ୍ୟାପିବାରେ ଲାଗିଛି । ଚାଷୀ ନେତା ରକେଶ ଟିକାୟତ କୃଷକଙ୍କୁ କହିଥିଲେ କୃଷି ବିଲ ପ୍ରତ୍ୟାହୃତ ନ କରାଗଲେ ଚାଷୀ ତାର ଫସଲ ନଷ୍ଟ କରିବ । ଚାଷୀନେତାଙ୍କ ଏହି କଥା ଶୁଣି ୟୁପି ଚାନ୍ଦପୁରର କୁଲଚାନା ଗାଁର ଜଣେ କୃଷକ ସୋହିତ ଅହଲୱାଟ ନିଜର ଗହମ ଚାଷ ଉପରେ ଟ୍ରାକ୍ଟର ଚଲାଇ ଫସଲ ନଷ୍ଟ କରି ଦେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୋହିତ କହିଛନ୍ତି ଯେ, ସେ କୃଷି ବିଲକୁ ଦୃଢ ବିରୋଧ କରିଛନ୍ତି । କୃଷକ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଉଛନ୍ତି ଯେ ଯଦି ସରକାର କୃଷି ବିଲ୍ ଆଇନ ପ୍ରତ୍ୟାହାର ନକରନ୍ତି । ତେବେ ଚାଷୀ ସେମାନଙ୍କ ଫସଲ ନଷ୍ଟ କରି ସେମାନଙ୍କୁ ଶିକ୍ଷା ଦେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ