ETV Bharat / bharat

ଉତ୍ତର ପ୍ରଦେଶରେ ଉତ୍ତେଜନା: ଚାଷୀଙ୍କୁ ଧକ୍କା ଦେଲା ବେକାବୁ କାର, ହିଂସାରେ 8 ମୃତ

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅର କାର୍‌ ଧକ୍କାରେ 8 ଚାଷୀଙ୍କ ମୃତ୍ୟୁ ନେଇ ଅଭିଯୋଗ ହୋଇଛି । ଘଟଣାକୁ ନେଇ ଚାଷୀ ସଙ୍ଗଠନ ଗମ୍ଭୀର ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶରେ ଉତ୍ତଜନା; ଚାଷୀଙ୍କୁ ଧକ୍କା ଦେଲା ବେକାବୁ କାର, ହିଂସାରେ 6 ମୃତ

author img

By

Published : Oct 3, 2021, 9:54 PM IST

Updated : Oct 3, 2021, 10:43 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ପ୍ରଦର୍ଶନ ସମୟରେ କାର୍‌ ଦୁର୍ଘଟଣାକୁ ନେଇ ତେଜିବାକୁ ଲାଗିଛି ଉତ୍ତେଜନା । ପ୍ରଦର୍ଶନକାରୀ ଚାଷୀଙ୍କ ଉପପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ କାର୍‌ ଚଢିଯିବା ଘଟଣାରେ ହିଂସା ଉଗ୍ରରୂପ ନେଇଛି । ହିଂସାରେ ବର୍ତ୍ତମାନସୁଦ୍ଧା ୮ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ପୋଲିସ ।

ଘଟଣାକୁ ନେଇ ଚାଷୀ ସଙ୍ଗଠନ ଗମ୍ଭୀର ଅଭିଯୋଗ କରିଛନ୍ତି । କୃଷକ ସଙ୍ଗଠନର ଦାବି ଅନୁଯାୟୀ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗାଡି କଥିତ ରୂପେ ତାଙ୍କ ପୁଅ ଓ ସାଥିରେ ଥିବା ଅନ୍ୟ ଲୋକେ ଲକ୍ଷ୍ମୀପୁର ଖେରୀରେ ବିରୋଧ କରୁଥିବା ଚାଷୀଙ୍କ ଉପରେ ଚଢାଇ ଦେଇଥିଲେ । ଜଣେ ଚାଷୀକୁ ଗୁଳି ମରାଯାଇଥିବା କଥା ମଧ୍ୟ କୁହାଯାଉଛି । ତେବେ ଘଟଣାରେ ହତ୍ୟା ମାମଲା ରୁଜୁ କରି ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି ଦାବି ଜୋର ଧରିଛି ।

ଏପଟେ ସୂଚନା ଅନୁଯାୟୀ, ପ୍ରଦର୍ଶନକାରୀ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ଉପରେ ପଥର ଫଙ୍ଗିଥିଲେ ଓ ଭଙ୍ଗାରୁଜା ପାଇଁ ଚେଷ୍ଟା କରିଥିଲେ । ପ୍ରଦର୍ଶନକାରୀଙ୍କ ଆକ୍ରମଣରୁ ଜୀବନ ବଞ୍ଚିବା ପାଇଁ ଆଶିଷ ମିଶ୍ରାଙ୍କ ଡ୍ରାଇଭର ଦୃତ ଗତିରେ ଗାଡି ଚଳାଇଥିଲେ । ଫଳରେ ଏହା ଅନେକ ଲୋକଙ୍କୁ ଧକ୍କା ଦେଇଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ପାଖାପାଖି ୧୨ ଜଣ ଆହତ ହୋଇଥିଲେ ।

ଘଟଣାକୁ ନେଇ ମନ୍ତ୍ରୀ ଓ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯେଉଁମାନେ ଏହି ଅମାନବୀୟ ନରସଂହାର ଦେଖି ନୀରବ ରହିଛନ୍ତି, ସେମାନେ ପୂର୍ବରୁ ହିଁ ମରିସାରିଛନ୍ତି । ହେଲେ ଆମେ ଏହି ବଳିଦାନକୁ ବ୍ୟର୍ଥ ହେବାକୁ ଦେବୁନାହିଁ । କିସାନ ସତ୍ୟାଗ୍ରହ ଜିନ୍ଦାବାଦ ବୋଲି କହିଛନ୍ତି ରାହୁଲ ।

ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଦେଶର ଚାଷୀଙ୍କୁ କେତେ ଘୃଣା କରୁଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା । ଏହାରି ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ଯାଇପାରନ୍ତି ବୋଲି କୁହାଯାଉଛି ।

ଘଟଣାସ୍ଥଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଉଗ୍ର ପ୍ରଦର୍ଶନକାରୀ ଦୁଇଟି ଗାଡିକୁ ପୋଡି ଦେଇଛନ୍ତି । ଏଥିରୁ ଗୋଟିଏ ଗାଡି କେନ୍ଦ୍ରମନ୍ତ୍ରୀଙ୍କର ବୋଲି ଜଣାପଡିଛି ।

ଲକ୍ଷ୍ମୀପୁର ଘଟଣା ସମ୍ପର୍କରେ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା । ମନ୍ତ୍ରୀ କହିଛନ୍ତି, ମୋ ପୁଅ ଘଟଣାସ୍ଥଳରେ ଉପସ୍ଥିତ ନଥିଲା । ସେଠାରେ ପ୍ରଦର୍ଶନକାରୀ ବାଡ଼ି ଓ ଖଣ୍ଡାରେ ଆକ୍ରମଣ କରିଥିଲେ । ଯଦି ମୋ ପୁଅ ସେଠାରେ ଥାଆନ୍ତେ, ସେ ବଞ୍ଚିକି ଆସିପାରିନଥାନ୍ତା ବୋଲି କହିଛନ୍ତି ମନ୍ତ୍ରୀ ମିଶ୍ରା । ତେବେ କାର୍ଯ୍ୟକର୍ତ୍ତା ମଧ୍ୟ ଏହି ହିଂସାରେ ପ୍ରାଣ ହରାଇଥିବା ମନ୍ତ୍ରୀ କହିଛନ୍ତି । କାରଗୁଡିକୁ ନଷ୍ଟ କରିଦିଆଯାଇଥିବାବେଳେ ଏହାର ଭିଡିଓ ପ୍ରମାଣ ଥିବା ଦାବି କରିଛନ୍ତି ମନ୍ତ୍ରୀ ଅଜୟ ମିଶ୍ରା ।

Last Updated : Oct 3, 2021, 10:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.