ETV Bharat / bharat

ବିନୟ ମୋହନ କ୍ବାତ୍ରା ହେବେ ନୂଆ ବୈଦେଶିକ ସଚିବ

author img

By

Published : Apr 4, 2022, 6:52 PM IST

ବରିଷ୍ଠ ବୈଦେଶିକ ସେବା (IFS) ଅଧିକାରୀ ବିନୟ ମୋହନ କ୍ବାତ୍ରା ହେବେ ନୂତନ ବୈଦେଶିକ ସଚିବ । ଚଳିତ ମାସ 30 ତାରିଖରେ ଶେଷ ହେଉଛି ଶ୍ରୀଙ୍ଗଲାଙ୍କ କାର୍ଯ୍ୟକାଳ । ନିଯୁକ୍ତି କ୍ୟାବିନେଟ କମିଟିର ମୋହର ପରେ ବିଜ୍ଞପ୍ତି ଜାରି କଲେ ସରକାର । ଅଧିକ ପଢନ୍ତୁ

ବିନୟ ମୋହନ କ୍ବାତ୍ରା ହେବେ ନୂଆ ବୈଦେଶିକ ସଚିବ
ବିନୟ ମୋହନ କ୍ବାତ୍ରା ହେବେ ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ: ବରିଷ୍ଠ ବୈଦେଶିକ ସେବା (IFS) ଅଧିକାରୀ ବିନୟ ମୋହନ କ୍ବାତ୍ରା ହେବେ ଭାରତର ପରବର୍ତ୍ତୀ ବୈଦେଶିକ ସଚିବ । ଆଜି ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ବର୍ତ୍ତମାନ ନେପାଳରେ ଭାରତର ରାଷ୍ଟ୍ରଦୂତ ଭାବେ ପ୍ରତିନିଧିତ୍ବ କରୁଥିବା କ୍ବାତ୍ରା ଆସନ୍ତାମାସ ଆରମ୍ଭ ସୁଦ୍ଧା ଦିଲ୍ଲୀ ଫେରି ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ ।

  • The government of India appoints IFS Vinay Mohan Kwatra as the Foreign Secretary.

    He is currently serving as India's envoy to Nepal. pic.twitter.com/xQ89PhNlnn

    — ANI (@ANI) April 4, 2022 " class="align-text-top noRightClick twitterSection" data=" ">

ବର୍ତ୍ତମାନର ବୈଦେଶିକ ସଚିବ ଡ.ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ କାର୍ଯ୍ୟକାଳ ଚଳିତମାସ (April 30) ଶେଷରେ ହେଉଥିବା ବେଳେ ତାଙ୍କ ସ୍ଥାନରେ ଏହି ଦାୟିତ୍ବ ଗ୍ରହଣ କରିବେ ବିନୟ । କ୍ୟାବିନେଟ ନିଯୁକ୍ତି କମିଟି (Appointments Committee of the Cabinet) କ୍ବାତ୍ରାଙ୍କୁ ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ଚୟନ କରିବା ପରେ ବିଧିବଦ୍ଧ ଭାବେ ସରକାର ବିଜ୍ଞପ୍ତିରେ ତାଙ୍କ ନାମ ଘୋଷଣା କରାଯାଇଛି ।

କ୍ବାତ୍ରା ହେଉଛନ୍ତି 1988 ବ୍ୟାଚର ଭାରତୀୟ ବୈଦେଶିକ ସେବା (IFS) ଅଧିକାରୀ । ଜଣେ ଭାରତୀୟ କୂଟନୈତିଜ୍ଞ ଭାବେ ବିଭିନ୍ନ ଦେଶରେ ଭାରତକୁ ପ୍ରତିନିଧିତ୍ବ କରିବାରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ମଧ୍ୟ ରହିଛି । ପୂର୍ବରୁ ସେ ଓ୍ବାଶିଂଟନ ଡିସି ଓ ବେଜିଂରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ତୁଲାଇ ସାରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ବୈଦେଶିକ ସେବାରେ ପ୍ରାୟ 32ବର୍ଷର ଅଭିଜ୍ଞତା ଥିବା କ୍ବାତ୍ରା 2017 ମସିହାରୁ ନେପାଳରେ ଭାରତକୁ ପ୍ରତିନିଧିତ୍ବ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.