ETV Bharat / bharat

Vice-President 3-nation Tour: ଗାବୋନରେ ପହଞ୍ଚିଲେ ଉପରାଷ୍ଟ୍ରପତି - ୩ ଦେଶ ଗସ୍ତରେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସୋମବାରଠୁ ୩ ଦେଶକୁ ଗସ୍ତ କରିଛନ୍ତି । ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଗାବୋନରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

Vice-President 3-nation Tour: ଗାବୋନରେ ପହଞ୍ଚିଲେ ଉପରାଷ୍ଟ୍ରପତି

author img

By

Published : May 31, 2022, 1:42 PM IST

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ ଗାବୋନ, ସେନେଗାଲ ଏବଂ କାତାରର ତିନି ଦେଶ ଗସ୍ତରେ ରହିଛନ୍ତି । ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ସୋମବାର ଗାବୋନରେ(Vice-President Venkaiah Naidu) ପହଞ୍ଚିଛନ୍ତି । ଭାରତର ଉପ-ରାଷ୍ଟ୍ରପତି ଭାବେ ନାଇଡୁଙ୍କ ଗସ୍ତ ଏହି ତିନି ଦେଶ ପାଇଁ ପ୍ରଥମ ହୋଇଛି । ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ଭାରତରୁ ଗାବୋନ୍ ଏବଂ ସେନେଗାଲକୁ ପ୍ରଥମ ଥର ପାଇଁ ଏକ ଉଚ୍ଚ ସ୍ତରୀୟ ଗସ୍ତ ବୋଲି କୁହାଯାଉଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ବିଟ କରି କହିଛନ୍ତି ଯେ, "ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଗାବୋନର ପ୍ରଧାନମନ୍ତ୍ରୀ ଓସୁକା ରାପୋଣ୍ଡା ଏବଂ ଅର୍ଥମନ୍ତ୍ରୀ ମାଇକେଲ ମୋସା-ଆଡାମୋ ସ୍ବାଗତ କରିଛନ୍ତି ।" ଗାବୋନର ଲିବ୍ରେଭିଲରେ ଉପରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିବା ସେ କହିଛନ୍ତି । ନାଇଡୁଙ୍କ ଏହି ଗସ୍ତ ଭାରତ ଓ ଆଫ୍ରିକା ମଧ୍ୟରେ ସମ୍ପର୍କ ଓ ଯୋଗାଯୋଗକୁ ଆହୁରି ସୁଦୃଢ କରିବ । ଉପରାଷ୍ଟ୍ରପତି ମେ ୩୦ ତାରିଖରେ ୩ ଦେଶକୁ ଏହି ଗସ୍ତ ଆରମ୍ଭ କରିଥିବା ବେଳେ ଜୁନ ୭ ତାରିଖ ସୁଦ୍ଧା ଫେରିବେ ବୋଲି ସୂଚନା ମିଳିଛି ।

ଭାରତର ପୂର୍ବତନ ରାଷ୍ଟ୍ରଦୂତ ଜିମ୍ବାୱେ ଜିତେନ୍ଦ୍ର ତ୍ରିପାଠୀ କହିଛନ୍ତି ଯେ ୟୁରୋପକୁ ସମୁଦ୍ର ପଥ ଯୋଗାଉଥିବାରୁ ଆଫ୍ରିକା ରଣନୀତିଗତ ଭାବେ ଗୁରୁତ୍ବପୂର୍ଣ୍ଣ । ଦ୍ବିତୀୟରେ ବହୁ ସଂଖ୍ୟାରେ ଭାରତୀୟ ଆଫ୍ରିକାରେ ବାସ କରୁଛନ୍ତି । ମୁଖ୍ୟତଃ ଗୁଜୁରାଟୀମାନେ ଅନେକ ବର୍ଷ ଧରି ସେଠାରେ ବାସ କରୁଛନ୍ତି । ଆଫ୍ରିକୀୟ ଦେଶ ବିକାଶଶୀଳ ଦେଶ ହୋଇଥିବାରୁ ଭାରତ ଏହାର ବୈଦେଶିକ ନୀତିରେ ସେମାନଙ୍କୁ 'ନୀତିଗତ ବିଷୟ' ଭାବରେ ସାହାଯ୍ୟ କରୁଛି ବୋଲି ଜିତେନ୍ଦ୍ର କହିଛନ୍ତି ।

ଚଳିତ ବର୍ଷ ଭାରତ ଓ ସେନେଗାଲ କୂଟନୈତିକ ସମ୍ପର୍କର ୬୦ତମ ବାର୍ଷିକୀ ପାଳନ କରୁଥିବାରୁ ଉପରାଷ୍ଟ୍ରପତି ଏହି ଦେଶକୁ ଗସ୍ତ କରିଛନ୍ତି । ସେନେଗାଲରେ କିଛି ବ୍ୟବସାୟିକ ବୈଠକରେ ଯୋଗ ଦେବା ପରେ ଆସନ୍ତୁ ଜୁନ ୪ରୁ ୭ ମଧ୍ୟରେ କାତାରକୁ ଗସ୍ତ କରିବେ ନାଇଡୁ । କାତାର ଓ ଭାରତ ମଧ୍ୟ ଚଳିତ ବର୍ଷ କୂଟନୈତିକ ସମ୍ପର୍କର ୫୦ତମ ବାର୍ଷିକୀ ପାଳନ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.