ETV Bharat / bharat

‘ବର୍ତ୍ତମାନର ଯୁବପିଢି ନିଜ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଜାଣିବାର ଆବଶ୍ୟକତା ରହିଛି’

author img

By

Published : Oct 18, 2021, 6:43 AM IST

ଭିନ୍ନତା ମଧ୍ୟରେ ଭାରତକୁ ବାନ୍ଧି ରଖିଛି ସଂସ୍କୃତି ଓ ପରମ୍ପରା । ବର୍ତ୍ତମାନର ଯୁବପିଢି ନିଜ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଜାଣିବା ସହ ଏହାର ରକ୍ଷା ପାଇଁ ଆଗେଇ ଆସବା ଆବଶ୍ୟକ ବୋଲି କହିଲା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଅଧିକ ପଢନ୍ତୁ...

‘ବର୍ତ୍ତମାନର ଯୁବପିଢି ନିଜ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଜାଣିବାରେ ଆବଶ୍ୟକତା ରହିଛି ’

ହାଇଦ୍ରାବାଦ: ଭାରତୀୟ ସମାଜରେ ସାମାଜିକ ବିବିଦ୍ଧତା ଓ ଭିନ୍ନତା ଥିବା ସତ୍ତ୍ବେ ମଧ୍ୟ ସମସ୍ତ ସୀମାକୁ ଅତିକ୍ରମ କରି ସମାଜକୁ ଏକତାରେ ବାନ୍ଧି ରଖିବାରେ ସଂସ୍କୃତି ଓ ପାର୍ବଣର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଲୋକଙ୍କୁ ଏକଜୁଟ କରିବା ସହ ଭାଇଚାରା ବୃଦ୍ଧି କରିବା ଆମ ଭାରତୀୟ ସଂସ୍କୃତିର ଅନ୍ୟ ଏକ ବୈଶିଷ୍ଠ୍ୟ । ତେଣୁ ବର୍ତ୍ତମାନର ଯୁବପିଢି ନିଜ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଜାଣିବା ଓ ବିବିଧତା ମଧ୍ୟରେ ଏକତା ରକ୍ଷା କରିବାକୁ ଉତ୍ସାହିତ ହୋଇ ଭୂମିକା ଗ୍ରହଣ କରିବା ଆବଶ୍ୟକତାର ସମୟ ଆସିଛି । ହାଇଦ୍ରାବାଦରେ ଦୁର୍ଗାପୂଜା ଅବସରରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏହା କହିଛନ୍ତି ।

ସେହିପରି ରାଷ୍ଟ୍ରପତି ବର୍ତ୍ତମାନର ଯୁବପିଢି ଉଦ୍ଦେଶ୍ୟରେ ବାର୍ତ୍ତା ରଖି ଆହୁରି ମଧ୍ୟ କହିଛନ୍ତି, ଦେଶର ବିଭିନ୍ନ ମହାପୁରୁଷ ଓ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ଜୀବନ ଶୈଳୀକୁ ମଧ୍ୟ ଅନୁସରଣ କରିବାର ଆବଶ୍ୟକତା ରହିଛି । ଫଳରେ ସେମାନଙ୍କ ସଂସ୍କୃୃତି ରକ୍ଷା ପ୍ରତି ତ୍ୟାଗ ତଥା ଅବଦାନ ବର୍ତ୍ତମାନ ପିଢି ନିକଟରେ ପହଞ୍ଚିପାରିବ । ଯାହା ସେମାନଙ୍କୁ ପ୍ରେରଣା ଯୋଗାଇ ପାରିବ ।

ଏହି କାର୍ଯ୍ୟକ୍ରମକୁ ତେଲେଙ୍ଗାନା ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନ ଉଦଘାଟନ କରିଥିଲେ। ଏଥିରେ ହରିୟାଣା ରାଜ୍ୟପାଳ ବନ୍ଦୃ ଦତ୍ତାତ୍ରେୟ, ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶାନ ରେଡ୍ଡୀ, ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲ୍ଲୀ ଏବଂ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବନ୍ଦୃ ଦତ୍ତାତ୍ରେୟଙ୍କ ଝିଅ ବିଜୟଲକ୍ଷ୍ମୀ ଆୟୋଜନ କରିଥିଲେ, ଯିଏକି 'ଦତ୍ତନା ଆଲାଇ ବାଲାଇ' ଉତ୍ସବ କମିଟିର ମୁଖ୍ୟ ମଧ୍ୟ ରହିଛନ୍ତି । 2005 ଠାରୁ କ୍ରମାଗତ ଭାବେ ଏଠାରେ ଦୁର୍ଗାପୂଜାରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.