ETV Bharat / bharat

ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଉପରାଷ୍ଟ୍ରପତି

author img

By

Published : Jan 11, 2021, 2:46 PM IST

ତେଲୁଗୁ ଭାଷାରେ ସାମ୍ବାଦିକତା କରୁଥିବା ଭେଟେରାନ୍‌ ସାମ୍ବାଦିକ ତୁର୍ଲପତି କୁଟୁମ୍ବ ରାଓଙ୍କ ମୃତ୍ୟୁରେ ଉପରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

Vice president condoles in the death of Senior journalist Turlapaty Kutumba Rao
ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଭେଟେରାନ୍‌ ସାମ୍ବାଦିକ ତୁର୍ଲପତି କୁଟୁମ୍ବ ରାଓଙ୍କ ମୃତ୍ୟୁରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଶୋକ ପ୍ରକାଶ କରିଛନ୍ତି । ବରିଷ୍ଠ ସାମ୍ବାଦିକ ରାଓ 89 ବର୍ଷ ବୟସରେ ସୋମବାର ମଧ୍ୟାହ୍ନ ସମୟରେ ବିଜୟୱାଡାରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ରାଓ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ସାମାଜିକ କର୍ମୀ, ଲେଖକ, ସାମ୍ବାଦିକ ଓ ଜଣେ ପ୍ରତିଭାବାନ ବ୍ୟକ୍ତିତ୍ବ ଥିଲେ ବୋଲି ଉପରାଷ୍ଟ୍ରପତି କହିଛନ୍ତି । ଗତ କିଛି ଦିନ ପୂର୍ବେ ଉପରାଷ୍ଟ୍ରପତି ବିଜୟୱାଡା ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ସେ ସ୍ବର୍ଣ୍ଣ ଭାରତ ଟ୍ରଷ୍ଟରେ ରହିଥିଲେ । ତେବେ ସେଠାରେ ରାଓଙ୍କ ସହିତ ତାଙ୍କର ଏକ ଉତ୍ତମ ସାକ୍ଷାତକାର ହୋଇଥିଲା ବୋଲି ନାଇଡୁ କହିଛନ୍ତି ।

ଏହି ସାକ୍ଷାତକାର ସମୟରେ ରାଓଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତେବେ ଏହି ସମୟରେ ସେ ଶକ୍ତିଶାଳୀ ଓ ଉତ୍ସାହୀ ଦେଖାଯାଉଥିଲେ ବୋଲି ନାଇଡୁ କହିଛନ୍ତି । ତେବେ ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି, ବିରୋଧୀ ଦଳ ନେତା ଏନ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ରାଓଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ପଦ୍ମଶ୍ରୀ ରାଓ 4000ରୁ ଅଧିକ ଜୀବନୀ ଲେଖିଥିବା ବେଳେ 16 ହଜାରରୁ ଅଧିକ ଥର ଜନସାଧାରଣଙ୍କ ସମ୍ମୁଖରେ ଭାଷଣ ପ୍ରଦାନ କରିଥିଲେ । ତେବେ ରାଓଙ୍କ ଏହି ଭାଷଣ ତେଲୁଗୁ ବୁକ୍ ଅଫ୍ ରେକର୍ଡସ ଦ୍ବାରା ବିଶ୍ବ ରେକର୍ଡରେ ସ୍ଥାନ ପାଇଛି । ରାଓ ତେଲୁଗୁ ଭାଷାରେ ସାମ୍ବାଦିକତା କରୁଥିଲେ ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.