ETV Bharat / bharat

ଗାନ୍ଧୀସ୍ମୃତି ପ୍ରାର୍ଥନା ସଭାରେ ଯୋଗ ଦେଲେ ଉପରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଗାନ୍ଧୀସ୍ମୃତି ଠାରେ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଆୟୋଜିତ ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ.....

author img

By

Published : Jan 30, 2021, 8:16 PM IST

ଗାନ୍ଧୀସ୍ମୃତି ଠାରେ ପ୍ରାର୍ଥନା ସଭାରେ ଯୋଗ ଦେଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗାନ୍ଧୀସ୍ମୃତି ଠାରେ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଆୟୋଜିତ ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ପରେ ସେଠାରେ ଆୟୋଜିତ ପ୍ରାର୍ଥନା ସଭାରେ ମଧ୍ୟ ସେ ଯୋଗ ଦେଇଛନ୍ତି ।

ଗାନ୍ଧୀସ୍ମୃତି ଠାରେ ପ୍ରାର୍ଥନା ସଭାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଆଜି ମହାତ୍ମା ଗାନ୍ଧୀଙ୍କ 73 ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରୁଛି ସାରା ଦେଶ । ତେବେ ଏହି ଅବସରରେ ଗାନ୍ଧୀ ସ୍ମୃତି ସ୍ଥଳରେ ସନ୍ଧ୍ୟାରେ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥାଏ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରାର୍ଥନା ସଭା ଆୟୋଜିତ ହୋଇଛି । ତେବେ ଚଳିତ ବର୍ଷ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି ।

ଦେଶ ସ୍ବାଧିନତାର ମାତ୍ର ବର୍ଷକ ପରେ ଅର୍ଥାତ 1948 ମସିହା ଆଜିର ଦିନରେ ନଥୁରାମ ଗଡସେଙ୍କ ଗୁଳିରେ ଟଳି ପଡିଥିଲେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ । ତେବେ ଆଜି ସକାଳେ ଗାନ୍ଧୀଙ୍କ ତିରୋଧାନ ଦିବସରେ ଟ୍ବିଟ ଯୋଗେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଗାନ୍ଧୀଙ୍କ ଜୀବନୀ ମନେ ପକାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.