ETV Bharat / bharat

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ଦେହାନ୍ତ - ବିନୋଦ ଦୁଆଙ୍କ ପରଲୋକ ଖବର

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ (Veteran Journalist Vinod Dua) । ଏନେଇ ସ୍ପଷ୍ଟ କରିଛନ୍ତି ତାଙ୍କ ଝିଅ ତଥା ଅଭିନେତ୍ରୀ ମଲ୍ଲିକା ଦୁଆ । ଅଧିକ ପଢନ୍ତୁ

Veteran journalist Vinod Dua passes away
ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ
author img

By

Published : Dec 4, 2021, 6:55 PM IST

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ (Veteran Journalist Vinod Dua passes away ) । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଝିଅ ତଥା ଅଭିନେତ୍ରୀ ମଲ୍ଲିକା ଦୁଆ । ତାଙ୍କ ଶେଷ କୃତ୍ୟ ଆସନ୍ତାକାଲି ସମ୍ପନ୍ନ କରାଯିବ ।

ଶନିବାର ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ 67 ବର୍ଷରେ ଦେହାନ୍ତ ହୋଇଛି । ସେ ଦିଲ୍ଲୀର ଏକ ଡାକ୍ତରଖାନାର ଚିକିତ୍ସା ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଏହାପୂର୍ବରୁ ସେ କୋଭିଡ 19ରେ ସଂକ୍ରମଣ ହୋଇଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଭାରତରେ ଟିଭି ସାମ୍ବାଦିକତାରେ ଜଣେ ପରିଚିତ ଚେହେରା ଥିଲେ ବିନୋଦ ଦୁଆ ।

Veteran journalist Vinod Dua passes away
ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ସାମ୍ବାଦିକତା କ୍ୟାରିୟରର ବୃହତ ସମୟ ସେ ଦୂରଦର୍ଶନ ଏବଂ NDTV ସହିତ କାମ କରିଥିଲେ । ଏହା ବ୍ୟତୀତ ସେ ବିଭିନ୍ନ ଟିଭି ଚ୍ୟାନେଲ ଏବଂ ଅନଲାଇନ୍ ପୋର୍ଟାଲରେ ବିଭିନ୍ନ ଶୋ କରୁଥିଲେ । ଦୀର୍ଘ ୪୨ ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ ନିଜର ପାରଦର୍ଶୀତା ଦେଖାଇଥିଲେ ।

ସୋସିଆଲ ମିଡିଆରେ ତାଙ୍କ ଝିଅ ମଲ୍ଲିକା ଦୁଆ ଲେଖିଛନ୍ତି ଆମର ନିର୍ଭୀକ ତଥା ଅସାଧାରଣ ପିତା ବିନୋଦ ଦୁଆଙ୍କର ଦେହାନ୍ତ ହୋଇଛି । ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ସହିତ ଉଚ୍ଚସ୍ତରକୁ ଯାଇଥିଲେ । ସବୁବେଳେ ସେ ସତ୍ୟ କହିବା ସହ କ୍ଷମତାକୁ ପ୍ରଶ୍ନ କରୁଥିଲେ । ବର୍ତ୍ତମାନ ସେ ମା ତଥା ତାଙ୍କ ପ୍ରିୟ ପତ୍ନୀ ଚିନ୍ନାଙ୍କ ପାଖକୁ ଗଲେ । ସ୍ବର୍ଗରେ ସେମାନେ ଗୀତ ଗାଇବା, ରାନ୍ଧିବା, ଭ୍ରମଣ କରିବା ସହ ପରସ୍ପରକୁ ଭଟିବେ ବୋଲି ଲେଖିଛନ୍ତି ।

କୋରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ବେଳେ ସେ ତାଙ୍କ ସ୍ତ୍ରୀ ଚିନ୍ନା ପଜିଟିଭ ଚିହ୍ନଟ ହୋଇଥିଲେ ଏହା ପରେ ଦିଲ୍ଲୀ ସ୍ଥିତ ଗୁରୁଗ୍ରାମ ମେଡିକାଲରେ ଭର୍ତ୍ତି ହୋଇଥିଲେ। କୋରୋନାରେ ଆକ୍ରାନ୍ତ ହୋଇ ତାଙ୍କ ସ୍ତ୍ରୀଙ୍କ ପରଲୋକ ହୋଇଥିଲା ।

ତେବେ ବିନୋଦ ଦୁଆଙ୍କ ପରଲୋକରେ ମିଡିଆ ଜଗତ ସହିତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.