ETV Bharat / bharat

ଅଗର ମେସିନରେ ତ୍ରୁଟି ପରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ, ସାମିଲ ହେବ ସେନା

Uttarkashi tunnel tragedy: 15 ଦିନରେ ଉତ୍ତରକାଶୀ ଟନେଲ ଉଦ୍ଧାରକାର୍ଯ୍ୟ । ଶେଷ ପର୍ଯ୍ୟାୟରେ ଫେଲମାରିଲା ଅଗର ମେସିନ । ପାହାଡ ଉପରୁ ଆରମ୍ଭ ହେଲା ଭର୍ଟିକାଲ ଡ୍ରିଲିଂ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 26, 2023, 4:12 PM IST

ଉତ୍ତରକାଶୀ ଟନେଲ ଉଦ୍ଧାର: ଅଗର ମେସିନରେ ତ୍ରୁଟି ପରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ

ଡେରାଡୁନ: ଉତ୍ତରକାଶୀ ଟନେଲରେ ଫସିଥିବା 41 ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଥିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ବଡ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଛି । ଆଉ ମାତ୍ର କିଛି ମିଟର ଖୋଳା ହେବାକୁ ଥିବା ବେଳେ ଶେଷ ପର୍ଯ୍ୟାୟରେ ଅଗର ମେସିନରେ ତ୍ରୁଟି କାରଣରୁ ଖୋଦେଇ କାମ ବନ୍ଦ ରଖାଯାଇଛି । ଏବେ 41 ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି । ଟନେଲ ମଧ୍ୟରେ ଖୋଳା କାମ ବନ୍ଦ ରଖାଯାଇ ଶ୍ରମିକମାନେ ଫସି ରହିଥିବା ସ୍ଥାନରେ ପାହାଡ ଉପରୁ ଖୋଳାକାମ ଆରମ୍ଭ ହୋଇଛି । ପୂର୍ବ ପ୍ରସ୍ତୁତି ଅନୁସାରେ, ଯାହା ଆଶା କରାଯାଉଥିଲା ଓ ରେସ୍କ୍ୟୁ ପ୍ଲାନ ପ୍ରସ୍ତୁତ କରାଯାଇଥିଲା ସେଥିରେ ପରିବର୍ତ୍ତନ କରିବାକୁ ପଡିଛି । ଏହି ଉଦ୍ଧାର କାର୍ଯ୍ୟ ପୁଣି କିଛି ଦିନ ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।

  • #WATCH | Uttarkashi (Uttarakhand) tunnel rescue | Vertical drilling underway at the site of the rescue of 41 workers. Eight metres of drilling work complete.

    (Video: SJVN) pic.twitter.com/Ybm4lc5vQs

    — ANI (@ANI) November 26, 2023 " class="align-text-top noRightClick twitterSection" data=" ">

ଗତକାଲି ଠାରୁ ଅଗର ମେସିନରେ ତ୍ରୁଟି ଦେଖାଯିବା ପରେ ଖୋଳା କାମ ବନ୍ଦ ରଖାଯାଇଛି । ଏହା ପରେ ଏହା ହାଇଡ୍ରୋଇଲେକ୍ଟ୍ରିକ ପାଓ୍ବାର ଜେନେରେସନ ଓ ଟ୍ରାନ୍ସମିଶନ ମାଧ୍ୟମରେ ଗତକାଲି ରାତିରୁ ଭର୍ଟିକାଲ ଖୋଳା କାମ ଜାରି ରହିଛି । ଶ୍ରମିକମାନେ ଫସିଥିବା ସ୍ଥାନର ଉପର ପାହାଡରୁ ଏହି ଖୋଳା କାମ ଜାରି ରହିଛି । ଏଥିରେ ଡିଆରଡିଓର ଯନ୍ତ୍ରାଂଶ ବ୍ୟବହାର କରାଯିବ । ଏଥିପାଇଁ ଡିଆରଡିଓ ମଧ୍ୟ ଡେରାଡୁନକୁ ଯନ୍ତ୍ରାଂଶ ପଠାଇବା ଆରମ୍ଭ କରିଛି । ଏହି ଅପରେସନରେ ଭାରତୀୟ ସ୍ଥଳସେନା ମଧ୍ୟ ସାମିଲ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ :- ପଞ୍ଜାବୀ ଗାୟକ ଗିପି ଗ୍ରେୱାଲଙ୍କ ଘରେ ଫାୟାରିଂ, ଭାଇଜାନଙ୍କୁ ବି ଲରେନ୍ସ ବିଷ୍ଣୋଇର ଧମକ !

12 ତାରିଖରୁ ଭୂସ୍ଖଳନ ଘଟିଥିଲା । ସେଠାରେ କାର୍ଯ୍ୟରତ 41 ଶ୍ରମିକ ଟନେଲ ମଧ୍ୟରେ ଫସି ରହିଛନ୍ତି । ସେମାନେ ପ୍ରାୟ ସାଢେ 4 କି.ମି ଲମ୍ବ ଟନେଲରେ ଏଣ୍ଟ୍ରିଂ ପଏଣ୍ଟରୁ 58 ମିଟର ଦୂରତା ମଧ୍ୟରେ ଫସି ରହିଥିବା ଜଣାପଡିଛି । ସେମାନଙ୍କ ସହ ଯୋଗାଯୋଗ ମଧ୍ୟ ସମ୍ଭବ ହୋଇଛି । ଦୁଇଟି ଲାଇଫ-ଲାଇନ ପାଇପରେ ସେମାନଙ୍କ ନିକଟକୁ ନିୟମିତ ଖାଦ୍ୟ ଓ ପାଣି ମଧ୍ୟ ପଠାଯାଉଛି । ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମିଳିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ସମସ୍ତ ଶ୍ରମିକଙ୍କ ସହ ଉଦ୍ଧାର ଅପରେସନରେ ନିୟୋଜିତ ଅଧିକାରୀମାନେ ନିୟମିତ ବାର୍ତ୍ତାଳାପ କରି ସେମାନଙ୍କ ମନୋବଳକୁ ଦୃଢ ରଖିବା ପ୍ରୟାସ ଜାରି ରଖିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ନିଜେ ଏକାଧିକ ଥର ଟନେଲ ରେସ୍କ୍ୟୁ ସ୍ଥଳକୁ ଗସ୍ତ କରି ଉଦ୍ଧାର ପ୍ରକ୍ରିୟା ସମୀକ୍ଷା କରିସାରିଛନ୍ତି । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉଦ୍ଧାରକାର୍ଯ୍ୟ ସମୀକ୍ଷା କରିଛନ୍ତି । ଉଦ୍ଧାର ପରବର୍ତ୍ତୀ ପ୍ରକ୍ରିୟା ପାଇଁ ମେଡିକାଲ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ହେଲେ ଗତ 4 ଦିନ ଧରି ଏହି ଅପରେସନ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ସଫଳ ହୋଇପାରୁନି । ଏବେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.