ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । UAEର ଦିବଙ୍ଗତ ରାଷ୍ଟ୍ରପତି ଶେଖ୍ ଖଲିଫା ବିନ୍ ଜାଏଦ୍ ଅଲ ନାହୟନ୍ଙ୍କ (HH Sheikh Khalifa bin Zayed) ଭାରତ ପକ୍ଷରୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେ ୟୁଏଇରେ ପହଞ୍ଚିଛନ୍ତି । ଶୁକ୍ରବାର UAEର ରାଷ୍ଟ୍ରପତିଙ୍କ ବିୟୋଗ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରିବା ସହ ଭାରତରେ ମଧ୍ୟ ଏକଦିବସୀୟ ଶୋକ ଘୋଷଣା କରାଯାଇଥିଲା । ଉପ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
-
Vice President @MVenkaiahNaidu arrives in Abu Dhabi to pay respects to HH Sheikh Khalifa Bin Zayed Al Nahyan, Late President of UAE. pic.twitter.com/53OHdebhDk
— Arindam Bagchi (@MEAIndia) May 15, 2022 " class="align-text-top noRightClick twitterSection" data="
">Vice President @MVenkaiahNaidu arrives in Abu Dhabi to pay respects to HH Sheikh Khalifa Bin Zayed Al Nahyan, Late President of UAE. pic.twitter.com/53OHdebhDk
— Arindam Bagchi (@MEAIndia) May 15, 2022Vice President @MVenkaiahNaidu arrives in Abu Dhabi to pay respects to HH Sheikh Khalifa Bin Zayed Al Nahyan, Late President of UAE. pic.twitter.com/53OHdebhDk
— Arindam Bagchi (@MEAIndia) May 15, 2022
ଶୁକ୍ରବାର UAEର ରାଷ୍ଟ୍ରପତି ଶେଖ୍ ଖଲିଫା ବିନ୍ ଜାଏଦ୍ ଅଲ ନାହୟନଙ୍କ 73 ବର୍ଷ ବୟସରେ ଦେହାନ୍ତ ହୋଇଥିଲା । 1948 ମସିହାରେ ଜନ୍ମିତ ଶେଖ ଖଲିଫା ସଂଯୁକ୍ତ ଆରବ ଏମିରେଟର ରାଷ୍ଟ୍ରପତି ଭାବେ ନଭେମ୍ବର 2004 ରୁ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ୟୁଏଇର ଦ୍ୱିତୀୟ ରାଷ୍ଟ୍ରପତି ତଥା ଆବୁଧାବିର 16ତମ ଶାସକ ମଧ୍ୟ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ