ETV Bharat / bharat

ଭେଲୋର ମହିଳାଙ୍କ ଅଙ୍ଗଦାନ, ୫ ଜଣଙ୍କୁ ଦେଲେ ଜୀବନଦାନ

ଶେଷ ନିଃସ୍ବାଶ ତ୍ୟାଗ କରିବା ପୂର୍ବରୁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଗଲେ ଭେଲୋର ସହରର ମହିଳା । ଅଙ୍ଗଦାନ କରି ହେଲେ ସବୁଦିନ ପାଇଁ ଅମର (Vellore women organs donated)। ଅଧିକ ପଢ଼ନ୍ତୁ

Vellore women organs donated with her family consent  set example for others
ଭେଲୋର ମହିଳାଙ୍କ ଅଙ୍ଗଦାନ, ୫ ଜଣଙ୍କୁ ଦେଲେ ଜୀବନଦାନ
author img

By

Published : Sep 4, 2022, 10:53 PM IST

ଚେନ୍ନାଇ: ମୃତ୍ୟୁ ପୂର୍ବରୁ ଅନ୍ୟମାନଙ୍କୁ ଜୀବନ ଦେଇ ଗଲେ ତାମିଲନାଡ଼ୁ ଭେଲୋର ସହରର ଜଣେ ମହିଳା (Vellore women organs donated)। ଏକ ବାଇକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ ଡାକ୍ତର । ଏହାପରେ ଗୁରୁତର ମହିଳାଙ୍କ ପରିବାରବର୍ଗ ତାଙ୍କ ଅଙ୍ଗଦାନ କରିବାକୁ ବଦାନ୍ୟ ନିଷ୍ପତ୍ତି ନେଇଥିଲେ । ଯାହାଫଳରେ ୫ ଜଣଙ୍କ ଜୀବନ ଦାନ ମିଳିଛି ।

ଭେଲୋର ସହରର ୪୬ ବର୍ଷୀୟ ମହିଳା କଲାଇସେଲ୍‌ଭୀ ଗତ ଶନିବାର କୌଣସି ଏକ କାମରେ ବାହାରକୁ ଯାଉଥିବା ବେଳେ ପଛ ପଟୁ ଏକ ଦ୍ରୁତଗାମୀ ବାଇକ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭେଲୋର ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥା ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ ଡାକ୍ତର । ଏହାପରେ ଡାକ୍ତର ମହିଳାଙ୍କ ପରିଜନଙ୍କୁ ତାଙ୍କ ଅଙ୍ଗଦାନ କରିବାକୁ ପ୍ରସ୍ତାବ ଦେଇଥିଲେ ।

ଏହି ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ ମହିଳାଙ୍କ ପରିବାର ଲୋକେ । ଏହାପରେ ସ୍ବତନ୍ତ୍ର ଗ୍ରୀନ କରିଡର ଜରିଆରେ ମହିଳାଙ୍କ ଅଙ୍ଗ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦାନ କରାଯାଇଛି । ମହିଳାଙ୍କ ହୃତପୀଣ୍ଡ ଚେନ୍ନାଇର କାବେରୀ ହସ୍ପିଟାଲ୍‌ରେ ଜଣେ ରୋଗୀଙ୍କୁ ଦାନ କରାଯାଇଛି । ସେହିଭଳି ବାମ କିଡ୍‌ନୀ ଚେନ୍ନାଇର ପ୍ରଶାନ୍ତ ହସ୍ପିଟାଲ୍‌ରେ ଜଣେ ରୋଗୀଙ୍କୁ ଦାନ କରାଯାଇଛି । ଡାହାଣ କିଡନୀ ଶ୍ରୀ ନାରାୟଣ ହସ୍ପିଟାଲ୍‌ରେ ଜଣଙ୍କୁ ଦାନ କରାଯାଇଥିବା ବେଳେ କଲିଜା ଓ ଦୁଇ ଆଖି ରାମଚନ୍ଦ୍ର ହସ୍ପିଟାଲ୍‌ରେ ଦୁଇଜଣଙ୍କ ରୋଗୀଙ୍କ ନିକଟେର ପ୍ରତିରୋପଣ କରାଯାଇଛି । ଦାନ କରାଯାଇଥିବା ଅଙ୍ଗ ସମସ୍ତ ରୋଗୀଙ୍କ ଦେହରେ ସଫଳତାର ସହ ପ୍ରତିରୋପଣ କରାଯାଇଛି ।

ମହିଳାଙ୍କ ମୃତ୍ୟୁ ପରେ ସେ ଅନ୍ୟମାନଙ୍କ ଶରୀରରେ ସବୁବେଳେ ଅମର ରହିବେ । ଏଭଳି ଏକ ନିଷ୍ପତ୍ତିରେ ଉପନୀତ ହୋଇ ଅନ୍ୟମାନଙ୍କ ଜୀବନ ଦେଇଥିବାରୁ ତାଙ୍କ ପରିବାର ବର୍ଗଙ୍କୁ ସାଧୁବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ । ଦିନ ମଜୁରିଆ ଭାବରେ ଖଟି କଲାଇସେଲ୍‌ଭୀ ପରିବାର ଚଳାଇଥିଲେ । ୬ ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ତେବେ ଆଜି ସେ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ସତ, କିନ୍ତୁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.