ETV Bharat / bharat

ଆଖି ବୁଜିଲା ମନ୍ଦିରରେ ଥିବା ଶାକାହାରୀ କୁମ୍ଭୀର ବାବିୟା, ଶ୍ରଦ୍ଧାଞ୍ଜଳି ଦେଲେ ଗ୍ରାମବାସୀ

କେରଳର ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିରରେ ଥିବା ଏକମାତ୍ର ଶାକାହାରୀ କୁମ୍ଭୀରର ମୃତ୍ୟୁ ହୋଇଛି । ଶତାଧିକ ଲୋକ ବାବିୟର ଶେଷ ଦର୍ଶନ କରିି ଶ୍ରଦ୍ଧାଳୁ ଦେଇଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Oct 11, 2022, 1:40 PM IST

vegetarian crocodile dead in kerala people pay tribute
ଆଖି ବୁଜିଲା ଶାକାହାରୀ କୁମ୍ଭୀର ବାବିୟା, ଶ୍ରଦ୍ଧାଞ୍ଜଳି ଦେଲେ ଗ୍ରାମବାସୀ

ଥିରୁଅନନ୍ତପୁରମ: କେରଳର ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିରରେ ଥିବା ଶାକାହାରୀ କୁମ୍ଭୀର ବାବିୟାର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ କୁମ୍ଭୀରକୁ 75 ବର୍ଷ ହୋଇଥିବା ଜଣାପଡ଼ିଛି । କାସରଗୋଡ ଜିଲ୍ଲାରେ ଅବସ୍ଥିତ ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିରର ପୋଖରୀରେ ବାବିୟା ରହୁଥିଲା । ଗତ ଦୁଇ ଦିନ ଧରି କୁମ୍ଭୀରଟି ନିଖୋଜ ଥିଲା । ରବିବାର ଏହାର ମୃତଦେହ ମିଳିଥିଲା । ଶତାଧିକ ଲୋକ କୁମ୍ଭୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଆଖି ବୁଜିଲା ଶାକାହାରୀ କୁମ୍ଭୀର ବାବିୟା

କୁମ୍ଭୀରଟି ସମ୍ପୂର୍ଣ୍ଣ ଶାକାହାରୀ ଥିଲା । ମନ୍ଦିର କର୍ମକର୍ତ୍ତା ଦାବି କରିଛନ୍ତି, ବାବିୟା କେବଳ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ଖାଉଥିଲା । ପୋଖରୀରେ ଥିବା କେବେ ମାଛ ଖାଉନଥିଲା । ଭକ୍ତମାନେ ସର୍ବଦା କୁମ୍ଭୀରକୁ ଦେଖିପାରନ୍ତି ନାହିଁ । ଏପରିକି ଏହାକୁ ଦେଖିଲେ ଅତ୍ୟନ୍ତ ଶୁଭ ବୋଲି ବିଶ୍ବାସ ରହିଛି । ଲୋକଙ୍କ ଦାବି ଯେ, ଆଜି ପର୍ଯ୍ୟନ୍ତ କୁମ୍ଭୀରଟି କାହାର କୌଣସି କ୍ଷତି କରିନାହିଁ । ବେଳେ ବେଳେ ବାବିୟା ମନ୍ଦିରର ଚତୁଃପାର୍ଶ୍ବ ପରିଭ୍ରମଣ କରେ । କିଛି ବର୍ଷ ପୂର୍ବେ ବାବିୟା ମନ୍ଦିର ପରିସରରେ ବୁଲୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ବାବିୟାର ମୃତ୍ୟୁ ଖବର ଜାଣିବା ପରେ ନିକଟସ୍ଥ ଅଞ୍ଚଳର ଶତାଧିକ ଲୋକ ଶେଷ ଦର୍ଶନ ପାଇଁ ଆସିଥିଲେ । ମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ବାରା ତାକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଆଜି ମୁଲାୟମ ସିଂହ ଯାଦବଙ୍କ ଶେଷକୃତ୍ୟ, ସାମିଲ ହେବେ ଯୋଗୀ

ବ୍ରିଟିଶ ଶାସନ ସମୟରେ ଜଣେ ସୈନ୍ୟ ଉକ୍ତ ପୋଖରୀରେ ଏକ କୁମ୍ଭୀରକୁ ଗୁଳି କରି ହତ୍ୟା କରିବାର କିଛି ମାସ ପରେ ମନ୍ଦିର ପୋଖରୀରେ ବାବିୟା ଦେଖିବାକୁ ମିଳିଥିଲା ବୋଲି ବିଶ୍ବାସ କରାଯାଏ । ଏହା ପୂର୍ବରୁ 2019ରେ ବାବିୟା କୁମ୍ଭୀରର ମୃତ୍ୟୁ ହୋଇଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । କିନ୍ତୁ ବାବିୟା ଜୀବନ୍ତ ଥିବାନେଇ ମନ୍ଦିର କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ ।

ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିରର ଇତିହାସ

ନବମ ଶତାବ୍ଦୀରେ ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିର ନିର୍ମାଣ ହୋଇଥିବା କୁହାଯାଏ । ପ୍ରବଳ ବର୍ଷା ସମୟରେ ମଧ୍ୟ ମନ୍ଦିର ପରିସରରେ ଥିବା ପୋଖରୀର ଜଳସ୍ତର ବୃଦ୍ଧି ପାଏନାହିଁ । ପୋଖରୀର ଡାହାଣ ପାର୍ଶ୍ବରେ ଏକ ଗୁମ୍ଭା ରହିଛି । ପୁରାଣ ଅନୁଯାୟୀ ଏହା ଥିରୁଅନନ୍ତପୁରମ ଯାଏ ବିସ୍ତୃତ ହୋଇଛି । ଭଗବାନ ବିଷ୍ଣୁ ଏହି ଥିରୁଅନନ୍ତପୁରମ ଯିବା ସମୟରେ ଏହି ଗୁମ୍ଭାରେ ବିଶ୍ରାମ ନେଇଥିଲେ । ତେଣୁ ଅନନ୍ତପଦ୍ମନାଭ ମନ୍ଦିରରେ ବିଷ୍ଣୁଙ୍କୁ ପୂଜା କରାଯାଉଛି । ବିଷ୍ଣୁଙ୍କ ପ୍ରତିମା ଏକ ହଜାର ବର୍ଷରୁ ପୁରୁଣା ହୋଇଥିବା ସ୍ଥାନୀୟ ଲୋକେ କୁହନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.