ETV Bharat / bharat

Train Tragedy: ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶୋକ, ସହାୟତାର ହାତ ବଢ଼ାଇଲେ ଛତିଶଗଡ଼ ସରକାର

author img

By

Published : Jun 3, 2023, 4:53 PM IST

ବାଲେଶ୍ବର ରେଳ ଦୁର୍ଘଟଣା ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଆହତ ମାନେ ଶୀଘ୍ର ସୁସ୍ଥ ହୁୁଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶୋକ
ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶୋକ

ହାଇଦ୍ରାବାଦ: ବାଲେଶ୍ବର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୨୬୧ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯୦୦ରୁ ଅଧିକା ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଛି ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା । ସମୟ ଯେତିକି ଗଡୁଛି, ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରଙ୍କ ସହ ଆଲୋଚନା କରିଥିଲେ । ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନର ସମୀକ୍ଷା କରିଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ । ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ତେବେ ଘଟଣାକୁ ନେଇ ଦେଶ ବିଦେଶରୁ ସମ୍ବେଦନାର ବାର୍ତ୍ତା ଆସିଛି । ବିଭିନ୍ନ ଦେଶର ପ୍ରତିନିଧି ମାନେ ମଧ୍ୟ ଏଭଳି ଭୟଙ୍କର ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ତେବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ମାନେ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଓଡ଼ିଶା ସରକାରଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ: ଟ୍ରେନ୍‌ ଦୁର୍ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଆଜି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ଏହି ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଦୁର୍ଘଟଣାରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଥିଲେ ବଘେଲ । ଆହତ ଲୋକଙ୍କ ଉଦ୍ଧାର, ଚିକିତ୍ସା ଆଦି ନେଇ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ।

ବଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସକାଳେ ହେଲିକପ୍ଟର ଯୋଗେ ବାଲେଶ୍ବର ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ । ଏଭଳି ଭୟଙ୍କର ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଟ୍ରେନ ଦୁର୍ଘଟଣାରେ ମୃତାହତ, ଆହତ ଓ ପୀଡ଼ିତଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏକବିଂଶ ଶତାବ୍ଦୀର ଏହା ସବୁଠାରୁ ବଡ଼ ଦୁର୍ଘଟଣା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା: ରେଳ ଦୁର୍ଘଟଣା ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଏଭଳି ଘଟଣା ହୃଦୟ ବିଦାରକ । ଏଭଳି ଭୟଙ୍କର ରେଳ ଦୁର୍ଘଟଣା ପୂର୍ବରୁ ଘଟି ନଥିଲା । ଏଭଳି ଘଟଣା ପାଇଁ କିଏ ଦାୟୀ, ରେଳ ବିଭାଗ ସେନେଇ ସ୍ପଷ୍ଟ କରିବା ଆବଶ୍ୟକ । ଆମେ ଆମ ରାଜ୍ୟର ମନ୍ତ୍ରୀ ସନ୍ତୋଷ ଲାଡଙ୍କୁ ଦୁର୍ଘଟଣାସ୍ଥଳକୁ ପଠାଇଛୁ । ସେ ସେଠାରେ ସ୍ଥିତି ସମୀକ୍ଷା କରିବେ । ମୃତକ ମାନଙ୍କ ଆତ୍ମାକୁ ଶାନ୍ତି ମିଳୁ ।"

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା: ଆସାମ ମୁଖ୍ୟମନ୍ତ୍ରୀ ଏକ ବୟାନ ଜାରି କରି କହିଛନ୍ତି, "ଓଡ଼ିଶାର ବାଲେଶ୍ବର ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣା ମୋତେ ବ୍ୟଥିତ କରିଛି । ଆମେ ସମସ୍ତ ଆସାମବାସୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ, ମୃତକ ମାନଙ୍କ ଆତ୍ମାକୁ ଶାନ୍ତି ମିଳୁ ଓ ସେମାନଙ୍କ ପରିବାରକୁ ଏଭଳି ସମୟକୁ ସାମ୍ନା କରିବା ପାଇଁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ । ଏହି ଘଟଣାରେ ପ୍ରଭାବିତ ପରିବାର ମାନଙ୍କୁ ସମବେଦନା ଜଣାଉଛି ।"

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର: ଏହି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଏହା ଏକ ଭୟଙ୍କର ଦୁର୍ଘଟଣା । ବିଭାଗ ନିଶ୍ଚିତ ଭାବେ ଏହି ଘଟଣାର ତଦନ୍ତ କରିବ ।"

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ: ଏହି ଘଟଣା ନେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି, "ଓଡ଼ିଶାର ବାଲେଶ୍ବରରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି । ଆହତ ମାନେ ଶୀଘ୍ର ସୁସ୍ଥ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ଏହି ଦଃଖଦ ଘଟଣା କାରଣରୁ ମୋର ସମସ୍ତ ସାଧାରଣ କାର୍ଯ୍ୟକ୍ରମକୁ ମୁଁ ରଦ୍ଦ କରିଛି । ଏପରିକି ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତିକୁ ନେଇ ହେବାକୁ ଥିବା କାର୍ଯ୍ୟକ୍ରମକୁ ମଧ୍ୟ ମୁଁ ସ୍ଥଗିତ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.