ETV Bharat / bharat

ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, କିଛି ସପ୍ତାହ ପରେ ମିଳିବ ଟୀକା - covid Vaccine

ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଘୋଷଣା । କିଛି ସପ୍ତାହ ପରେ ମିଳିବ ଟୀକା । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ
author img

By

Published : Dec 4, 2020, 1:58 PM IST

ନୂଆଦିଲ୍ଲୀ: କୋଭିଡ୍‌କୁ ନେଇ ଆଜି ବସିଥିବା ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଘୋଷଣା । କିଛି ସପ୍ତାହ ପରେ ଟୀକା ଉପଲବ୍ଧ ହେବା ନେଇ କହିଲେ ମୋଦି । ବୈଜ୍ଞାନିକଙ୍କ ସବୁଜ ସଙ୍କେତ ମିଳିବା ମାତ୍ରେ ଟୀକାକରଣ ଅଭିଯାନ ଆରମ୍ଭ ହେବ ବୋଲି ଦର୍ଶାଇଲେ ପ୍ରଧାନମନ୍ତ୍ରୀ ।

ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସାରା ବିଶ୍ବରେ ଅନେକ ଟୀକାର ନାଁ ଶୁଣିବାକୁ ମିଳୁଛି । କିନ୍ତୁ ସଭିଁଙ୍କ ନଜର ଏକ କମ ମୂଲ୍ୟ ଓ ସୁରକ୍ଷିତ ଟୀକା ଉପରେ ରହିଛି । ତେଣୁ ଭାରତ ଉପରେ ସଭିଁଙ୍କ ଆଶା ରହିଥିବା କହିଲେ ମୋଦି ।

ସେହିପରି 8 ଟି ସମ୍ଭାବିତ ଟୀକା ଟ୍ରାଏଲର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଅଛି । ଯାହାର ଉତ୍ପାଦନ ଭାରତରେ ମଧ୍ୟ ହେବ । ଭାରତ ପାଖରେ ନିଜର 3 ଟୀକା ମଧ୍ୟ ଟ୍ରାଏଲ ହେଉଛି । ଟୀକା ପାଇଁ ବେଶୀ ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି ବିଶେଷଜ୍ଞଙ୍କ ମତ ଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

କୋଭିଡ୍‌କୁ ନେଇ ଆଜି ଅନଲାଇନରେ ସର୍ବଦଳୀୟ ବୈଠକ ବସିଥିଲା । ଯେଉଁଥିରେ ବିଭିନ୍ନ ଦଳର ନେତାମାନେ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.