ETV Bharat / bharat

PM-CM Covid Review: ଶିଶୁଙ୍କୁ ମିଶନ ମୋଡରେ ଟୀକା ଦିଅ କହିଲେ ମୋଦି

author img

By

Published : Apr 27, 2022, 3:50 PM IST

ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ସାମିଲ ଥିଲେ କେନ୍ଦ୍ର ଗୃହ ଓ ସ୍ବାସ୍ଥ୍ୟ ମନ୍ତ୍ରୀ । ଶିଶୁଙ୍କ ଟୀକାକରଣଙ୍କୁ ମିଶନ ମୋଡରେ ସାରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ । ଅଧିକ ପଢନ୍ତୁ

PM-CM covid review: ଶିଶୁଙ୍କ ପାଇଁ ଟୀକାକରଣ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି (ବୁଧବାର) ଦେଶର କୋଭିଡ ସ୍ଥିତି ନେଇ ଏକାଧିକ ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ବର୍ତ୍ତମାନ କୋଭିଡ ସଙ୍କଟ ଟଳିନାହିଁ । ତେଣୁ ପ୍ରାପ୍ତ ବୟସ୍କ କିଶୋର କିଶୋରୀଙ୍କ କ୍ଷେତ୍ରରେ ଟୀକାକରଣକୁ ପ୍ରାଥମିକତା ଭାବେ ଶେଷ କରିବା ଉଚିତ । ତାହା ସହିତ ସର୍ବସାଧାରଣ ସ୍ଥାନରେ କୋଭିଡ ନିମୟାବଳୀକୁ ପୂର୍ବପରି ପାଳନ ଜାରି ରଖିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦୀର୍ଘ ବ୍ୟବଧାନ ପରେ ଆମେ ପୁଣି ଥରେ ଶିକ୍ଷାନୁଷ୍ଠାନ ଖୋଲିବା ସହ ପାଠ ପଢା ଆରମ୍ଭ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ପୁଣି କୋଭିଡ ସଂକ୍ରମଣ ବଢିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଅଭିଭାବକଙ୍କ ଚିନ୍ତା ବଢାଇଲାଣି । ବର୍ତ୍ତମାନ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଟୀକାକରଣ ଅଭିଯାନରେ ଯଥାଶୀଘ୍ର ସାମିଲ କରି ସେମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଆମର ପ୍ରାଥମିକତା । ତେଣୁ ସ୍କୁଲରେ କୋଭିଡ ଟୀକାକରଣକୁ ତ୍ବରିତ ବେଗରେ ସାରିବା ପାଇଁ ଆମକୁ ସ୍ବତନ୍ତ୍ର ଭ୍ୟାକ୍ସିନେସନ କ୍ୟାମ୍ପେନ ଆରମ୍ଭ କରିବାକୁ ପଡିବ ।

DCGI 6-12 ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ଅନୁମତି ଦେବା ପରେ ଏହି ଗୋଷ୍ଠୀର ଟୀକାକରଣ ଉପରେ ଆଜି ସମୀକ୍ଷା ବୈଠକରେ ଗୁରୁତ୍ବାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ବାୟୋଟେକ ପ୍ରସ୍ତୁତ କୋଭିଡ ଟିକା ‘କୋଭାକ୍ସିନ’କୁ ଏହି 6-12 ବର୍ଷ ବୟସ୍କଙ୍କ ପାଇଁ ଜରୁରୀକଳୀନ ଅନୁମୋଦନ ମିଳିସାରିଛି । ଆଜି ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଆସିବା ପରେ ଖୁବ ଶୀଘ୍ର ସ୍କୁଲରେ ସ୍ବତନ୍ତ୍ର ଡ୍ରାଇଭ ଜରିଆରେ ଟୀକାଦାନ ଆରମ୍ଭ ହେବା ନେଇ ମଧ୍ୟ ଆଶା କରାଯାଉଛି ।

ଆଜି ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକ ଭର୍ଚ୍ଚୁଆଲି ହୋଇଥିଲା । କୋଭିଡ ସଂକ୍ରମଣ ଆରମ୍ଭ ହେବା ପର ଠାରୁ ଏହା ପ୍ରଧାନମନ୍ତ୍ରୀଙ୍କ 24ତମ ସମୀକ୍ଷା ବୈଠକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.