ETV Bharat / bharat

କଲ୍ୟାଣ ସିଂଙ୍କ ବିୟୋଗରେ ଦିିନିକିଆ ଶୋକ ପାଳିବ ଉତ୍ତରାଖଣ୍ଡ

author img

By

Published : Aug 22, 2021, 2:06 PM IST

ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କ ଦେହାନ୍ତରେ ଦିନିକିଆ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଡେରାଡୁନ: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କ ଦେହାନ୍ତ ହୋଇଛି । ଏନେଇ ଉତ୍ତରାଖଣ୍ଡ ସରକାର ଦିନିକିଆ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି ।

ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବା ସହିତ କୌଣସି ସରକାରୀ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲ୍ୟାଣ ସିଂଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ।

ପ୍ରକାଶ ଥାଉକି,ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି(ଶନିବାର) ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳେକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । 1932 ମସିହା 5 ଜାନୁଆରୀରେ ଉତ୍ତର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ କଲ୍ୟାଣ ସିଂ । ଛାତ୍ର ଜୀବନରୁ ସେ ସ୍ବଂୟ ସେବକ ସଂଘର ସକ୍ରିୟ ସଦସ୍ୟ ଭାବେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ।

ଭାରତୀୟ ରାଜନୀତିରେ ଲମ୍ବା ଇନିଂସ ଖେଳିବା ସହ ସେ 2 ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । 1991 ରୁ 99 ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ପରବର୍ତ୍ତୀ ସମୟରେ ସେ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ୨୦୧୪ରୁ ୨୦୧୯ ଯାଏଁ ସେ ରାଜସ୍ଥାନର ରାଜ୍ୟପାଳ ଭାବରେ ଦାୟିତ୍ବ ତୁଲାଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.