ETV Bharat / bharat

Utter Pradesh Poll: ନାମାଙ୍କନ ଭରିଲେ ଯୋଗୀ ଆଦିତ୍ୟନାଥ

author img

By

Published : Feb 4, 2022, 1:49 PM IST

ଗୋରଖପୁର ସଦର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ଯୋଗୀ । ତାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ନେତାଙ୍କ ଉପସ୍ଥିତି ଥିଲେ।

Utter Pradesh Poll: ଗୋରଖପୁର ସଦରରୁ ନାମାଙ୍କନ ଦାଖଲ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ନାମାଙ୍କନ ଦାଖଲ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୋରଖପୁର ସଦର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ଯୋଗୀ । ତାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ନେତା ଉପସ୍ଥିତି ଥିଲେ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯେଉଁଠାରେ ସେ ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ବନ୍ଦିତା କରୁଛନ୍ତି। ନାମାଙ୍କନ ଦାଖଲ କରିବା ପୂର୍ବରୁ ସେ ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଥିବା ପୂର୍ବ ୟୁପିର ଗୋରଖପୁରରେ ଦଳର ଏକ ବିରାଟ ଶୋଭାଯାତ୍ରାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନେକ ବିଜେପି ନେତା ସାମିଲ ହୋଇଥିଲେ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶରେ ଏକ ଡିଜିଟାଲ ରାଲିରେ ସମ୍ବୋଧିତ କରିବେ ବୋଲି କହିଛନ୍ତି।

ସୂଚନାଥାଉକି, ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରେ ଲଗାତାର ୫ ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ୨୦୧୭ରେ ସାଂସଦ ପଦରୁ ଇସ୍ତଫା ଦେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ । ଏହାପରେ ରାଜ୍ୟର ସୁଶାସନ ଦେବାରେ ସକ୍ଷମ ହୋଇଥିଲେ। ଯାହା ତାଙ୍କର କାର୍ଯ୍ୟଧାରାରୁ ପ୍ରମାଣିତ ହୋଇଥାଏ । ତେବେ ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଓ ଏସପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି । ଉଭୟ ଦଳ ମୈଦାନରେ ନିଜର ପ୍ରଚାର ପ୍ରସାର ଜୋରଦାର କରୁଛନ୍ତି ।

ତେବେ ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ଫେବୃୟାରୀ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ରେ ଶେଷ ହେବ ନିର୍ବାଚନ। ଏହା ପରେ ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ । ତେବେ କୋରୋନା କଟକଣା ମଧ୍ୟରେ ନିର୍ବାଚନ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.