ETV Bharat / bharat

ଉତ୍ତରକାଶୀ ଟନେଲ୍ ଟ୍ରାଜେଡି: କାମ କରୁନି ମେସିନ୍, ଏବେ ମାନୁଆଲ୍ ଡ୍ରିଲିଂ

Tunnel Tragedy: ଉତ୍ତରକାଶୀ ଟନେଲ ଟ୍ରାଜେଡିରେ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ । ପାଇପ ଭିତରେ ଫସିଗଲା ଅଗର ମେସିନ । ଏବେ ମାନୁଆଲ୍ ଡ୍ରିଲିଂ ଏବଂ ଭର୍ଟିକାଲ ଖନନ । ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Nov 25, 2023, 1:37 PM IST

ଉତ୍ତରକାଶୀ ଟନେଲ୍ ଟ୍ରାଜେଡି: କାମ କରୁନି ମେସିନ୍, ଏବେ ମାନୁଆଲ୍ ଡ୍ରିଲିଂ
ଉତ୍ତରକାଶୀ ଟନେଲ୍ ଟ୍ରାଜେଡି: କାମ କରୁନି ମେସିନ୍, ଏବେ ମାନୁଆଲ୍ ଡ୍ରିଲିଂ

ଉତ୍ତରକାଶୀ: ଉତ୍ତରକାଶୀରେ ଦେଶର ସବୁଠାରୁ ବଡ଼ ଉଦ୍ଧାର କାର୍ଯ୍ୟର ଆଜି(ଶନିବାର) 14 ଦିନ | ଦୁର୍ଘଟଣା ପରେ ଟନେଲରେ ଫସି ରହିଥିବା 41 ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଜାରି ରହିଛି ପ୍ରୟାସ । ଦୁଇ ଦିନ ପୂର୍ବେ ଉଦ୍ଧାର କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା । କିନ୍ତୁ ଗୁରୁବାର ରାତିରେ ସମସ୍ୟା ସୃଷ୍ଟି କରିଥିଲା ଆମେରିକାରୁ ଆସିଥିବା ମେସିନ। ପାଇପ ଲାଇନ ଭିତରେ ଅଗର ମେସିନ ଫସି ରହିଥିବା ବେଳେ, ତାକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ମେସିନ୍ ବାହାରି ସାରିବା ପରେ ଆରମ୍ଭ ହେବ ମାନୁଆଲ ଡ୍ରିଂଲିଂ ଏବଂ ଭର୍ଟିକାଲ (ଭୂଲମ୍ବ) ଖୋଦେଇ । ଏଥିପାଇଁ ଚାଲିଛି ପ୍ରସ୍ତୁତି ।

ସିଲକ୍ୟାରାରେ ଟନେଲ ଭୁଶୁଡ଼ିବା ପରେ, ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ କହିବା କଥା, ଟନେଲ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରଥମେ ଟନେଲ ଭିତରେ ରହିଥିବା ଆବର୍ଜନା ସଫା କରିବାକୁ ପଡ଼ିବ । ଆବର୍ଜନାକୁ ମାନୁଆଲ ଡ୍ରିଲିଂ ମାଧ୍ୟମରେ କଟାଯିବ | ଏହା ପରେ ଅବଶିଷ୍ଟ ଅଂଶରେ ପାଇପ୍ ରଖାଯିବ | ନଭେମ୍ବର 12 ତାରିଖରେ ଦୀପାବଳି ଦିନ ସକାଳେ ଏହି ଟନେଲର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା । ଫଳରେ ଟନେଲ ଭିତରେ କାମ କରୁଥିବା 41 ଜଣ ଶ୍ରମିକ ଫସି ରହିଛନ୍ତି। ସେହିଦିନଠାରୁ ଲଗାତର ୧୪ ଦିନ ଧରି ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ଏହାମଧ୍ଯ ପଢ଼ନ୍ତୁ: ଉତ୍ତରକାଶୀ ରେସ୍କ୍ୟୁ ଅପରେସନରେ ପୁଣି ବାଧା, ୫୧ ମିଟରରେ ଅଟକିଲା ଡ୍ରିଲିଂ କାମ

ଏହାମଧ୍ଯ ପଢ଼ନ୍ତୁ: 5T ଅଧ୍ୟକ୍ଷଙ୍କୁ ଭେଟିଲେ ଟନେଲରେ ଫସିଥିବା ଶ୍ରମିକଙ୍କ ପରିବାର

ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଗର ମେସିନ ଆଉ କାମ କରୁନଥିବା ବେଳେ, ତାକୁ ପୁଣି ଥରେ ପାଇପ ଲାଇନରୁ ବାହାରକୁ କଢ଼ାଯାଉଛି। ଅଗର ମେସିନକୁ ୨୨ ମିଟର ପଛକୁ ଅଣାଯାଉଛି। ଏଥିପାଇଁ ୭ ଘଣ୍ଟା ସମୟ ଲାଗିବାର ସମ୍ଭାବନା ରହିଛି। ଏହାପରେ ଡ୍ରିଲିଂ କର୍ମଚାରୀ ଭିତରକୁ ଯାଇ ଖୋଳିବା କାମ ଆରମ୍ଭ କରିବେ। ଉଦ୍ଧାରକାରୀ ଟିମର ବରିଷ୍ଠ ଅଧିକାରୀଙ୍କ କହିବା ହେଲା, ଟନେଲ ଭିତରେ ୬ ରୁ ୯ ମିଟର ପର୍ଯ୍ୟନ୍ତ ଆବର୍ଜନା ଅଟକି ରହିଛି । ସେସବୁକୁ ସଫା କରିବା ପରେ ହିଁ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିବ ।

ଉଦ୍ଧାରକାରୀ ଅଧିକାରୀ କହିଛନ୍ତି ଯେ, ଅଗର ମେସିନରେ ଖୋଳିବା ସମୟରେ ପ୍ରତି ଦୁଇରୁ ତିନି ଫୁଟ ବ୍ୟବଧାନରେ ବାଧା ଉପୁଜିଛି। ତେଣୁ ଏହାକୁ ପ୍ରଥମେ ହଟାଇବାକୁ ପଡ଼ିବ । ଡ୍ରିଲିଂ ମେସିନକୁ 50 ମିଟର ପଛକୁ ଘୁଞ୍ଚାଇବା ପାଇଁ 5ରୁ 7 ଘଣ୍ଟା ସମୟ ନେଇପାରେ। ଏହି କାରଣରୁ ଉଦ୍ଧାର କାର୍ଯ୍ୟରେ ଅଧିକ ସମୟ ଲାଗୁଛି । ଆଗକୁ ଆଉ ୫ ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରିବା ପରେ, ଆବର୍ଜନାକୁ ବାହାର କରାଯିବ। ତା ପରେ ୪୧ ଜଣ ଶ୍ରମିକ ଟନେଲ ବାହାରକୁ ଆସିବେ।

ଉଦ୍ଧାରକାର୍ଯ୍ୟ ବିଳମ୍ବ ହେଉଥିବା ବେଳେ, ଆଉ କେତେ ସମୟ ଲାଗିବ, ଏବେଠୁ ସଠିକ ଭାବେ କହିବା କଷ୍ଟକର ବୋଲି କହିଛନ୍ତି ଉଦ୍ଧାରକାରୀ ଅଧିକାରୀ। ସେ କହିଛନ୍ତି ଯେ, ଆଜି ( ଶନିବାର) ମାନୁଆଲ୍ ଡ୍ରିଲିଂ ଆରମ୍ଭ ହେବା ପରେ ହିଁ ସକରାତ୍ମକ ସୂଚନା ଦେଇହେବ । ସୁଡ଼ଙ୍ଗ ସ୍ଥଳରେ ସର୍ଭେ କରୁଥିବା ବୈଜ୍ଞାନିକ ଦଳର କହିବା କଥା, ଟନେଲ ଭିତରେ ପାଞ୍ଚ ମିଟର ପର୍ଯ୍ୟନ୍ତ କୌଣସି କଠିନ ବସ୍ତୁ ନାହିଁ। ଦିଲ୍ଲୀର ପାର୍ସନ ଓଭରସିଡ୍ ପ୍ରାଇଭେଟ୍ ଲିମିଟେଡ ଟିମ୍ ର ସୂଚନା ଅନୁସାରେ, ଯାଞ୍ଚ ପାଇଁ ଗ୍ରାଉଣ୍ଡ ପେନିଟ୍ରେଟିଂ ରଡାର (GPR) ଜ୍ଞାନକୌଶଳ (Technology) ବ୍ୟବହାର କରାଯାଉଛି ।

ନଭେମ୍ବର 12ରୁ ଟନେଲର ଫସି ରହିଛନ୍ତି ଶ୍ରମିକ: ନଭେମ୍ବର 12ରେ, ସିଲକ୍ୟାରାରେ ନିର୍ମାଣାଧୀନ ଟନେଲର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ଟନେଲର 60 ମିଟର ଅଂଶରେ ଆବର୍ଜନା ଜମା ହୋଇଯିବାରୁ ସେଠାରେ କାମ କରୁଥିବା ୪୧ ଜଣ ଶ୍ରମିକ ଫସି ରହିଛନ୍ତି । ୧୪ ଦିନ ହେଲା ଜାରି ରହିଛି ଉଦ୍ଧାରକାର୍ଯ୍ୟ। ଶ୍ରମିକମାନେ ଫସି ରହିଥିବା ସ୍ଥାନରେ ରେସ୍କ୍ୟୁ ଟିମ୍ ପହଞ୍ଚିବାକୁ ଅଳ୍ପ ଦୂର ରହିଥିବା ବେଳେ, ଖୋଦେଇ ସମୟରେ ବିଭିନ୍ନ କାରଣରୁ ବାଧା ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଉଦ୍ଧାରକାରୀ ଟିମ୍ ସୂଚନା ଦେଇଛି । ୪୧ ଜଣ ଯାକ ଶ୍ରମିକ ସୁସ୍ଥ ଅଛନ୍ତି ଏବଂ ସେମାନଙ୍କୁ ଖୁବ୍ ଶ୍ରୀଘ୍ର ସୁରକ୍ଷିତ ଭାବେ ଟନେଲ ବାହାରକୁ ଅଣାଯିବା ବ୍ୟବସ୍ଥା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.