ETV Bharat / bharat

ଟ୍ରାଜେଡି ପରେ ଟନେଲ ନିର୍ମାଣ ନେଇ ଗାଇଡଲାଇନ ଜାରି କଲା ରାଜମାର୍ଗ ପ୍ରାଧିକରଣ, ଏସ୍‌କେପ୍‌ ପ୍ଲାନ୍‌କୁ ଗୁରୁତ୍ୱ

author img

By ETV Bharat Odisha Team

Published : Nov 21, 2023, 7:19 PM IST

ଉତ୍ତରକାଶୀ ଟନେଲ ଟ୍ରାଜେଡି ପରେ ଚେତିଲା ଜାତୀୟ ରାଜମାର୍ଗ ପ୍ରାଧିକରଣ । ଜାରି କଲା ଗାଇଡଲାଇନ । ନିର୍ମାଣ ବେଳେ ଏମରଜେନ୍ସି ଏସକେପକୁ ଦିଆଯିବ ପ୍ରାଧାନ୍ୟ । ଅଧିକ ପଢ଼ନ୍ତୁ

ଟ୍ରାଜେଡି ପରେ ଟନେଲ ନିର୍ମାଣ ନେଇ ଗାଇଡଲାଇନ ଜାରି କଲା ରାଜମାର୍ଗ ପ୍ରାଧିକରଣ

ଶିମଲା: ଉତ୍ତରକାଶୀ ଟନେଲ ଅଘଟଣ ପରେ ଜାତୀୟ ରାଜମାର୍ଗ ପ୍ରାଧିକରଣ (NHAI) ଟନେଲ ନିର୍ମାଣରେ ସମ୍ପର୍କିତ ସୁରକ୍ଷା ଗାଇଡଲାଇନ ଜାରି କରିଛି । ଯେଉଁଥିରେ କାମ କରୁଥିବା ବେଳେ କୌଣସି ସମସ୍ୟା ସୃଷ୍ଟି ହେଲେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯିବାରେ ସଫଳତା ମିଳିପାରିବ । ନିର୍ମାଣ କାର୍ଯ୍ୟ ବେଳେ କାମ ଟେଣ୍ଡର ନେଇଥିବା କମ୍ପାନୀ ଟନେଲ ମଧ୍ୟକୁ ଅତିରିକ୍ତ ଦୁଇଟି ପାଇପ ବ୍ୟବସ୍ଥା କରିବାକୁ ଜାରି ଗାଇଡଲାଇନରେ କୁହାଯାଉଛି । ଯାହା ଫଳରେ କେହି ଶ୍ରମିକ କୌଣସି ଅମରଜେନ୍ସି ସ୍ଥିତିରେ ଟନେଲ୍‌ ମଧ୍ୟରେ ଫସିଗଲେ, ତାଙ୍କୁ ପର୍ଯ୍ୟାପ୍ତ ଅକ୍ସିଜେନ ମିଳିପାରିବ । ଏହି ପାଇପ ବ୍ୟବହାର କରି ଫସିଥିବା ବ୍ୟକ୍ତିବିଶେଷଙ୍କ ସହ ମୌଖିକ ଯୋଗାଯୋଗ ସହ ଖାଦ୍ୟ, ପାଣି, ଔଷଧ ଓ ଅନ୍ୟ ସାମଗ୍ରୀ ମଧ୍ୟ ତୁରନ୍ତ ପଠାଯାଇ ପାରିବ ।

ଏବେ ଉତ୍ତରାଖଣ୍ଡର କୁଲ୍ଲୁ, ମନାଲି, ମଣ୍ଡି ଓ ଶିମଲାରେ ଏକାଧିକ ଟନେଲ ନିର୍ମାଣ ଜାରି ରହିଛି । ଏହି ସବୁ ନିର୍ମାଣ କାର୍ଯ୍ୟରେ ଏହି ଗାଇଡଲାଇନ କାର୍ଯ୍ୟକାରୀ ହେବ । କେବଳ ଅତିରିକ୍ତ ପାଇପ୍‌ ବ୍ୟବସ୍ଥା ନୁହେଁ ବରଂ ଟନେଲ ମଧ୍ୟରେ ଏକ ଏମରଜେନ୍ସି ଡୋର ମଧ୍ୟ ନିର୍ମାଣ କରିବ ସମ୍ପୃକ୍ତ ସଂସ୍ଥା । ଏହା ବ୍ୟତୀତ ନିର୍ମାଣ ସ୍ଥଳରେ ଭର୍ଟିକାଲ ଡ୍ରିଲିଂ ମେସିନ ମଧ୍ୟ ମହଜୁଦ ରହିବ । କୌଣସି ପରିସ୍ଥିତିରେ ଭର୍ଟ୍ଟିକାଲ ଡ୍ରିଲିଂର ଆବଶ୍ୟକତା ପଡିଲେ ଯନ୍ତ୍ରାଂଶ ପହଞ୍ଚିବାକୁ ଅପେକ୍ଷା ନକରି ତୁରନ୍ତ ଖୋଦନ କାର୍ଯ୍ୟ ଆରମ୍ଭ କରାଯାଇ ପାରିବ । କିରତପୁର-ମନାଲିକୁ ସଂଯୋଗ କରୁଥିବା ଚାରି-ଲେନ ରୋଡରେ ଛୋଟ ବଡ଼ ପ୍ରାୟ 28ଟି ସମାନ୍ତରଳ ଟନେଲ୍‌ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହା ମଧ୍ୟରେ କିଛି ଟନେଲ୍‌ର ନିର୍ମାଣ ସମ୍ପୂର୍ଣ୍ଣ ମଧ୍ୟ ହୋଇସାରିଲାଣି ।

ଏହା ମଧ୍ୟ ପଢନ୍ତୁ:- ଟନେଲ ଭିତରୁ ଆସିଲା ପ୍ରଥମ ଭିଡିଓ; ସୁସ୍ଥ ଅଛନ୍ତି ଶ୍ରମିକ

ତେବେ ଉତ୍ତରକାଶୀ ଟନେଲ ଅଘଟଣରେ ଉଦ୍ଧାର କାର୍ଯ୍ୟ ଆଜି ଦୀର୍ଘ 10ମ ଦିନରେ ପହଞ୍ଚିଛି । ଆଜିି ଏହି ପ୍ରକ୍ରିୟାରେ ଆଉ ପାଦେ ସଫଳତା ମଧ୍ୟ ମିଳିଛି । ପ୍ରଥମ ଥର ପାଇଁ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । ଟନେଲ ମଧ୍ୟକୁ ପାଇପ ଯୋଗେ କ୍ୟାମେରା ପଠାଯାଇ ସେମାନଙ୍କ ସ୍ଥିତି ଯାଞ୍ଚ କରିଛି ଉଦ୍ଧାରକାରୀ ଟିମ୍‌ । ତେବେ ସମସ୍ତେ ସୁରକ୍ଷିତ ଓ ସୁସ୍ଥ ଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଥିସହ ଓ୍ବାକି-ଟକି ମାଧ୍ୟମରେ ସେମାନଙ୍କ ସହ ଉଦ୍ଧାରକାରୀ ଟିମ୍ କଥାବାର୍ତ୍ତା ମଧ୍ୟ କରିଛନ୍ତି । ଆଉ କିଛି ମିଟର ଖୋଳାଯିବା ପରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କାରଯିବାର ସମ୍ଭାବନା ବଢିଛି । ତେଣୁ ଆଉ ଦିନେ କି ଦୁଇ ଦିନ ମଧ୍ୟରେ ଏହି ଅପରେସନ ସଫଳତାର ସହ ଶେଷ ହେବାର ସମ୍ଭାବନା ମଧ୍ୟ ବଢ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.