ETV Bharat / bharat

ଟନେଲ ଟ୍ରାଜେଡି: ବାହାରିଲା ଅଗର ମେସିନ୍, ୩୦ ମିଟର ଭୂଲମ୍ବ ଖନନ ଶେଷ, ମାନୁଆଲ୍ ଡ୍ରିଲିଂ ପ୍ରକ୍ରିୟା ଆରମ୍ଭ - ଭର୍ଟିକାଲ ଡ୍ରିଲିଂ

Uttarakhand tunnel rescue operation: ଅଗର ମେସିନ୍ ବାହାର କରାଯିବା ପରେ ଆଗେଇ ଚାଲିଛି ଭୂଲମ୍ବ ଖନନ । ୮୮ ମିଟର ଡ୍ରିଲିଂ ପାଇଁ ଲାଗିବ ଆହୁରି ୪ ଦିନ। ଅଧିକ ପଢ଼ନ୍ତୁ,

ଟନେଲ ଟ୍ରାଜେଡି: ବାହାରିଲା ଅଗର ମେସିନ୍, ୩୦ ମିଟର ଭୂଲମ୍ବ ଖନନ ଶେଷ, ମାନୁଆଲ୍ ଡ୍ରିଲିଂ ପ୍ରକ୍ରିୟା ଆରମ୍ଭ

author img

By ETV Bharat Odisha Team

Published : Nov 27, 2023, 12:59 PM IST

ଉତ୍ତରକାଶୀ (ଉତ୍ତରାଖଣ୍ଡ) : ଉତ୍ତରକାଶୀ ଟନେଲ ଟ୍ରାଜେଡିରେ ଫସି ରହିଥିବା 41 ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ 16 ଦିନରେ ପହଞ୍ଚିଛି । ପାଇପ ଭିତରେ ଫସି ରହିଥିବା ଅଗର ମେସିନକୁ ବାହାର କରାଯାଇଛି । ଅଗର ମେସିନ ଅପସାରଣ ପରେ ଆଗେଇ ଚାଲିଛି ଭୂଲମ୍ବ ଖନନ(vertical drilling) । ଟନେଲରୁ ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ଏହା ମଧ୍ଯ ପଢ଼ନ୍ତୁ: ଉତ୍ତରକାଶୀ ଟନେଲ୍ ଟ୍ରାଜେଡି: କାମ କରୁନି ମେସିନ୍, ଏବେ ମାନୁଆଲ୍ ଡ୍ରିଲିଂ

ଉତ୍ତରକାଶୀ ଟନେଲରେ ୧୬ ଦିନ ଧରି ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଉଦ୍ଧାରକାର୍ଯ୍ୟରେ ବିଭିନ୍ନ ଏଜେନ୍ସି ନିୟୋଜିତ ହୋଇଥିବା ବେଳେ, ବାଧା ସୃଷ୍ଟି କରିଥିଲା ଅଗର ମେସିନ । ଫସି ରହିଥିବା ଅଗର ମେସିନକୁ ପାଇପ ଭିତରୁ ବାହାର କରାଯିବା ପରେ, ଟନେଲର ଉପର ପଟରୁ(vertically) ଡ୍ରିଲିଂ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଭୂଲମ୍ବ ଖନନ ୩୦ ମିଟର ହୋଇଛି । ଉଦ୍ଧାରକାରୀ ଟିମ୍ ର ସୂଚନା ଅନୁସାରେ, ଭୁଲମ୍ବ ଖନନ ୮୮ ମିଟର କରାଯିବ । ଏଥିପାଇଁ ଆଉ ୪ ଦିନ ସମୟ ଲାଗିପାରେ ବୋଲି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

ଏହା ମଧ୍ଯ ପଢ଼ନ୍ତୁ: ଟନେଲରୁ ବାହାରିବେ ନବରଙ୍ଗପୁରର ଭଗବାନ ଭତ୍ରା, ଭେଟିବାକୁ ଗଲେ ଭାଇ

ଅଗର ମେସିନକୁ ବାହାର କରାଯାଇ ସାରିଥିବା ବେଳେ, ଏବେ ମାନୁଆଲ ଡ୍ରିଲିଂ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମାନୁଆଲ ଡ୍ରିଲିଂର ମନିଟରିଂ କରୁଛି ଭାରତୀୟ ସେନାର ମାଡ୍ରାସ ସେସେପର୍ସ ଇଂଜିନିୟରିଂ ବାଟାଲିୟନ । ରେଟ୍ ମାଇନିଂ ନିୟମ ଅନୁସାରେ ମାନୁଆଲ ଡ୍ରିଲିଂ କରାଯିବ । ଏଥିରେ ଛୋଟ ଛୋଟ ସୁଡ଼ଙ୍ଗ ଖୋଳାଯିବ । ସାଧାରଣତଃ କୋଇଲା ଖଣିଗୁଡ଼ିକରେ ଏପରି ସୁଡ଼ଙ୍ଗ କରାଯାଇଥାଏ ।

ଏହା ମଧ୍ଯ ପଢ଼ନ୍ତୁ: ଉତ୍ତରକାଶୀ ଟନେଲ ଟ୍ରାଜେଡି, ଦୁର୍ଘଟଣା ସ୍ଥଳକୁ ଗଲେ ଶ୍ରମମନ୍ତ୍ରୀ ସାରଦା ନାୟକ

ଭୂଲମ୍ବ ଖନନ ଏବଂ ମାନୁଆଲ ଡ୍ରିଲିଂ ମାଧ୍ୟମରେ ଫସି ରହିଥିବା ୪୧ ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ଉଦ୍ଧାରକାର୍ଯ୍ୟ ଜୋରସୋରରେ ଚାଲିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ପରାମର୍ଶଦାତା ଭଆସ୍କର ଖୁଲ୍ବେଙ୍କ ଉପସଚିବ ସଚିନ ମଙ୍ଗେଶ ଘିଲ୍ଡିୱାଲ୍ ସିଲକ୍ୟାରରେ ପହଞ୍ଚି ଉଦ୍ଧାରକାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି: ରାଜୁଙ୍କ ଆପେକ୍ଷାରେ ପରିବାର, ସୁରକ୍ଷିତ ଉଦ୍ଧାର ପାଇଁ ପୂଜାର୍ଚ୍ଚନା

ଉତ୍ତରକାଶୀ ଟନେଲ ଟ୍ରାଜାଡିର ଉଦ୍ଧାରକାର୍ଯ୍ୟକୁ ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ଟନେଲିଂ ବିଶେଷଜ୍ଞ ଆର୍ଣ୍ଣଲୋଡ୍ ଡିସ୍କ । ଆସନ୍ତା ଡିସେମ୍ବର ୨୫ ତାରିଖ (ଖ୍ରୀଷ୍ଟମାସ) ପୂର୍ବରୁ ଟନେଲରୁ ୪୧ ଶ୍ରମିକଙ୍କୁ ଉଦ୍ଧାରକାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ନଭେମ୍ବର ୧୨ ତାରିଖରୁ ଟନେଲରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ଏଥିରେ ଅଛନ୍ତି ଓଡ଼ିଶାରୁ ୫ ଜଣ ଶ୍ରମିକ । ଫସି ରହିଥିବା ଶ୍ରମିକମାନଙ୍କୁ ସେନା ସମେତ ବିଭିନ୍ନ ଉଦ୍ଧାରକାରୀ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଲାଗି ପଡ଼ିଥିବା ବେଳେ, ଶ୍ରମିକମାନେ କେବେ ଟନେଲ ବାହାରକୁ ଆସିବେ, ତାକୁ ହିଁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.