ETV Bharat / bharat

ମାଆଙ୍କୁ ଟନେଲ ତଳେ ଥିବା ଶ୍ରମିକଙ୍କ ବାର୍ତ୍ତା, ମୁଁ ଭଲ ଅଛି ତୁମେ ଠିକ ସମୟରେ ଖାଇବ

author img

By ETV Bharat Odisha Team

Published : Nov 22, 2023, 11:26 AM IST

ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାକୁ 10 ଦିନ ପୂରଣ ହୋଇଛି । ସୁଡଙ୍ଗ ତଳେ ଚାପି ହୋଇ ରହିଥିବା 41 ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ତାଙ୍କ ମାଆଙ୍କୁ ଭାବୁକ ଭରା ବାର୍ତ୍ତା ଦେଇଛନ୍ତି । ଅଧିକ ପଢନ୍ତୁ

Uttarkashi Tunnel Accident
Uttarkashi Tunnel Accident

ଡେରାଡୁନ: 10 ଦିନ 240 ଘଣ୍ଟା । ଅନ୍ଧାର ସୁଡଙ୍ଗ ଭିତରେ ଭୟ ଆଶଙ୍କାରେ ଥିବା 41 ଜୀବନ ନିଶ୍ବାସ ପାଇଁ ସଂଘର୍ଷ କରୁଛନ୍ତି । ସମୟ ଯେତିକି ଗଡ଼ୁଛି ଟେନସନ ସେତିକି ବଢୁଛି । ଗତକାଲି ଅନ୍ଧାରୀ ସୁଡ଼ଙ୍ଗ ଭିତରୁ ଏକ ସମ୍ଭାବନା ଆଶା ଦେଖାଯାଇଥିଲା । ପ୍ରଥମ ଥର ପାଇଁ କ୍ୟାମେରା ଜରିଆରେ ଶ୍ରମିକଙ୍କ ଭିଡିଓ ସାମ୍ନାକୁ ଆସିଥିଲା । ଏହି ସମୟରେ ଜମେ ଶ୍ରମିକ ତାଙ୍କ ମାଆଙ୍କୁ ଭାବୁକଭରା ବାର୍ତ୍ତା ଦେଇଛନ୍ତି । ମାଆ ମୁଁ ଭଲ ଅଛି ତୁମେ ଠିକ ସମୟରେ ଖାଇବ ବୋଲି କହିଛନ୍ତି ଟନେଲ ତଳେ ଚାପି ହୋଇଥିବା ଜଣେ ଶ୍ରମିକ । ଏହା ଶୁଣିବା ପରେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା ।

  • #WATCH | Uttarkashi (Uttarakhand) tunnel rescue | Location has been identified for vertical drilling to bring out 41 workers trapped inside Silkyara Tunnel.

    A part of the Silkyara tunnel collapsed in Uttarkashi on November 12. pic.twitter.com/EPYq0eEBNE

    — ANI (@ANI) November 22, 2023 " class="align-text-top noRightClick twitterSection" data=" ">

ଉତ୍ତରାଖଣ୍ଡ ଉତ୍ତରକାଶୀ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଚାପି ହୋଇ ରହିଥିବା 41 ଶ୍ରମିକଙ୍କ ମଧ୍ୟରୁ ଜଣେ ଶ୍ରମିକ ତାଙ୍କ ପରିବାରକୁ ଭାବୁକ ବାର୍ତ୍ତା ପଠାଇଛନ୍ତି । ଜୟଦେବ ନାମକ ଜଣେ ଶ୍ରମିକ ତାଙ୍କ ମାଆଙ୍କ ଉଦ୍ଦେଶ୍ୟରେ କହିଥିଲେ,''ମାଆ ମୁଁ ଭଲ ଅଛି ତୁମେ ଠିକ ସମୟରେ ଖାଇବ । ମୋ ବିଷୟରେ ଚିନ୍ତା କର ନାହିଁ । ବାପାଙ୍କୁ ଠିକ ସମୟରେ ଖାଇବାକୁ କହିବ ।'' 6 ଇଞ୍ଚ ବିଶିଷ୍ଠ ପାଇପ୍‌ ଜରିଆରେ ଏଣ୍ଡ୍ରୋସ୍କୋପି କ୍ୟାମେରାରେ ଶ୍ରମିକ ଜଣଙ୍କ ଏହା କହୁଥିବା ବେଳେ ଉଦ୍ଧାରକାରୀ ଦଳ ଭାବୁକ ହୋଇପଡିଥିଲେ । ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା ।

ଗତକାଲି(ମଙ୍ଗଳବାର) 6 ଇଞ୍ଚର ପାଇପ୍‌ ଜରିଆରେ ଏଣ୍ଡ୍ରୋସ୍କୋପିକ କ୍ୟାମେରା ସୁଡ଼ଙ୍ଗ ଭିତରକୁ ପଠାଯାଇଥିଲା । ଏଥିସହ ୱାକିଟକି ଦ୍ବାରା ଶ୍ରମିକଙ୍କ ସହ କଥାବାର୍ତ୍ତା ହୋଇଥିଲା । ସମସ୍ତ ଶ୍ରମିକ ସୁରକ୍ଷିତ ଥିବା କହିଥିଲେ । କ୍ୟାମେରା ସାମ୍ନାରେ ସମସ୍ତେ ମୁହଁ ଦେଖାଇଥିଲେ । ଜୟଦେବ ନାମକ ଜଣେ ଶ୍ରମିକ କ୍ୟାମେରା ଆଗରେ ତାଙ୍କ ମାଆଙ୍କୁ ଭାବୁକ ଭରା ବାର୍ତ୍ତା ଦେଇଥିଲେ । ସେ ବଙ୍ଗଳା ଭାଷାରେ ତାଙ୍କ ମଆଙ୍କ ପାଇଁ ବାର୍ତ୍ତା ଦେଇଥିଲେ । ଅନ୍ଧାରୀ ସୁଡଙ୍ଗ ଭିତରୁ ପ୍ରଥମ ଥର ପାଇଁ ସମସ୍ତଙ୍କ ଭିଡିଓଟି ସାମ୍ନାକୁ ଆସିବା ପରେ କିଛିଟା ଆଶ୍ବସ୍ତି ମିଳିଥିଲା । ଟନେଲରେ 8 ରାଜ୍ୟର ମୋଟ 41 ଶ୍ରମିକ ଫସି ରହିଛନ୍ତି । ଭର୍ଟିକାଲ ଡ୍ରିଲିଂ ପାଇଁ ସ୍ଥାନ ନିରୂପଣ ସରିଛି ।

ଏହା ବି ପଢନ୍ତୁ...ଟନେଲ ଭିତରୁ ଆସିଲା ପ୍ରଥମ ଭିଡିଓ; ସୁସ୍ଥ ଅଛନ୍ତି ଶ୍ରମିକ

ଏହା ବି ପଢନ୍ତୁ...ଟ୍ରାଜେଡି ପରେ ଟନେଲ ନିର୍ମାଣ ନେଇ ଗାଇଡଲାଇନ ଜାରି କଲା ରାଜମାର୍ଗ ପ୍ରାଧିକରଣ, ଏସ୍‌କେପ୍‌ ପ୍ଲାନ୍‌କୁ ଗୁରୁତ୍ୱ

ପ୍ରକାଶ ଥାଉ କି, ନଭେମ୍ବର 11 ତାରିଖରେ ତ୍ତରାଖଣ୍ଡ ଉତ୍ତରକାଶୀ ୟମୁନୋତ୍ରୀରେ ନିର୍ମାଣଧୀନ ଟନେଲ ଭୁଶୁଡି ପଡିଥିଲା । ଯେବେ ସାରା ଦେଶ ଆଲୋକର ପର୍ବ ଦୀପାବଳି ପାଳୁଥିଲା । ସେବେଠୁ ଅନ୍ଧାରୀ ସୁଡ଼ଙ୍ଗ ଭିତରେ ଚାପି ହୋଇ ରହିଛନ୍ତି 41 ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଭୁଶୁଡ଼ିବା ଘଟଣାକୁ 10 ଦିନ ବିତିଛି । ଉଦ୍ଧାରକାର୍ଯ୍ୟ ଜୋରଦାର ହୋଇଛି ହେଲେ କୌଣସି ସଫଳତା ମିଳୁନାହିଁ । ସମୟ ଗଡ଼ିବା ସାଙ୍ଗକୁ ଟେନସନ ବି ବଢ଼ୁଛି । 10 ଦିନ ପରେ ବି ଅନିଶ୍ଚିନନ୍ତତା ଜାରି ରହିଛି । ଗତକାଲି(ମଙ୍ଗଳବାର) ପ୍ରଥମ ଥର ପାଇଁ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା । ବୋତଲରେ ସେମାନଙ୍କୁ ରନ୍ଧା ଖାଦ୍ୟ ପଠାଯାଇଥିଲା । ଖେଚୁଡି, ଡାଲି ଯୋଗାଇ ଦିଆଯାଇଥିଲା । ଉଦ୍ଧାର କାର୍ଯ୍ୟ ପାଇଁ ଆହୁରି 30ରୁ 40 ଘଣ୍ଟା ସମୟ ଲାଗିପାରେ ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.