ETV Bharat / bharat

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା, ଆଜି ବସିବ ଦଳୀୟ ବୈଠକ - ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଇସ୍ତଫା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ । ବିଧାୟକ ସହ ଲୋକସଭା ସାଂସଦ ଥିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଛି । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଆଜି ବସିବ ଦଳୀୟ ବୈଠକ । ଅଧିକ ପଢନ୍ତୁ...

ବିଜେପି ଅଧ୍ୟକ୍ଷଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା, ଆଜି ବସିବ ଦଳୀୟ ବୈଠକ

author img

By

Published : Jul 3, 2021, 6:55 AM IST

Updated : Jul 3, 2021, 9:59 AM IST

ଡେରାଡୁନ:ପଲଟିଛି ଉତ୍ତରାଖଣ୍ଡ ରାଜନୀତି । ଲୋକସଭା ସାଂସଦ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆରରେ ଥିବା ତୀରଥ ସିଂହ ରାୱତଙ୍କୁ ଶେଷରେ ଇସ୍ତଫା ଦେବାକୁ ପଡିଛି । ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରାୱତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଇସ୍ତଫା ବାବଦରେ ଜଣାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର 4 ମାସ ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି ।

ଦିଲ୍ଲୀରେ 3 ଦିନ ହେବ ବିଜେପିର ଘୋମାଘଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ବର୍ତ୍ତମାନ ଏହା ସତ ସାବ୍ୟସ୍ତ ହୋଇଛି । ଦିଲ୍ଲୀରେ ବୈଠକ ପରେ ତୀରଥ ସିଂହ ରାୱତ ଦଳୀୟ ଅଧ୍ୟକ୍ଷଙ୍କୁ ଇସ୍ତଫା ବାବଦରେ ଜଣାଇ ଡେରାଡୁନ ଫେରିଛନ୍ତି । ଏହାପରେ ଶୁକ୍ରବାର ରାତି 11 ରେ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟଙ୍କୁ ଭେଟି ଏ ଇସ୍ତଫା ପତ୍ର ଦେଇଛନ୍ତି । ମାତ୍ର 4 ମାସ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ସେ ଇସ୍ତଫା ଦେଇଥିବା ଜଣାପଡିଛି । ତେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦରେ କାହାକୁ ଅଳଙ୍କୃତ କରାଯିବ ସେନେଇ ଆଜି ଡେରାଡୁନରେ ଏକ ବିଧାୟକ ଦଳ ବୈଠକ ବସିବ ।

ଏହା ମଧ୍ୟ ପଢନ୍ତୁ:- ଶନିବାର ବସିବ ବିଧାୟକ ଦଳ ବୈଠକ, ସାମିଲ ହେବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବୈଠକକୁ ପରିଚାଳନା କରିବା ପାଇଁ ଦିନ 11 ରେ ଡେରାଡୁନରେ ପହଞ୍ଚିବ । ଅପରାହ୍ନ 3 ଟା ରେ ବିଧାୟକମାନଙ୍କୁ ନେଇ ବୈଠକରେ ଆଲୋଚନା ହେବ । ତେବେ ବୈଠକର ଅଧ୍ୟକ୍ଷତା ବିଜେପି ରାଜ୍ୟ ମୁଖ୍ୟ ମଦନ କୌଶିକ କରିବେ ବୋଲି ଜଣାପଡିଛି । ଅନ୍ୟପଟେ ହରକ ସିଂହ ରାୱତ, ଧନ ସିଂହ ରାୱତ ଏବଂ ସତପାଲ ମହାରାଜଙ୍କ ମଧ୍ୟରୁ ଜଣଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ଖୁବଶୀଘ୍ର ବଦଳିବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ !

ସେପଟେ ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ 2024 ପର୍ଯ୍ୟନ୍ତ ସେ ସାଂସଦ ଭାବେ ଦାୟିତ୍ବ ତୁଲାଇବେ । ଲୋକସଭା ସାସଂଦ ସହ 2019 ନିର୍ବାଚନ ପରଠୁ ପାଉରି ଘରୱାଲର ବିଧାୟକ ମଧ୍ୟ ଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ତୀରଥ ଏହି ପଦରୁ ଇସ୍ତଫା ଦେଇନଥିଲେ । ବର୍ତ୍ତମାନ ସେ ଏହି ପଦରୁ ଇସ୍ତଫା ଦେବାପରେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ଆସନ୍ତା ସେପ୍ଟେମ୍ବର 10 ପର୍ଯ୍ୟନ୍ତ ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିବେ ।

କୋରୋନା ମହାମାରୀ ପାଇଁ ନିର୍ବାଚନ ସମ୍ଭବ ନୁହେଁ । ଏପରି ସ୍ଥିତିରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି ନହେଉ ବୋଲି ଚାହିଁ ସେ ଇସ୍ତଫା ଦେଇଥିବା କହିଛନ୍ତି । ସୂଚନାଥାଉକି ଉତ୍ତରାଖଣ୍ଡ ପୌଡିର ଲୋକସଭା ସାଂସଦ ତୀରଥ ସିଂ ରାୱତ ଚଳିତ ବର୍ଷ ମାର୍ଚ୍ଚ ୧୦ରେ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 3, 2021, 9:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.