ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ, 19 ଜଣଙ୍କ ଜୀବନ ଯାଇଥିବାବେଳେ 202 ଜଣ ନିଖୋଜ ଅଛନ୍ତି । ଏନେଇ ଉତ୍ତରାଖଣ୍ଡ ଡିଜିପି ସୂଚନା ଦେଇଛନ୍ତି ।
ଉତ୍ତରାଖଣ୍ଡ ଜଳ ପ୍ରଳୟ; 19 ମୃତ, ଅନେକ ନିଖୋଜ - ଚମୋଲି ଦୁର୍ଘଟଣା
13:59 February 08
ଆଉ 5 ଜଣଙ୍କ ମୃତଦେହ ଉଦ୍ଧାର, ମୋଟ 19 ଜଣଙ୍କ ଯାଇଛି ଜୀବନ
10:25 February 08
ତପୋବନ ଟର୍ନେଲରୁ 40 ଲୋକ ଉଦ୍ଧାର
ଆଇଟିବିପି ଡିଆଇଜି ଅପୂର୍ଣ୍ଣା କୁମାର କହିଛନ୍ତି ଯେ,‘ବଡ ଟର୍ନେଲରୁ 80 ମିଟର ଯାଏ ସଫା କରାଯାଇଛି । ଏଥିରୁ 40 ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ମଧ୍ୟ ଟର୍ନେଲରୁ ସଫେଇ କାର୍ଯ୍ୟ ଜାରି ରହିଛି ।
08:29 February 08
ଉତ୍ତରାଖଣ୍ଡ ଜଳ ପ୍ରଳୟ; 14 ଜଣ ମୃତ, ଅନେକ ନିଖୋଜ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚମୋଲିର ଜଳ ପ୍ରଳୟରେ ବର୍ତ୍ତମାନ ସୁଦ୍ଧା 14 ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ 15 ଜଣ ଉଦ୍ଧାର ହୋଇଥିବା ଚମୋଲି ପୋଲିସ ପକ୍ଷରୁ ଟ୍ବିଟ୍ କରି କୁହାଯାଉଛି । ସେହିପରି ଅନେକ ନିଖୋଜ ଥିବା ଜଣାପଡିଛି ।
ସେହିପରି ଟର୍ନେଲରେ ଫସି ଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜେସିବି ସହାୟତାରେ ଟର୍ନେଲରେ ପସି ରାସ୍ତା ଖୋଲିବାର ପ୍ରୟାସ ଜାରି ରହିଛି । ଅନ୍ୟପଟେ ତୋପବନର ଏକ ସୁଡଙ୍ଗରେ 30 ଜଣ ଲୋକ ଫସି ରହିଥିବା କୁହାଯାଉଛି । ଆଇଟିବିପି ଯବାନ ମାନେ ଏମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛନ୍ତି ।
ସେପଟେ ଉଦ୍ଧାର କାର୍ଯ୍ୟପାଇଁ ଏମଆଇ-17 ଓ ଏଏଲଏଚ ହେଲିକପ୍ଟର ଡେରାଡୁନରୁ ଘଟଣାସ୍ଥଳକୁ ଯାଇଛି । ସୂଚନାଥାଉକି, ଗତକାଲି ଅଚାନକ ଉତ୍ତରାଖଣ୍ଡର ଚମୋଲିର ଜଳ ପ୍ରଳୟ ହୋଇଥିଲା । ଯେଉଁଥିରେ ଅନେକ ଧନ ଜୀବନ ନଷ୍ଟ ହୋଇଛି ।