ETV Bharat / bharat

ପିଏମଓ ଅଧିକାରୀ କହି ଲୋକଙ୍କୁ ଲୁଟୁଥିଲେ, ବାନ୍ଧିଲା ୟୁପି STF

author img

By

Published : Aug 22, 2023, 12:56 PM IST

ଉତ୍ତରପ୍ରଦେଶରେ ନିଜକୁ ପିଏମଓ ଅଧିକାରୀ କହି ଲୋକଙ୍କୁ ଠକୁ ଥିବା ଦୁଇଜଣଙ୍କୁ କାବୁ କରିଛି ଏସଟିଏଫ । କଣ ଥିଲା ପୁରା ଘଟଣା ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

UP STF arrested fake PMO official
UP STF arrested fake PMO official

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲୋକଙ୍କୁ ଭୂଆଁ ବୁଲାଉଥିବା ଦୁଇ ଠକଙ୍କୁ କାବୁ କରିଛି ଏସ୍‌ଟିଏଫ୍‌ । ଦୁଇ ଠକ ନିଜକୁ ପିଏମଓଙ୍କ ଅଧିକାରୀ ବୋଲାଇ ଲୋକଙ୍କୁ ଠକୁଥିବା ଅଭିଯୋଗ ରହିଛି । ୟୁପି ସ୍ବତନ୍ତ୍ର ଟାକ୍ସ ଫୋର୍ସ (ଏସଟିଏଫ) ଟିମ ବିଭୂତିଖଣ୍ଡସ୍ଥିତ ହୋଟେଲ ନିକଟରୁ ନକଲି ପିଏମଓ ଅଧିକାରୀଙ୍କୁ ଗିରଫ କରିଛି । ଏ ମାମଲାକୁ ନେଇ ଏସଟିଏଫ ଅଧିକାରୀ କିଛି ଅଧିକ ସୂଚନା ଦେଇନାହାନ୍ତି ।

ଏହା ବି ପଢନ୍ତୁ...ମୋଦିଙ୍କ ପାକିସ୍ତାନୀ ଭଉଣୀ, ୩୦ ବର୍ଷ ହେଲା ବାନ୍ଧୁଛନ୍ତି ରାକ୍ଷୀ

ଏସ୍‌ଟିଏଫ୍‌ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ନକଲି ପିଏମଓ ଅଧିକାରୀ ବାରଣାସୀର ଅଟନ୍ତି । ଉଭୟଙ୍କୁ ଏସ୍‌ଟିଏଫ୍‌ ମୁଖ୍ୟାଳୟକୁ ନିଆଯାଇଛି । ତାଙ୍କୁ ବିଳମ୍ବିତ ରାତି ଯାଏଁ ପଚରାଉଚରା କରାଯାଇଥିଲା । ଅଭିଯୁକ୍ତକୁ ବିଭୂତିଖଣ୍ଡ ପୋଲିସ ହେପାଜତକୁ ନେଇଛି । ଅଭିଯୁକ୍ତ ଗିରଫ ହେବା ପରେ ଏସ୍‌ଟିଏଫ୍‌ ଟିମ୍‌ ବାରଣାସୀ ଓ କାନପୁର ଠିକମାରେ ଛାପା ମାରିଛି । ଅଭିଷେକ ସିଂହ ଓ ତାର ଡ୍ରାଇଭର ଧର୍ମେନ୍ଦ୍ର ଯାଦବକୁ ୟୁପି ଏସଟିଏଫ ଗିରଫ କରିଛି । ଉଭୟ ନିଜକୁ ପିଏମଓ ଅଧିକାରୀ କହି ଲୋକଙ୍କ ଧମକାଇବା ସହ ଟଙ୍କା ଆଦାୟ କରୁଥିଲେ । ଏହାର ଶିକାର ହୋଇଥିବା ନିଖିଲ ନାମକ ଯୁବକ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ନିଖିଲ ଶର୍ମା ନାମକ ଯୁବର ଅଭିଷେକର ଠକାମିର ଶିକାର ହୋଇଥିଲେ । ଅଭିଷେକ ନିଜକୁ ପିଏମ ପ୍ରତିନିଧି କହି ତାଙ୍କୁ କାର୍ଡ ମଧ୍ୟ ଦେଖାଇଥିଲା । ନିଖିଲ ଅଭିଷେକକୁ 20 ଲକ୍ଷ ଟଙ୍କା ଦେଇଥିଲେ । ଆପେଲ କମ୍ପାନୀ ଫୋନ୍‌ ଓ ଲାପ୍‌ଟପ୍‌ ମଧ୍ୟ ଦେଇଥିଲେ । ଅଭିଷେକ ଆଉ 2 ଲକ୍ଷ ଟଙ୍କା ମାଗିଥିଲେ ସେ ନଦେବାରୁ ତାଙ୍କୁ ଧମକ ଦେଇଥିଲା । ଦୁଇଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା ।

ଏହା ବି ପଢନ୍ତୁ...ଏତଲା ପ୍ରତ୍ୟାହାର ନକରିବାରୁ ଦୁଷ୍କର୍ମ ପୀଡିତାଙ୍କୁ ବିବସ୍ତ୍ର କରି ମାଡ !

ଗିରଫ ଅଭିଯୁକ୍ତ ଅଭିଷେକ ସିଂହଙ୍କୁ ପଚରାଉଚରା କରାଯିବ ପରେ ସେ କହିଛି ଯେ, ତାର ପ୍ରକୃତ ନାମ ସନ୍ତୋଷ ସିଂହ । ସେ ବାରଣାସୀ ବାସିନ୍ଦା । ସେ ତାର ନାମକୁ ଅଭିଷେକ ସିଂହ ଓରଫ ଅଭି ରଖିଥିଲା । ସେ କାନପୁରର ଭଡାରେ ରହୁଥିଲା । ସେ ଲୋକଙ୍କୁ ଠକୁଥିବା କଥା ମଧ୍ୟ ସ୍ବୀକାର କରିଛି । ଏ ଘଟଣାକୁ ନେଇ ପୋଲିସ ଅଧିକ୍ଷକ ବିମଳ ସିଂହ କହିଛନ୍ତି,"ୟୁପି ଏସ୍‌ଟିଏଫ୍‌ ଲକ୍ଷ୍ନୌର ନେତୃତ୍ବରେ ଏକ ଦଳ ତଥ୍ୟ ସଂଗ୍ରହ କରିଥିଲା । ଅଗଷ୍ଟ 20 ତାରିଖରେ ପିଏମ୍‌ଓ ଅଧିକାରୀ ହୋଇ ଲୋକଙ୍କୁ ଠକୁଥିବାର ଖବର ମିଳିଥିଲା । ଏ ନେଇ କାନପୁରର ବିଠୁର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଅଭିଷେକ ସିଂହ ଏବଂ ତାର ଡ୍ରାଇଭରକୁ ଲକ୍ଷ୍ନୌର ହୋଟେଲ ନିକଟରୁ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.