ଲକ୍ଷ୍ନୌ: ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଦ୍ବିତୀୟ ପାଳିର 100 ଦିନ ପୂରଣ ହେବାକୁ ଯାଉଛି । ଏହି ଅବସରରେ ଯୋଗୀ ଲକ୍ଷ୍ନୌର ଲୋକଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିବେ । ସମ୍ମିଳନୀରେ 100 ଦିନର ରିପୋର୍ଟ କାର୍ଡକୁ ଜନସାଧାରଣ ଆଗରେ ଉପସ୍ଥାପନ କରିବେ ।
ଯୋଗୀ 2.0 ଆରମ୍ଭ ହେବା ମାତ୍ରେ ପ୍ରଥମ 100 ଦିନ, 6 ମାସ, 1 ବର୍ଷ, 2 ବର୍ଷ ଏବଂ 5 ବର୍ଷ ପାଇଁ ସମସ୍ତ ବିଭାଗର ଆକ୍ସନ ପ୍ଲାନର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ଏହି ଆଧାରରେ ପ୍ରଥମ 100 ଦିନର ଲକ୍ଷ୍ୟ ଜୁନ 30ରେ ଶେଷ ହୋଇଛି । ତେଣୁ ଆସନ୍ତାକାଲି ଯୋଗୀଙ୍କ ବିଭାଗୀୟ ମନ୍ତ୍ରୀମଣ୍ଡଳ ଏହି 100 ଦିନ ପାଇଁ ଧାର୍ଯ୍ୟ ହୋଇଥିବା ଯୋଜନାର ରିପୋର୍ଟ କାର୍ଡ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବେ । ଏଥିସହ ଆଗାମୀ 6 ମାସ ପାଇଁ କରାଯାଇଥିବା ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରାଯିବ ଏବଂ ଏହାର ଦାୟିତ୍ବ ସମସ୍ତ ବିଭାଗୀୟ ମନ୍ତ୍ରୀଙ୍କୁ ଦିଆଯାଇଛି। ଦ୍ବିତୀୟ କାର୍ଯ୍ୟକାଳର 100 ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ ।
- ବନ୍ୟା ସୁରକ୍ଷା ସହିତ ଜଡ଼ିତ କାର୍ଯ୍ୟ ଏବଂ ପୁରାତନ ବନ୍ଧର ମରାମତି କାର୍ଯ୍ୟ।
- ଚାଷୀଙ୍କ ପାଇଁ E-KYCର ବ୍ୟବସ୍ଥା।
- ଚାଷୀଙ୍କୁ ଆଖୁର ବଜାର ମୂଲ୍ୟ ପ୍ରଦାନ।
- ପ୍ରତି ମ୍ୟୁନିସିପାଲଟିରେ 280ଟି ଗୋଲାପୀ ଶୌଚାଳୟ ( Pink Toilet) ନିର୍ମାଣ।
- ଅମୃତ ଯୋଜନା ଅଧିନରେ 19ଟି ପାନୀୟ ଜଳ ପ୍ରକଳ୍ପର ନିର୍ମାଣ।
- ମୋଟ 12022 ୱାର୍ଡରେ ଘରୁ ଅଳିଆ ସଂଗ୍ରହ ଗାଡ଼ିର ଯୋଜନା।
- ସ୍ମାର୍ଟ ସିଟି ଗୁଡ଼ିକରେ 50ଟି ପ୍ରକଳ୍ପର କାର୍ଯ୍ୟ।
- PM Swanidhi Yojana ଅଧିନରେ 8,4148 ଉଠା ଦୋକାନୀଙ୍କୁ ଋଣ ପ୍ରଦାନ।
- ସିଟି ବସ ସେବା ପାଇଁ ସ୍ବତନ୍ତ୍ର ଆପ।
- 14ଟି ସହରରେ ବୈଦ୍ୟୁତିକ ବସ ସଂଖ୍ୟା ବୃଦ୍ଧି କରିବା ଭଳି କେତେକ ଗୁରୁତ୍ବ ଯୋଜନାକୁ 100 ଦିନରେ ଶେଷ କରିବାକୁ ଲଷ୍ୟ ରଖିଥିଲେ।