ETV Bharat / bharat

ବାଣ ତିଆରି କାରଖାନାରେ ବିସ୍ଫୋରଣ; ୪ ମୃତ, ୧୦ ଆହତ

author img

By

Published : Oct 2, 2021, 6:50 AM IST

ଉତ୍ତରପ୍ରଦେଶର ସାମଲି ଜିଲ୍ଲାରେ ବାଣ ତିଆରି କାରଖାନାରେ ବିସ୍ଫୋରଣ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ବାଣ ତିଆରି କାରଖାନାରେ ବିସ୍ଫୋରଣ ;୪ ମୃତ ,୧୦ ଆହତ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ସାମଲି ଜିଲ୍ଲାରେ ବାଣ ତିଆରି କାରଖାନାରେ ବିସ୍ଫୋରଣ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏ କାରଖାନାଟି ବେଆଇନ ଭାବେ ଚାଲିଥିଲା ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ବାଣ କାରଖାନାରେ ଜୋରଦାର ଭାବେ ବାଣ ପ୍ରସ୍ତୁତି କରୁଥିଲେ ଶ୍ରମିକ ମାନେ । ହେଲେ ହଠାର ଶୁକ୍ରବାର ଦିନ କାରଖାନାରେ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇପଡିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ବିସ୍ଫୋରଣରେ ୧୦ ଜଣ ଆହତ ହୋଇଥିବା ଜିଲ୍ଲାପାଳ କହିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏ କାରଖାନାଟି ପୂର୍ବରୁ ଆଚାର ତିଆରି କାରଖାନା ଥିଲା । ପରେ ଏହା ବନ୍ଦ ହୋଇଯାଇଥିଲା ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.