ETV Bharat / bharat

ଦେୟ ଦେଇ ବ୍ୟବହାର କରିବେ ଇନ୍‌ଷ୍ଟାଗ୍ରାମ, ଜାଣନ୍ତୁ କେତେ ଦେବେ - ଇନ୍‌ଷ୍ଟାଗ୍ରାମ ଖବର

ଆପଣ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ ସୋସିଆଲ ମିଡିଆ ଆପ୍ଲିକେଶନ ବ୍ୟବହାର କରୁଛନ୍ତି କି ? ତେବେ ପ୍ରସ୍ତୁତ ରୁହନ୍ତୁ ଆପଣଙ୍କୁ ମଧ୍ୟ ଏହି ଆପ୍ଲିକେଶନ ବ୍ୟବହାର କରିବା ପାଇଁ ଏଣିକି କିଛି ଦେୟ ଦେଇ ସବ୍‌ସ୍କ୍ରିପ୍‌ସନ୍‌ ନେବାକୁ ହେବ । ଅଧିକ ପଢ଼ନ୍ତୁ...

ଦେୟ ଦେଇ ବ୍ୟବହାର କରିବେ ଇନ୍‌ଷ୍ଟାଗ୍ରାମ
ଦେୟ ଦେଇ ବ୍ୟବହାର କରିବେ ଇନ୍‌ଷ୍ଟାଗ୍ରାମ
author img

By

Published : Nov 11, 2021, 4:59 PM IST

ନୂଆଦିଲ୍ଲୀ: ଆପଣ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ ସୋସିଆଲ ମିଡିଆ ଆପ୍ଲିକେଶନ ବ୍ୟବହାର କରୁଛନ୍ତି କି ? ତେବେ ପ୍ରସ୍ତୁତ ରୁହନ୍ତୁ ଆପଣଙ୍କୁ ମଧ୍ୟ ଏହି ଆପ୍ଲିକେଶନ ବ୍ୟବହାର କରିବା ପାଇଁ ଏଣିକି କିଛି ଦେୟ ଦେଇ ସବ୍‌ସ୍କ୍ରିପ୍‌ସନ୍‌ ନେବାକୁ ହେବ । ଏହା ଆମେ କହୁନୁ । ଏଭଳି କଛି କରିବା ନେଇ ସଙ୍କେତ ଦେଉଛି ଇନ୍‌ଷ୍ଟାଗ୍ରାମ୍‌ ସୋସିଆଲ ମିଡିଆ ଆପ୍ଲିକେଶନ ।

ଇନ୍‌ଷ୍ଟାଗ୍ରାମରେ ମନିଟାଇଜେସନ(monetization) ବଢ଼ାଇବା ପାଇଁ ଏହି ସବ୍‌ସ୍କ୍ରିପ୍‌ସନ୍‌ ଫିଚର ଅଣାଯିବ । ତେବେ ପ୍ରିମିୟମ କଣ୍ଟେଣ୍ଟ୍‌ ଦେଖିବାକୁ ୟୁଜରଙ୍କୁ ଏହି ସବ୍‌ସ୍କ୍ରିପ୍‌ସନ୍‌ ନେବାକୁ ହେବ । ଏହାଦ୍ବାରା ଇନ୍‌ଷ୍ଟାଗ୍ରାମ କ୍ରିଏଟରମାନଙ୍କୁ ଅଧିକ ଲାଭ ହେବ ।

ନିକଟରେ ଆମେରିକାର ୟୁଜରମାନଙ୍କ ପାଇଁ ପ୍ଲେ ଷ୍ଟୋର୍‌ ଇନ୍‌ଷ୍ଟାଗ୍ରାମ୍‌ ଡାଉନଲୋଡ କରିବା ପାଇଁ ଆପ୍‌ ପରଚେଶ୍‌ ଅପଶନ୍‌ ଦେଖାଇଛି (app purchase) । ଆପ ଷ୍ଟୋର୍‌ରେ ଏହା ଇନ୍‌ଷ୍ଟାଗ୍ରାମ ସବ୍‌ସ୍କ୍ରିପ୍‌ସନ୍‌ (Instagram Subscriptions) ଦେଖାଇଛି । ଆଗାମୀ ଦିନରେ ଏହାଦ୍ବାରା ୟୁଜରମାନେ ଇନଷ୍ଟାଗ୍ରାମ୍‌ରୁ ରୋଜଗାର କରିବାକୁ ସକ୍ଷମ ହୋଇ ପାରିବେ ।

ଆପ୍‌ ଡାଟା ଟ୍ରାକିଂ ଫାର୍ମ ସେନ୍ସରଟାୱର ମୁତାବକ ଇନ୍‌ଷ୍ଟାଗ୍ରାମ ସବ୍‌ସ୍କ୍ରିପ୍‌ସନ୍‌ ଫିଚର ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି । ଏହାଦ୍ବାରା ଏହି ସୋସିଆଲ ମିଡିଆ ବ୍ୟବହାର କରୁଥିବା ଲୋକଙ୍କୁ ମାସିକ ୮୯ ଟଙ୍କା ଖର୍ଚ୍ଚ କରିବାକୁ ହେବ । ୮୯ ଟଙ୍କା ଆରମ୍ଭ ହୋଇ ଏହର ସବ୍‌ସ୍କ୍ରିପ୍‌ସନ୍‌ ଚାର୍ଜ ୪୪୯ ଟଙ୍କା ପର୍ଯ୍ୟନ୍ତ ରହିବ । ଏହାପୂର୍ବରୁ ଟ୍ବିଟର୍‌ ସୁପରରେ ଏଭଳି ଫିଚର ଦେଖିବାକୁ ମିଳିଥିଲା । ଫଳରେ ପ୍ରଭାବଶାଳୀଙ୍କ ଗୋଟିଏ ଗୋଟିଏ ଟ୍ବିଟ୍‌ ଲୋକପ୍ରିୟ ହେଲେ ସେଥିରୁ ସେମାନଙ୍କୁ କିଛି ଟଙ୍କା ମିଳିପାରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.